ବିଧାୟକ, ଏମ୍‌ପିଙ୍କ ବିରୋଧରେ ୪୩୪ ମାମଲା ବିଚାରାଧୀନ

କଟକ,୧୪ା୬ (କାର୍ତ୍ତିକ ସାହୁ): ହାଇକୋର୍ଟ ୱେବ୍‌ସାଇଟ୍‌ରେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ କୋର୍ଟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ୪୩୪ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୮୨ଟି ମାମଲା ବିଚାରାଧୀନ ରହିଛି। ଏଥିସହ ଦ୍ୱିିତୀୟ ସ୍ଥାନରେ କୋରାପୁଟ ଜିଲାରେ ୫୫ ଓ ତୃତୀୟ ସ୍ଥାନ ଗଞ୍ଜାମ ଜିଲାରେ ୪୯ଟି ମାମଲା ବିଚାରାଧୀନ ରହିଛି।
ପ୍ରକାଶ ଯେ, ରାଜ୍ୟର ୩୦ ଜିଲାରୁ ହାଇକୋର୍ଟକୁ ଆସିଥିବା ରିପୋର୍ଟ ଅନୁସାରେ ୨୦୨୪ ଜାନୁଆରୀ ୧ରୁ ମେ’ ୩୧ ତାରିଖ ମଧ୍ୟରେ ୪୧ଟି ମାମଲା ରୁଜୁ ହୋଇଛି। ବିଚାରାଧୀନ ଥିବା ୪୩୪ଟି ମାମଲା ମଧ୍ୟରୁ ୬୯ଟି ମାମଲା ଟ୍ରାଏଲ ସ୍ଥିତିରେ ପହଞ୍ଚତ୍ ସାରିଛି। ଅନୁଗୋଳରେ ୨୭, ବଲାଙ୍ଗୀରରେ ୨୮, ବାଲେଶ୍ୱରରେ ୨୩, ବରଗଡ଼ରେ ଗୋଟିଏ, କଟକରେ ୩୯, କଳାହାଣ୍ଡିରେ ଗୋଟିଏ, କେନ୍ଦ୍ରାପଡ଼ାରେ ଗୋଟିଏ, କେନ୍ଦୁଝରରେ ଗୋଟିଏ, ମୟୂରଭଞ୍ଜରେ ୨୮, ନୟାଗଡ଼ରେ ୫, ପୁରୀରେ ୪, ସମ୍ବଲପୁରରେ ୫୦, ସୋନପୁରରେ ଗୋଟିଏ, ସୁନ୍ଦରଗଡ଼ ଜିଲାରେ ୩୯ଟି ମାମଲା ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ଫୁଲବାଣୀ, ରାୟଗଡ଼ା ଜିଲାରେ ଥିବା ଅଦାଲତରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ବିଚାରାଧୀନ ନାହିଁ ବୋଲି ତଥ୍ୟରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଧାୟକ ଓ ଏମ୍‌ପିଙ୍କ ମାମଲାର ତ୍ୱରିତ ଶୁଣାଣି ପାଇଁ ରାଜ୍ୟର କେତେକ ସ୍ଥାନରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ସୁପ୍ରିମ୍‌କୋର୍ଟ ୨୦୨୦ ସେପ୍ଟେମ୍ବର ୧୬ରେ ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ପ୍ରଦାନ କରିଥିଲେ। ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଥିଲେ। ଏହାପରେ ହାଇକୋର୍ଟ ଏହି ପ୍ରସଙ୍ଗରେ ନିଜ ଆଡୁ ୨୦୨୦ରେ ମାମଲା ରୁଜୁ କରିଥିଲେ। ବିଧାୟକ ଏବଂ ଏମ୍‌ପିଙ୍କ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ କେତେକ ସ୍ଥାନରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଏମ୍‌ପି, ପୂର୍ବତନ ଏମ୍‌ପି, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବିରୋଧରେ ଥିବା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଟ୍ରାଏଲ ଯୋଗ୍ୟ ମାମଲା ଶୁଣାଣି ପାଇଁ ୧୧ଟି ସିଭିଲ ଜଜ୍‌ ଅଦାଲତଙ୍କୁ ସ୍ବତନ୍ତ୍ର ଅଦାଲତର ମାନ୍ୟତା ଦିଆଯାଇଛି। ସେହିଭଳି ୨୦୨୧ ମାର୍ଚ୍ଚ ୧୭ର ବିଜ୍ଞପ୍ତି ଅନୁସାରେ ତିନୋଟି ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଅଦାଲତଙ୍କୁ ଏଭଳି ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଥିବା ନେଇ ୨୦୨୧ ଏପ୍ରିଲ ୫ରେ ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ରାଜ୍ୟ ସରକାର ଅବଗତ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ଜିଲାର ଅଦାଲତରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକ ସ୍ବତନ୍ତ୍ର ଅଦାଲତକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା। ଏଥିସହ ନୂଆ କରି ରୁଜୁ ଏଭଳି ମାମଲାଗୁଡ଼ିକ ସ୍ବତନ୍ତ୍ର ଅଦାଲତକୁ ବିଚାର ପାଇଁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?