Posted inରାଜ୍ୟ

ଛାତ୍ର ସଂସଦ ନିର୍ବାଚନ; ଘୋଷଣା ହୋଇନି, ଦ୍ୱନ୍ଦ୍ୱ ବି ଛିଡୁନି

ଭୁବନେଶ୍ୱର,୫ା୧୦(ସୁନିତ୍‌ ମିଶ୍ର): ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଦାବି କରିଆସୁଥିଲା। ୨୦୨୪ରୁ ଭାଜପା ଓଡ଼ିଶାରେ ଶାସନକୁ ଆସିଛି। ଏହାରି ଭିତରେ ସରକାର କରିବାର ପାଖାପାଖି ଅଢ଼େଇ ବର୍ଷ ବିତିଯାଇଛି। ଚଳିତବର୍ଷ ସରକାର ଛାତ୍ର ସଂସଦ ନିର୍ବାଚନ କରାଇବେ ବୋଲି ଅଣ୍ଟା ଭିଡ଼ିଥିବା ଖବର ବାହାରକୁ ଆସୁଛି। ହେଲେ ଦଶହରା ଛୁଟି ପୂର୍ବରୁ ନିର୍ବାଚନ ହେବ ବୋଲି ଶୁଣାଯାଉଥିଲେ ମଧ୍ୟ ଏଯାଏ ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ସରକାର ସକାରାତ୍ମକ ଥିବା କହିଥିଲେ ମଧ୍ୟ ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନ ଥିବା ଗଣମାଧ୍ୟମରେ ବିବୃତି ରଖିଥିଲେ। ଏସବୁ ଭିତରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଛାତ୍ର ବିଜେଡି ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୩ ଦଳର ଛାମୁଆ ସଙ୍ଗଠନ ବର୍ତ୍ତମାନ ସେମାନଙ୍କର ସାଙ୍ଗଠନିକ ସ୍ଥିତି ଏବଂ ଭିତିରି କନ୍ଦଳ ତୁଟାଇବା ପାଇଁ ସବୁ ବଳ ଲଗାଇ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଏବିଭିପି ଏବଂ ଭାଜପା ଯୁବମୋର୍ଚ୍ଚା ଭିତରେ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହାକୁ ତୁଟାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏବିଭିପିର ଜଣେ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଚୟନ ନେଇ ପ୍ରାରମ୍ଭିକ ଭାବେ ଏକପ୍ରକାର ଆଲୋଚନା ସରିଛି। ଯେଉଁଥିରେ ନିଷ୍ପତ୍ତି ହୋଇଛି, ଯୁବମୋର୍ଚ୍ଚାର ଯେଉଁ ସବୁ ସ୍ଥାନରେ ସଙ୍ଗଠନ ଭଲ ଅଛି, ସେହି ଅଞ୍ଚଳରେ ଥିବା କଲେଜ ବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଭାପତି ଓ ସାଧାରଣ ସମ୍ପାଦକ ପଦ ସେମାନେ ଦେବେ। ଯେଉଁ ସବୁ ସ୍ଥାନରେ ଏବିଭିପି ସୁଦୃଢ଼ ଅଛି, ସେ ସବୁ ସ୍ଥାନରେ ସେମାନେ ସଭାପତି ଓ ସାଧାରଣ ସମ୍ପାଦକ ପଦରେ ପ୍ରାର୍ଥୀ ଦେବେ। ଏହି ଦୁଇ ପଦକୁ ଛାଡ଼ିଦେଲେ ଅନ୍ୟପଦଗୁଡ଼ିକ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ। ଏହାସହ ଯେଉଁ ଅର୍ଥ ନିର୍ବାଚନ ଲାଗି ଖର୍ଚ୍ଚ ହେବ, ତା’ର ପରିଚାଳନା ଲାଗି ଉଭୟ ଏବିଭିପି ଏବଂ ଭାଜପା ଯୁବମୋର୍ଚ୍ଚାର ୩ଜଣ ଲେଖାଏ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଉକ୍ତ କମିଟି ଜରିଆରେ ଛାତ୍ର ସଂସଦ ନିର୍ବାଚନ ନିମିତ୍ତ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ରାଜ୍ୟ ଭାଜପା ଯୁବମୋର୍ଚ୍ଚାର ସଭାପତି ଥିବା ଅଭିଳାଷ ପଣ୍ଡା ଦୀର୍ଘଦିନ ଧରି ଓଡ଼ିଶାରେ ଏବିଭିପିର ନେତୃତ୍ୱ ନେଇଆସୁଥିଲେ। ତାଙ୍କ ଅଧ୍ୟକ୍ଷତାରେ ଏବିଭିପି ଅନେକଗୁଡ଼ିଏ କାର୍ଯ୍ୟକ୍ରମ କରି ସଙ୍ଗଠନକୁ ମଜଭୁତ କରିପାରିଥିଲା। ମାତ୍ର ସିଏ ଯୁବମୋର୍ଚ୍ଚା ସଭାପତି ହେବା ପରେ ଏବିଭିପିର ଯେଉଁମାନେ ଦାୟିତ୍ୱ ନେଉଛନ୍ତି ସେମାନେ ଏବେ ନିଜକୁ ଭାଜପା ଯୁବମୋର୍ଚ୍ଚା ସହ ଯୋଡ଼ିବାକୁ ଚାହୁଁନାହାନ୍ତି ବୋଲି ଯାହା ଅନେକ ଛାତ୍ରନେତାଙ୍କ ସୂତ୍ରରୁ ଜାଣିବାକୁ ମିଳିଛି।
ସେହିଭଳି ଛାତ୍ର ସଂସଦ ନିର୍ବାଚନ ନେଇ ବିଜେଡି ଭିତରେ ଏବେ ଦ୍ୱନ୍ଦ୍ୱ ବହୁତ ମାତ୍ରାରେ ବଢ଼ିଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ସୂଚନା ମୁତାବକ, ବିଜେଡିର ଯୁବ ଏବଂ ଛାତ୍ର ନେତୃତ୍ୱଙ୍କ ମଧ୍ୟରେ ସେଭଳି କୌଣସି ଭଲ ସ୍ଥିତି ନାହିଁ। ସରକାରରେ ଥିବା ସମୟରେ ବିଜେଡି ଛାତ୍ର ସଂସଦ ନିର୍ବାଚନ ୮ ବର୍ଷ ବନ୍ଦ କରାଇ ରଖିବା ସହିତ ଅନେକ ଯୁବ ଓ ଛାତ୍ରନେତାଙ୍କୁ ପଦପଦବୀ ବାଣ୍ଟିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଦଳରୁ ନିଲମ୍ବିତ କରିଥିଲା। ଚଳିତଥର ଯେତେବେଳେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଖବର ଆସୁଛି। ଏହି ସମୟରେ ଯେଉଁ ଛାମୁଆ ନେତାମାନଙ୍କୁ ଧରି ଦଳ ଆଗକୁ ବଢ଼ିବ ବୋଲି ଭାବୁଛି, ସେମାନେ ଏବେ ଧରାଛୁଅଁା ଦେଉନାହାନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ସମାନ ଭାବେ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ଦାବି କରାଯାଉଥିଲେ ମଧ୍ୟ ଦଳର କିଛି ନେତାଙ୍କ ସୂଚନାନୁଯାୟୀ, ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେବା ପାଇଁ ସେମାନେ ସମର୍ଥ ନୁହନ୍ତି। ତେଣୁ ନିର୍ବାଚନରେ କିପରି ଛାତ୍ର କଂଗ୍ରେସ ନିଜକୁ ପ୍ରତିଯୋଗିତା ଭିତରକୁ ଆଣିପାରିବ ସେଥିପାଇଁ ବିଜୁ ଛାତ୍ର ଜନତା ଦଳ ଉପରେ ଅସନ୍ତୁଷ୍ଟ ଥିବା ନେତାଙ୍କୁ ସାଙ୍ଗ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ସେମାନେ ଚିନ୍ତା କରୁଛନ୍ତି, ଯଦି ଅସନ୍ତୁଷ୍ଟ ଛାତ୍ର ବିଜେଡି ନେତାଙ୍କୁ ସାଙ୍ଗରେ ନେଇପାରିଲେ ତେବେ ଅନେକ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀ ଦେବାଲାଗି ଯେଉଁ ସମସ୍ୟା ରହିଛି, ତାହା ଆଉ ରହିବ ନାହିଁ; ଯେଉଁଥିପାଇଁ କେତେଜଣ ଛାତ୍ର ବିଜେଡି ନେତାଙ୍କ ସହ ସେମାନେ ଯୋଗାଯୋଗ ଆରମ୍ଭ କରିଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?