ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଦୁବାଇ,୫ା୧୦: ଦୁବାଇରୁ ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବୁଧବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନର ସହପାଇଲଟ୍‌ ହମାମ ଅଲ୍‌-ହମାମି ଏହାକୁ ନିୟନ୍ତ୍ରଣକୁ ନେଇ ଦୁର୍ଘଟଣାଗ୍ରସ୍ତ କରାଇବାକୁ ଚାହୁଁଥିଲେ ବୋଲି କୁହାଯାଉଛି। ତେବେ ବିମାନର କ୍ୟାପ୍‌ଟେନ୍‌ ଥିବା ଭାରତୀୟ ପାଇଲଟ୍‌ ସ୍ମିତ୍‌ ମଚ୍ଛର ସହପାଇଲଟ୍‌ଙ୍କ ସହ ଲଢ଼ି ସମ୍ଭାବ୍ୟ ଦୁର୍ଘଟଣାରୁ ଯାତ୍ରୀମାନଙ୍କୁ ବଞ୍ଚାଇଥିବା ନେଇ ବିଭିନ୍ନ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି। ସହପାଇଲଟ୍‌ଙ୍କ ଆକ୍ରମଣରେ ଗୁରୁତର ଥିବା ମଚ୍ଛର ଏବେ ଆବୁଧାବି ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନ ପୂର୍ବରୁ ତାଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହେବା ସହ ଉଚ୍ଚ ପ୍ରଶଂସା କରିଥିଲେ।
ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଭାରତୀୟ ପାଇଲଟ୍‌ ମଚ୍ଛରଙ୍କୁ ସାରା ବିଶ୍ୱର ହିରୋ ବୋଲି କହିବା ସହ ଶନିିବାର ତାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ତାଙ୍କ ଫୋନ୍‌ କଲ୍‌ର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ଫୋନ୍‌ କଲ୍‌ ବେଳେ ନେତାନ୍ୟାହୁ ଇସ୍ରାଏଲ୍‌ ସ୍ବାଧୀନତା ଦିବସ ଅବସରରେ ପାଇଲଟ୍‌ ମଚ୍ଛରଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଶିଖା ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ଏହା ହେଉଛି ଆମର ସର୍ବୋଚ୍ଚ ସମ୍ମାନ ଯାହା ସ୍ବାଧୀନତା ଦିବସରେ ପ୍ରଦାନ କରାଯାଇଥାଏ। ଏହା ସାଧାରଣତଃ ଇସ୍ରାଏଲୀ ନାଗରିକଙ୍କ ପାଇଁ ସଂରକ୍ଷିତ। କିନ୍ତୁ ଏହି ମାମଲାରେ ଇସ୍ରାଏଲ୍‌ର ସମସ୍ତ ନାଗରିକ ଆପଣଙ୍କୁ ଆପଣାଇବେ ବୋଲି ଭାବୁଥିବା ନେତାନ୍ୟାହୁ ୩୮ ବର୍ଷୀୟ ମଚ୍ଛରଙ୍କୁ କହିବା ସହ ଖୁବ୍‌ଶୀଘ୍ର ଇସ୍ରାଏଲ୍‌ରେ ଆପଣଙ୍କୁ ଦେଖିବାକୁ ଆଶା କରୁଛୁ ବୋଲି କହିଛନ୍ତି। ଏପ୍ରିଲ ଶେଷ ଭାଗ କିମ୍ବା ମେ’ ପ୍ରଥମ ଭାଗ ଇୟାରର ହିବ୍ରିଉ ମାସର ପଞ୍ଚମ ଦିନରେ ଇସ୍ରାଏଲ୍‌ ସ୍ବାଧୀନତା ଦିବସ ପାଳନ କରିଥାଏ।
ତେବେ ବିମାନ କକ୍‌ପିଟ୍‌ରେ ପାଇଲଟ୍‌ଙ୍କୁ ସହପାଇଲଟ୍‌ ଆକ୍ରମଣ କରିବା ଘଟଣାରେ ବିମାନ ଚଳାଚଳ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଦିଆଯାଇଥିବା କେତେକ ତଥ୍ୟକୁ ସନ୍ଦେହ କରି ଅନ୍‌ଲାଇନ ସମୀକ୍ଷକ ଓ ବିମାନ ଚଳାଚଳ ପ୍ରତି ଉତ୍ସାହ ରଖିଥିବା ଲୋକେ ଏହାର ଯାଞ୍ଚ କରିଛନ୍ତି। ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଫ୍ଲାଇଟ୍‌ ଏଫ୍‌ଜେଡ୍‌୧୦୭୩ ଉଡ଼ାଣ ଆରମ୍ଭ କରିବାର ଅଢ଼େଇ ଘଣ୍ଟା ପରେ ଏହା ଦ୍ରୁତ ବେଗରେ ତଳକୁ ଖସିବାକୁ ଲାଗିଲା ଓ ସାଉଦି ଆରବରେ ଜରୁରୀ ଅବତରଣ କଲା। ବିମାନ ଉଡ଼ୁଥିବାବେଳେ କକ୍‌ପିଟ୍‌ରେ ପାଇଲଟ୍‌ଙ୍କୁ ସହପାଇଲଟ୍‌ ଆକ୍ରମଣ କରିବାର ଉଦ୍ଦେଶ୍ୟକୁ ନେଇ ତଦନ୍ତ ଜାରି ରହିଛି। ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ବିମାନଟି ସାଉଦି ଆରବର ତାବୁକ୍‌ ବିମାନବନ୍ଦରରେ ଅବତରଣ କରିବା ଦିନଠାରୁ ତଦନ୍ତକାରୀ ସଂସ୍ଥାଙ୍କ ପାଖରେ ଫ୍ଲାଇଟ ଡାଟା ରେକର୍ଡର (ଏଫ୍‌ଡିଆର୍‌) ଏବଂ କକ୍‌ପିଟ୍‌ ଭଏସ୍‌ ରେକର୍ଡର (ସିଭିଆର୍‌) ସୁରକ୍ଷିତ ଅଛି। ଏହା ସତ୍ତ୍ୱେ ତଦନ୍ତର ଗୋଟିଏ ହେଲେ ସୂଚନା ବା ପାରାମିଟର କାହିଁକି ସାର୍ବଜନୀନ କରାଯାଇ ନାହିଁ। ବିମାନଟି ପ୍ରାୟ ୩୪,୦୦୦ ଫୁଟ୍‌ରୁ ୧୭,୦୦୦ ଫୁଟ ତଳକୁ ଖସିଯିବା ସମୟରେ କକ୍‌ପିଟ୍‌ର ନିୟନ୍ତ୍ରଣ ପ୍ରକୃତରେ କାହା ହାତରେ ଥିଲା, ତାହା ଏଫ୍‌ଡିଆର୍‌ ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିବ। କିନ୍ତୁ ସାଉଦି ଓ ୟୁଏଇ ତଦନ୍ତକାରୀ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଗୋପନ ରଖିଥିବାରୁ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିବା ଲୋକେ ସନ୍ଦେହ କରୁଛନ୍ତି। ବର୍ତ୍ତମାନ କେବଳ ସାଧାରଣ ରାଡାର୍‌ ଟ୍ରାକିଂ ତଥ୍ୟ ହିଁ ଉପଲବ୍ଧ ଅଛି। ଏହା ସତ୍ତ୍ୱେ ତଦନ୍ତର ଗୋଟିଏ ହଲେ ସୂଚନା ବା ପାରାମିଟର କାହିଁକି ସାର୍ବଜନୀନ କରାଯାଇ ନାହିଁ? ଗୋଟିଏ ପଟେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ ମଚ୍ଛରଙ୍କ ସାହସିକତାକୁ ପ୍ରଶଂସା କରାଯାଉଥିବା ବେଳେ ଅନ୍ୟପଟେ X ଭଳି ପ୍ଲାଟ୍‌ଫର୍ମରେ ଏହାକୁ ଏକ ‘ପ୍ରାୟୋଜିତ ନାଟକ’ ବୋଲି ଦର୍ଶାଇ ଅନେକ ବିଚିତ୍ର ପ୍ରଶ୍ନ ଉଠାଯାଉଛି।
କିଛି ଇଣ୍ଟରନେଟ ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି ଯେ କ୍ୟାପଟେନ ସ୍ମିତ ମଚ୍ଛରଙ୍କ ରକ୍ତାକ୍ତ ଚେହେରା ପ୍ରକୃତ ଆଘାତ ଥିଲା ନା ଏହା କୌଣସି ନାଟକ ଥିଲା? ବିମାନ ଭିତରେ କେତେଜଣ ମେକଅପ ଆର୍ଟିଷ୍ଟ ଉପସ୍ଥିତ ଥିଲେ ବୋଲି ସୋସିଆଲ ମିଡିଆରେ ହାସ୍ୟାସ୍ପଦ ଦାବି କରାଯାଇଛି। ଆଉ କେତେଜଣ ପ୍ରଶ୍ନ କରୁଛନ୍ତି ଯେ, ବିମାନଟି ପଦାର୍ଥ ବିଜ୍ଞାନର ନିୟମ ଭାଙ୍ଗିଲା କେମିତି।
ଆଧୁନିକ ବିମାନ ଚଳାଚଳ ଇତିହାସରେ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଏଭଳି ଭୟଙ୍କର ଭାବେ ତଳକୁ ଖସିବା ପରେ ମଧ୍ୟ ବିମାନଟି ଆକାଶରେ କାହିଁକି ଭାଙ୍ଗି ଟୁକୁଡ଼ା ହେଲାନାହିଁ। କେମିତି ଜଣେ ଯାତ୍ରୀ କିମ୍ବା ଅଫ୍‌-ଡ୍ୟୁଟି ପାଇଲଟ ଏତେ ସହଜରେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇଗଲେ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରଶ୍ନ କରିଥିବାବେଳେ ପ୍ରକୃତରେ ଘଟଣା କ’ଣ ଥିଲା, ତାହାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଅବସର ନେଲେ ଏହି କ୍ରିକେଟର, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୫।୧୦: ପାକିସ୍ତାନୀ ମହିଳା କ୍ରିକେଟର କାଇନାତ ଇମତିଆଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଏକ ପୋଷ୍ଟ ମାଧ୍ୟମରେ ସେ ଏହି ଖବର ଜଣାଇ ଲେଖିଥିଲେ,…

ଛାତ୍ର ସଂସଦ ନିର୍ବାଚନ; ଘୋଷଣା ହୋଇନି, ଦ୍ୱନ୍ଦ୍ୱ ବି ଛିଡୁନି

ଭୁବନେଶ୍ୱର,୫ା୧୦(ସୁନିତ୍‌ ମିଶ୍ର): ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ…

ପରୀକ୍ଷାଗାରରୁ ବାହାରିଲା ‘କରୋନା ଭାଇରସ’ର ଭାଇ, ରୁଷିଆରେ ୱୁହାନ ଭଳି ଘଟଣାର ପୁନରାବୃତ୍ତି!

ମସ୍କୋ,୫।୧୦: ରୁଷିଆର ସାଇବେରିଆ ଅଞ୍ଚଳରେ ଏକ ସଂକ୍ରମଣକୁ ନେଇ ଉଦବେଗ ସୃଷ୍ଟି ହୋଇଛି। ଏକ ସ୍ଥାନୀୟ ପରୀକ୍ଷାଗାରରେ ଘଟିଥିବା ଦୁର୍ଘଟଣା ପରେ, ଏକ ସନ୍ଦିଗ୍ଧ ବିପଜ୍ଜନକ ସଂକ୍ରମଣକୁ…

ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି

ଭୁବନେଶ୍ୱର,୫ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି…

ୟୁକ୍ରେନ୍‌ରେ ଭାରତୀୟ ଔଷଧ ପ୍ଲାଣ୍ଟ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଜଣେ ମୃତ

ନୂଆଦିଲ୍ଲୀ,୫ା୧୦: ୟୁକ୍ରେନ୍‌ରେ ଥିବା ଭାରତର କୁସୁମ ଗ୍ରୁପ୍‌ ପରିଚାଳିତ ଏକ ଔଷଧ କାରଖାନା ଉପରେ ରୁଷିଆ ଡ୍ରୋନ୍‌ ଆକ୍ରମଣ କରିବାରୁ ଜଣେ ପ୍ରାଣ ହରାଇବା ସହ ଅନେକେ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?