ପୁନର୍ଗଠନ ଚିନ୍ତା

Dillip Cherian

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନୀତି ଆୟୋଗ ଉପରେ କଡ଼ା ନଜର ରଖିଛି ଓ ଗଠନ ହେବାର ୬ ବର୍ଷ ମଧ୍ୟରେ ଏହାର ପ୍ରଦର୍ଶନ କିଭଳି ରହିଛି ସେ ସମ୍ପର୍କରେ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଗଠନ ସମୟରେ ନୀତି ଆୟୋଗର ଲକ୍ଷ୍ୟ ଯାହା ଥିଲା ତଦନୁଯାୟୀ ଏହା କାର୍ଯ୍ୟ କରିପାରୁ ନାହିଁ ବୋଲି ମତ ପ୍ରକାଶ ପାଉଥିବାରୁ ଏହା ଉପରେ ପୁନର୍ବିିଚାର କରିବାର ଆବଶ୍ୟକତା ରହିଛି। ସରକାର ଏକ ସମୀକ୍ଷା କମିଟି ଗଠନ କରି ଏଥିରେ ଦକ୍ଷ ତଥା ସ୍ବଚ୍ଛ ପ୍ରତିଭାମାନଙ୍କୁ ସ୍ଥାନ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ଦୂରସଞ୍ଚାର ସଚିବ ଅରୁଣ ସୁନ୍ଦରାଜନ ଏବଂ ପରିବେଶ ସଚିବ ରାମେଶ୍ୱର ଗୁପ୍ତାଙ୍କ ସହ କ୍ୱାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଅଦିଲ ଜୈନୁଲଭାଇ, ବେନ୍‌ କ୍ୟାପିଟାଲର ଅମିତ ଚନ୍ଦ୍ରା, ଅଭାନ୍ନା କ୍ୟାପିଟାଲ୍‌ର ଅଞ୍ଜଳି ବନ୍‌ସାଲ ଏବଂ ଗ୍ଲୋବାଲ ଆଲାଏନ୍ସ ଫର୍‌ ମାସ୍‌ ଏଣ୍ଟରପ୍ରଇଜେସ୍‌ର ରବି ଭେଙ୍କଟେସନଙ୍କ ଭଳି କର୍ପୋରେଟ ଲିଡରମାନେ ଅନ୍ତର୍ଭୁକ୍ତ। ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଅଚାନକ ଇସ୍ତଫା ଦେବା ପରେ ରାଜୀବ କୁମାରଙ୍କୁ ସେହି ପଦବୀରେ ନିଯୁକ୍ତି ଦିଆଯାଇଥିତ୍ଲା ଓ ସେତେବେଳେ ନୀତି ଆୟୋଗର ପୁନର୍ଗଠନ କରାଯାଇଥିତ୍ଲା। ୨୦୧୯ରେ ରାଜୀବ କୁମାରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ସରକାର ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ଜୁନ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ନୀତି ପ୍ରସଙ୍ଗରେ ଉଭୟ କୁମାର ଏବଂ କାନ୍ତଙ୍କ ପ୍ରମୁଖ ଭୂମିକା ରହିଆସିଛି। ସ୍ପଷ୍ଟ ଜଣାପଡ଼ୁଛି, ପ୍ରସ୍ତାବିତ ପୁନର୍ଗଠନ କେବଳ ନବାଗତଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ସମୀକ୍ଷା ଶେଷ ହେବାମାତ୍ରେ ନୀତି ଆୟୋଗରେ ସାମିଲ ହେବେ ।
ବିଶେଷ କରି ଶିଳ୍ପ ବିକାଶ, ଟେକ୍‌ନୋଲୋଜି ଏବଂ ନିବେଶ ଉପରେ କୁମାର ଓ କାନ୍ତଙ୍କର ମୁଖ୍ୟ ଭୂମିକା ରହିଛି। କିନ୍ତୁ ସରକାର ଏବେ ଅନୁଭବ କରୁଛନ୍ତି ଯେ ନୀତି ଓ ଯୋଜନା ବିଷୟରେ ନୀତି ଆୟୋଗ ପୂର୍ବାପେକ୍ଷା ରାଜ୍ୟଗୁଡ଼ିକ ସହ ଅଧିକ ଜଡ଼ିତ ହେବା ଆବଶ୍ୟକ । ସରକାର ତାଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟାର୍ଦ୍ଧରେ ପ୍ରବେଶ କରିଥିବାରୁ ବର୍ତ୍ତମାନ ଏକ ଅଧିକ ସକ୍ରିୟ ନୀତି ଆୟୋଗର ପରିକଳ୍ପନା କରାଯାଉଛି । ବାହାର ବିଶେଷଜ୍ଞଙ୍କ ସହ ବିଚାର ବିମର୍ଶ କରି ଏହାକୁ ଏକ ଜ୍ଞାନଭଣ୍ଡାର ଭାବେ ଗଢିବାର ପଥ ଉନ୍ମୁକ୍ତ ରହିଛିି,ଯାହା ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ହେବ । ତେବେ ଏହାର ପରାମର୍ଶଗୁଡ଼ିକୁ ବିଶେଷଜ୍ଞ କମିଟି ଚୂଡ଼ାନ୍ତ କରୁଥିବାରୁ ଯେ କୌଣସି ସମ୍ଭାବ୍ୟ ପୁନର୍ଗଠନର ଶେଷ ନିଷ୍ପତ୍ତି ସ୍ପଷ୍ଟତଃ ପିଏମ୍‌ଓ ଉପରେ ହିଁ ନିର୍ଭର କରେ।

ନିଯୁକ୍ତି ଅପେକ୍ଷାରେ…
ସରକାର ବର୍ତ୍ତମାନ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପାଇଁ ଜଣେ ନୂଆ ଅଧ୍ୟକ୍ଷ ଏବଂ ଜଣେ ସଦସ୍ୟ ( ଫାଇନାନ୍ସ) ଚୟନ ଉପରେ ଧ୍ୟାନ ଦେଉଛନ୍ତି। ମୋଦି ସରକାରଙ୍କ ମୂଲ୍ୟାୟନରେ ଏନ୍‌ଏଚ୍‌ଏଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜପଥଗୁଡ଼ିକର ଦ୍ରୁତ ନିର୍ମାଣ ସରକାରଙ୍କ ସଫଳତା ହେବ ଏବଂ ସରକାର ଲୋକଙ୍କୁ ଏହା ଦର୍ଶାଇପାରିବେ । ସେଥିପାଇଁ ଏନ୍‌ଏଚ୍‌ଏଆଇର ଅଧ୍ୟକ୍ଷ ପଦବୀ ସହ ଅନ୍ୟ ମୁଖ୍ୟ ପଦବୀଗୁଡ଼ିକରେ ନିଯୁକ୍ତିର ଅଧିକ ଅବଶ୍ୟକତା ରହିଛି। ଏନ୍‌ଏଚ୍‌ଏଆଇରେ ୨୦୧୫ ଠାରୁ ମୋଟରେ ୮ ଜଣ ଅଧ୍ୟକ୍ଷ ରହିଛନ୍ତି । ଶେଷ ଅଧ୍ୟକ୍ଷ ଥିଲେ ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଏସ.ଏସ୍‌. ସାନ୍ଧୁ । ସେ ଜୁଲାଇରେ ତାଙ୍କ ମୂଳ କ୍ୟାଡର୍‌ ଉତ୍ତରାଖଣ୍ଡକୁ ମୁଖ୍ୟ ଶାସନ ସଚିବ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ କେତେ ଜଣ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ପ୍ରାୟ କିଛି ମାସ ମଧ୍ୟରେ ଶେଷ ହୋଇଯାଇଥିଲା। ତେବେ ସଦସ୍ୟ( ଫାଇନାନ୍ସ) ପଦବୀ ଦୁଇ ବର୍ଷ ହେବ ଖାଲି ପଡ଼ିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଚୟନ ଲାଗି ନାମ ସୁପାରିସ ପ୍ରକ୍ରିୟା ଚୟନ କମିଟି ଚୂଡାନ୍ତ କରିବାକୁ ଥିଲେ ବି ସରକାର ଏହି ପ୍ରକ୍ରିୟାକୁ ଅଣଦେଖା କରି ୧୯୯୦-୧୯୯୩ ବ୍ୟାଚ୍‌ ଅଧିକାରୀମାନଙ୍କ ମଧ୍ୟରୁ ଜଣଙ୍କୁ ନୂଆ ସଦସ୍ୟ (ଫାଇନାନ୍ସ) ଭାବେ ନିଯୁକ୍ତି ଦେଇପାରନ୍ତି। ସେହିଭଳି ଆଜିପର୍ଯ୍ୟନ୍ତ ଏନ୍‌ଏଚ୍‌ଏଆଇର କେହି ଜଣେ ହେଲେ ଅଧ୍ୟକ୍ଷ ଚୟନ କମିଟି ବାଟ ଦେଇ ଆସିନାହାନ୍ତି। ଏଥର ମଧ୍ୟ ଅପଏଣ୍ଟ୍‌ମେଣ୍ଟ କମିଟି ଅଫ୍‌ ଦି କ୍ୟାବିନେଟ୍‌(ଏସିସି) ଦ୍ୱାରା ସିଧାସଳଖ ନିଯୁକ୍ତି ହେବେ ବୋଲି ଅଧିକ ଆଶା କରାଯାଉଛି।

ବିନିବେଶରେ ବ୍ୟସ୍ତ
ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଶେଷ ହୋଇଛି। ହେଲେ ବିନିବେଶ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ପୁରସତ ନାହିଁ। ଭାରତ ପେଟ୍ରୋଲିୟମ୍‌ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ସମେତ ପାଞ୍ଚଟି ରାଷ୍ଟ୍ରାୟତ୍ତ କମ୍ପାନୀ ଘରୋଇକରଣ ଟ୍ରାକ୍‌ରେ ରହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହାକୁ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି ଓ ଏହି ଦାୟିତ୍ୱର ମୁଖ୍ୟରେ ପାଣ୍ଡେ ଅଛନ୍ତି। ବନସାଲି ଇଞ୍ଜିନିୟରିଂ ପଲିମର୍ସ ଲିମିଟେଡ(ବିଇପିଏଲ୍‌) ଏବଂ ଶିପିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ( ଏସ୍‌ସିଆଇ)ର ଘରୋଇକରଣ ଶୀଘ୍ର ଶେଷ ହେବ ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ୍‌ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ (ଏଲ୍‌ଆଇସି) ସ୍ଥାନୀୟ ଶେୟାର ବଜାର ଆଧାରରେ ସୂଚୀଭୁକ୍ତ ହେବ ବୋଲି ପାଣ୍ଡେ ନିଶ୍ଚିତ ଅଛନ୍ତି। ଶେୟାର ବଜାର ଏବେ ଉଚ୍ଚ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲ୍‌ଆଇସିର ଆଇପିଓକୁ ଆଗକୁ ବଢାଇନେବା ଲାଗି ଚାହଁୁଛନ୍ତି। କାରଣ,ସରକାରଙ୍କୁ ୪୦,୦୦୦ କୋଟିରୁ ୧ ଟ୍ରିଲିୟନ ପାଣ୍ଠି ଯୋଗାଡ଼ କରିବାରେ ଏହା ସାହାଯ୍ୟ କରିବ ।
ତେବେ ଶେୟାର ବଜାର ସୂଚୀଭୁକ୍ତ ପ୍ରକିୟା ଅତ୍ୟନ୍ତ କଠିନ ଏବଂ ଏହାର ଦାୟିତ୍ୱ ପାଣ୍ଡେ ଓ ଅର୍ଥ ମନ୍ତ୍ରଣାଳୟରେ ତାଙ୍କ ସାଥୀ ଓ ଅନ୍ୟ ମନ୍ତ୍ରଣାଳୟ ଉପରେ ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?