‘ବାଉଁଶ ଅଗରେ ଧାନ…’

ପାନ ହେଉଛି ଓଡ଼ିଆର ପ୍ରାଣ। ପ୍ରାଚୀନ ଓଡ଼ିଶାରୁ ପାନର ସୃଷ୍ଟି ଆଉ ଏହା ଆମ ସଂସ୍କୃତି ସହ ନିବିଡ଼ ହୋଇ ରହିଛି- କାହିଁ କେଉଁକାଳରୁ। ଏମିତି କି ଓଡ଼ିଶାର ଦେବତା ଜଗନ୍ନାଥଙ୍କର ମଧ୍ୟ ବିଡ଼ିଆ ପାନ ଖଣ୍ଡେ ନ ହେଲେ ନ ଚଳେ। ପାନ କାହାର ପ୍ରିୟ ନୁହେଁ ଯେ! ନ ଖାଇଲା ଲୋକଙ୍କୁ ସାଦା ଖିଲିପାନ ଖଣ୍ଡେ ଦେଲେ ସେ ଖୁସିରେ ଖାଇଦେବ । ଆଉ ରଜ କଥା ପୂରା ଅଲଗା । ପୁଣି ରଜପାନର ସ୍ବାଦ ଖୁବ୍‌ ରୁଚିକର। ପ୍ରେମ, ପ୍ରୀତି ଓ ପ୍ରଣୟର ପ୍ରତୀକ ଏଇ ପାନ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରେ ଏମିତି ବି ବର୍ଣ୍ଣନା ରହିଛି -‘ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ, ଗଣ୍ଡେ ଦେଇଣ ଚୁମ୍ବନ, ହରଷ ମୁଁ କରାଇବି, ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି।’
ପାନ ଖାଉଥିବା ଝିଅଙ୍କ ଓଷ୍ଠାଧାରର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ପାନ ଦିଆନିଆରେ ସମ୍ପର୍କ ବଢ଼େ, ପ୍ରେମରେ ପୂର୍ଣ୍ଣତା ଆଣେ ପାନ। ନୂଆ ବୋହୂଟିଏ ଘରକୁ ଆସିଲେ ତା’ର ଶାଶୁ, ସାଇପଡ଼ିଶା ପ୍ରଥମେ ପାନଭଙ୍ଗାର ପରୀକ୍ଷା ନେଉଥିଲେ। ଗୁରୁଜନମାନଙ୍କୁ ନିଜ ହାତଭଙ୍ଗା ପାନ ପରଷିଦେଇ ବୋହୂଟି ମଥାନୁଆଁଇ ପ୍ରଣାମ କରୁଥିଲା। ତେଣୁ ପାନ ଓଡ଼ିଶା ସଂସ୍କୃତିର ଛତ୍ରେ ଛତ୍ରେ ରହିଛି । ରଜପର୍ବରେ ସହୀ ସଙ୍ଗାତ, ମକର, ବଉଳଙ୍କ ସହିତ ପାନଭଙ୍ଗା ଓ ପରସ୍ପର ଆଦାନପ୍ରଦାନ ଓଡ଼ିଆ ଘରର ଚଳଣିରେ ଗ୍ରାମୀଣ ଜୀବନର ଧାରାକୁ ଏବେ ଉଜ୍ଜୀବିତ କରି ରଖିଛି। ପାନ ଖାଇ ରଜଦୋଳିରେ ବସି ଝିଅମାନେ ରଜପାନର ଗୀତ ବୋଲିବା ପରିବେଶକୁ ଖୁବ୍‌ ଆମୋଦିତ କରିଥାଏ।
‘ବାଉଁଶ ଅଗରେ ଧାନ
ମୁଁ ଦେବି ପଇସା ଖାଇବୁ ପାନ
ମୋ ବଉଳ ମିତଲୋ
ଏବେ ଚାଲିଯିବା ବୃନ୍ଦାବନ।
ଉଇଁ ଆସେ ନୂଆ ଜହ୍ନ
ଚାଲ ଯିବା ମିଶି ଗୁଆଖାଦାନ
ମୋ କାଇଁଚମାଳାଲୋ
ଆମେ ସେଇଠି ଖାଇବା ପାନ।’
ପାନ ଖଣ୍ଡକରେ କିଣି ହୋଇଯାଏ ମନ। ମୁଖର ସୌନ୍ଦର୍ଯ୍ୟ ଓ ବାସ ବୃଦ୍ଧି କରିଥାଏ ବୋଲି ପାନର ଅନ୍ୟ ନାମ ମୁଖବାସ। ପୁଣି ରଜ ଖେଳ ଭିତରକୁ ବି ପାନ ପଶିଆସିଛି। ବୟସ୍କ ଓ ମହିଳାଙ୍କ ତାସ୍‌ଖେଳରେ କଳାପାନ ଓ ନାଲିପାନର ଆଡ୍ଡା ଖୁବ୍‌ ଜମେ। ଏବେ ଘରେ ଘରେ ରଜପାନ। ଆଉ ରାଜଧାନୀର ଲୋକଙ୍କୁ ରଜପାନ ଦେବାକୁ ଶହ ଶହ ପାନ ଦୋକାନୀ ପସରା ମେଲାଇ ବସିଛନ୍ତି। ସେମାନେ ଖାସ୍‌ ରଜପାନ ତିଆରି କରୁଛନ୍ତି। ପାନରେ ଗୁଆ, ଚୂନ, ଖଇର ସହ ଅନ୍ୟାନ୍ୟ ବ୍ୟବହୃତ ମସଲା ସବୁର ଖୁବ୍‌ ଔଷଧୀୟ ଗୁଣ ରହିଛି । ଚରକ ସଂହିତାରେ ପାନରେ ଗୁଆ, କର୍ପୂର, ଜାଇଫଳ, ଲବଙ୍ଗ, କଙ୍କୋଳ ଓ ଗୁଜୁରାତି ଦିଆଯାଇଥିବା ପାନ କଥା କୁହାଯାଇଛି। ଏ ସବୁ ମସଲା ପାନର ସ୍ବାଦ, ସୁଗୁଣ ଓ ସୁବାସ ନେଇ ଆସିଥାଏ। ପାନର ମୁଖ୍ୟ ଉପାଦାନଗୁଡ଼ିକ ହେଲା- ପାନ, ଚୂନ, ଗୁଆ, ଖଇର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଜାଇତ୍ରୀ, ଜାଇଫଳ, ଖୁରୁଡ଼ି ନଡ଼ିଆ, ବାଦାମ, କର୍ପୂର, କବାବ୍‌ଚିନି, କେଶର, ଡାଲ୍‌ଚିନି, କସ୍ତୁରୀ, ସୁନା ତବକ, ରୁପା ତବକ, ଶୁଣ୍ଠି, ଅଦା, ଚନ୍ଦନ, ମାତୁଲୁଙ୍ଗ, ପିପରମେଣ୍ଟ, ଲବଳୀ, ନଖି ଓ ମୁରାମାଂସ । ଏ ସବୁ ପାନ ମସଲା ଦେଇ ଖୁବ୍‌ କୌଶଳରେ ମୋଡ଼ାଯାଏ ପାନ, ଆଉ ଏଥିରେ ଲବଙ୍ଗ ଗୁନ୍ଥି ବଢ଼େଇ ଦିଆଯାଏ ଆତ୍ମୀୟସ୍ବଜନଙ୍କୁ। ଏମିତି ଲୋକ ଅଛନ୍ତି, ଯେଉଁମାନେ ପାନଖଣ୍ଡେ ନ ହେଲେ କାମ କରିପାରନ୍ତିନି। ତେବେ କଡ଼ାପାନ ନିଶ୍ଚୟ ସ୍ବାସ୍ଥ୍ୟପକ୍ଷେ ଖୁବ୍‌ କ୍ଷତିକାରକ। ପାନ ଖର୍ଚ୍ଚ ଅନେକ ସମୟରେ ଅଣ୍ଟାରୁ ପଇସା ସାରିଦିଏ। ତଥାପି ପାନର ମହତ୍ତ୍ୱ ଖୁବ୍‌ ବେଶି, ଯେତେବେଳେ ଏହା ମନରେ ସଂପ୍ରୀତି ଓ ପ୍ରେମଭାବ ଆଣି ଆବେଗକୁ ଉଦ୍‌ବେଳିତ କରେ। ପାନ ଏବେ ଦଶଟଙ୍କାରୁ ଆରମ୍ଭକରି ଦେଢ଼ଶହ ଟଙ୍କା ପର୍ଯ୍ୟନ୍ତ ମିଳୁଛି ସବୁଆଡ଼େ । ନିଆଳି, କାକଟପୁର ଅଞ୍ଚଳରୁ ଏଠାକୁ ଆସୁଛି ପାନ, ପୁଣି ପାନମସଲା ଆସୁଛି ଦିଲ୍ଲୀ ଓ କଲିକତାରୁ । ବନାରସ ଓ ରାଞ୍ଚତ୍ର ପାନ ବି ଏଠାକୁ ଆସୁଛି ବିକ୍ରି ପାଇଁ। ଜାଫ୍ରାନ ଓ ଗୁଲକନ୍ଦର ଚାହିଦା ଓଡ଼ିଶା ବଜାରରେ ଖୁବ୍‌। ରାଜଧାନୀରେ ପାନ ଦୋକାନ କରି ହଜାର ହଜାର ଲୋକ ପେଟପାଟଣା ଦେଖୁଥିବାବେଳେ- ଏବେ ସେମାନଙ୍କ ରଜବଜାର ବେଶ୍‌ ଜମିଛି। ଦୋକାନୀମାନେ ଢେର୍‌ ମିଠା ମସଲା ଭର୍ତ୍ତିକରି ରଖିଛନ୍ତି। ଘରେ ଘରେ ବୟସ୍କ ଲୋକ ପାନ ଭାଙ୍ଗି ଅତିଥି ଚର୍ଚ୍ଚା କରୁଛନ୍ତି । ଝିଅଙ୍କର ଏବେ ପାନଖିଆର ବେଳ।

  • ଡ. ଅରୁନ୍ଧତୀ ଦେବୀ
    ନିର୍ଦ୍ଦେଶିକା-ସମ୍ପାଦିକା, ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ, କଟକ, ମୋ: ୯୯୩୭୧୭୨୮୧୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?