୧୨ ବର୍ଷ ପରେ ଘର ବାହୁଡ଼ା

ନୟାଗଡ଼ ଅଫିସ/ନୂଆଗାଁ,୧୦।୩(ଡି.ଏନ.ଏ.): ୧୨ ବର୍ଷ ପରେ ଘରକୁ ବାହୁଡିଲେ ୧୯ ବର୍ଷର ଯୁବକ ଶାନ୍ତନୁ ଜାନି। ପଣ୍ଡିଚେରୀରେ ଜଣେ ଠିକାଦାରଙ୍କ ପାଖରେ ନିର୍ଯାତିତ ହୋଇ ଅଭିଶପ୍ତ ଜୀବନଯାପନ କରୁଥିଲେ । ବଞ୍ଚିବା ପାଇଁ ଠିକାଦାର କେବଳ ଖାଇବାକୁ ଓ ପିନ୍ଧିବାକୁ ଦେଉଥିଲେ । ତେବେ ଖୋର୍ଦ୍ଧା ଜିଲା ମଳିପଡ଼ାର ଜଣେ ଯୁବକ ଶାନ୍ତନୁଙ୍କ ପାଇଁ ଦେବଦୂତ ପାଲଟିଥିଲେ । ମଳିପଡାର ଯୁବକ ସେହି ଠିକାଦାରଙ୍କ ଶିଳ୍ପରେ କିଛି ବର୍ଷ ପରେ କାମ କରିୁଥିଲେ । ଶାନ୍ତନୁଙ୍କ ସହ କଥାବର୍ତ୍ତା ପରେ ଓଡିଆ ବୋଲି ଜାଣି ପାରିଥିଲେ । ଶାନ୍ତନୁର ଦୁଃଖ କାହାଣୀ ଶୁଣିବା ପରେ ଉଭୟ ବନ୍ଧୁ ଖସିବାର ପଥ ଖୋଜିଥିଲେ। ମଳିପଡାର ଯୁବକ ନିଜ ପାଖରେ ୬ମାସ ପଣ୍ଡିଚେରିରେ ରଖି ଶାନ୍ତନୁଙ୍କର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଏପରିକି ଗାଁ ଠିକଣା ନେଟରୁ କାଢ଼ି ଶାନ୍ତନୁ ଜେନାଙ୍କୁ ନୟାଗଡ ଜିଲା ନୂଆଗାଁ ବ୍ଲକ ବହାଡାଝୋଲା ପଞ୍ଚାୟତ କାଳିନ୍ଦା ଗାଁକୁ ପଠାଇଥିଲେ । ନୟାଗଡ଼ରେ ଶାନ୍ତନୁ ପହଞ୍ଚିବା ପରେ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କ୍ରମେ ଜିଲାପାଳଙ୍କ ସହାୟତାରେ ଗାଁକୁ ଫେରିଛନ୍ତି । ଶାନ୍ତନୁଙ୍କ ସୂଚନା ଅନୁସାରେ ତାଙ୍କର ୨ ଭଉଣୀ ଅଛନ୍ତି । ୨ ଭଉଣୀଙ୍କ ବିବାହ ପରେ ବାପା ମା’ ମରି ଯାଇଥିଲେ । ୭ ବର୍ଷ ବୟସରେ ଘର ପ୍ରତି ବିତୃଷ୍ଣା ହୋଇ ଶାନ୍ତନୁ ପଣ୍ଡିଚେରୀ ଚାଲି ଯାଇଥିଲେ। ଛୋଟ ପିଲାକୁ ଦେଖି କେହି କାମ ଦେଲେ ନାହିଁ । ଏଭଳି ସମୟରେ ଜଣେ ଠିକାଦାର ଶାନ୍ତନୁର ନାବାଳକ ପରିସ୍ଥିତି ଦେଖି ଫାଇଦା ଉଠାଇଥିଲେ । ତାଙ୍କୁ ପାରିଶ୍ରମିକ ଦେବେ କହି ନିଜ ଶିଳ୍ପରେ ରଖି ଖଟାଇଥିଲେ । ଘରକୁ ଯେପରି ନ ଫେରିବ ସେଥିପାଇଁ ପାରିଶ୍ରମିକ ଦେଉ ନ ଥିଲେ । ଠିକାଦାରଙ୍କ ଶିଳ୍ପରେ ଶାନ୍ତନୁ ଦିନ ରାତି ଖଟୁଥିଲେ । ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ ଶାନ୍ତନୁ ଠିକାଦାରଙ୍କ କବଳରୁ ଖସି ପାରି ନଥିଲେ । ଗୁରୁବାର କାଳିନ୍ଦାରେ ପହଞ୍ଚିବା ପରେ ଗାଁ ଲୋକ ଓ ଅଜା ଆଈ ଚିହ୍ନି ପାରି ନ ଥିଲେ । ତେବେ ଶାନ୍ତନୁ ପିଲାଦିନର କଥା ବଖାଣିବା ପରେ ଅଜା ଆଈ ନାତିକୁ ଚିହ୍ନି ଆଦରି ନେଇ ଖୁସି ହୋଇଛନ୍ତି । ଶାନ୍ତନୁଙ୍କ ଘର ବାହୁଡା ପରେ ଗାଁ ଲୋକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri