କରୋନା ମହାମାରୀ ସମୟରେ ୪୩ ପ୍ରତିଶତ ପିଲା ଶିକ୍ଷାରୁ ବଞ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୧୧: ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା କରୋନା ମହାମାରୀ ଦେଶ ଉପରେ ବି ବେଶ ପ୍ରଭାବ ପକାଇଛନ୍ତି । ଏହି ସମୟରେ ଦେଶରେ ପ୍ରାୟ ୪୩ ପ୍ରତିଶତ ପିଲାଙ୍କ ନିକଟରେ ୧୯ ମାସ ପର୍ଯ୍ୟନ୍ତ ଘରେ ବସି ପାଠ ପଢିବାର କୌଣସି ସାଧନ ନ ଥିବାରୁ ଏମାନେ ପାଠପଢାରୁ ବଞ୍ଚିତ ହୋଇଛନ୍ତି । ଲକଡାଉନ ଓ ଶିକ୍ଷା ସଂସ୍ଥା ଗୁଡିକ ବନ୍ଦ ହେବା ପରେ ପିଲାମାନେ ଶିକ୍ଷାଠାରୁ ଦୂରେଇ ଯାଇଥିଲେ । ଆଉଟ ଅଫ୍ ସ୍କୁଲ ଚିଲଡ୍ରେନ୍ (ଓଓଏସସି)ର ଏକ ମ୍ୟାପିଂ ଅଧ୍ୟୟନରୁ ଏହା ଜଣାପଡିଛି । ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀ ସମୟରେ ସ୍କୁଲ ବନ୍ଦ ହେବାରୁ ଏହି ପିଲାମାନେ ପାଠପଢି ପାରି ନାହାନ୍ତି ।
ଦିଲ୍ଲୀ ସ୍ଥିତ ଥିଙ୍କ ସେଣ୍ଟର ବିଧି ସେଣ୍ଟର ଫର ଲିଗାଲ ପଲିସି ଦ୍ୱାରା ପ୍ରସ୍ତୁତ ରିପୋର୍ଟ ପୂର୍ବରୁ ଜାରି କରାଯାଇଛି । ରିପୋର୍ଟ ଏପ୍ରିଲ ୨୦୨୦ ଓ ମେ ୨୦୨୨ ମଧ୍ୟରେ ପ୍ରକାଶିତ ଅଧ୍ୟୟନକୁ ନଜରରେ ରଖି ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେଶନ ସିଷ୍ଟମ ଅଫ ଏଜୁକେଶନ(ୟୁଡିଆଇଏସସି) ଓ ଆନୁଆଲ ଷ୍ଟେଟସ୍ ଅଫ୍ ଏଜୁକେଶନ ରିପୋର୍ଟ(ଏଏସଇଆର) ଡେଟା ସହିତ ୨୧ ପ୍ରାଥମିକ ଅଧ୍ୟୟନ ସ୍ରୋତର ଉପଯୋଗ କରି ପ୍ରସ୍ତୁତ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ୧୯ ମାସ ପର୍ଯ୍ୟନ୍ତ ୪୩ ପ୍ରତିଶତ ପିଲାଙ୍କ ନିକଟରେ ସ୍କୁଲ ଶିକ୍ଷା ପହଞ୍ଚିବାର କୌଣସି ସାଧନ ନ ଥିଲା । କାରଣ ଏହି ପିଲାମାନେ ଏମିତି ସ୍କୁଲରେ ପାଠ ପଢୁଥିଲେ ଯେଉଁଠି ଡିଜିଟାଲ ଶିକ୍ଷା ଓ ମୋବାଇଲ ଆଦିର ବ୍ୟବସ୍ଥା ନ ଥିଲା । ମହାମାରୀ ଯୋଗୁ ସ୍କୁଲ ବନ୍ଦ ହେବା କାରଣରୁ ପୂର୍ବରୁ ଖରାପ ସ୍ଥିତି ଥିବା ପିଲାମାନଙ୍କର ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଅନ୍ୟପଟେ ଏହି ସମୟରେ ସ୍କୁଲରେ ଡ୍ରପ ଆଉଟ ସଂଖ୍ୟା୧.୩ ପ୍ରତିଶତରୁ ୪୩.୫ ପ୍ରତିଶତ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଭାରତର ଜାହାଜ ଉପରେ ବଡ଼ ଆଟାକ୍‌, ଦେଶରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୧୯।୪: ଇରାନ ଦ୍ୱାରା ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପାଇଁ ନବୀକରଣ କରାଯାଇଥିବା ପଦକ୍ଷେପ ମଧ୍ୟରେ, ଏକ ଭାରତୀୟ ତୈଳ ଟ୍ୟାଙ୍କର୍‌ ସଫଳତାର ସହ ଏହି ଗୁରୁତ୍ୱପୂର୍ଣ୍ଣ…

ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି।…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri