ଯାଜପୁର ଟାଉନ,୨୭।୧୧(ଡି.ଏନ.ଏ.): ଯାଜପୁର ଟାଉନ ସର୍କିଟ ହାଉସ ସଭାଗୃହରେ ୫ମ ଜିଲା ପରିଷଦର ତ୍ରୟୋଦଶ ତଥା ଶେଷ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗଦେଇ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏମ୍ପି ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ ଓ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେହୁରିଆ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ବାସ୍ଥ୍ୟ, ଏମ୍ଜିଏନ୍ଆର୍ଇଜିଏସ୍, କୃଷି, ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲାପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ କହିଥିଲେ, ଜିଲାପରିଷଦ ପକ୍ଷରୁ ବ୍ଲକ ଜରିଆରେ ଆମ୍ଭମାନଙ୍କୁ ଜୁନରେ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ୯ ଲକ୍ଷ ଟଙ୍କା ଅନୁଦାନ ପାଇଁ ପ୍ରକଳ୍ପ ତାଲିକା ପଠାଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇ ବିଡିଓମାନେ ପ୍ରୋଜେକ୍ଟ ଲିଷ୍ଟ ପଠାଇବା ପରେ କାର୍ଯ୍ୟ କରାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଚିଠି ନଂ.୬୮୧୪/୨୭ା୧୦ା୨୦୨୧ରେ ପ୍ରକଳ୍ପ ନିର୍ଦ୍ଦେଶକ ବ୍ଲକ ପ୍ରଶାସନକୁ ଚିଠି କରି ସମ୍ପୃକ୍ତ ପ୍ରକଳ୍ପ କାର୍ଯ୍ୟର ଅନୁଦାନ ଦେଇହେବ ନାହିଁ ବୋଲି କହିଥିଲେ। ଏବେ ଏହି ଅନୁଦାନରେ କାର୍ଯ୍ୟ କରିଥିବା ଲୋକେ ଜିଲାପରିଷଦ ସଭ୍ୟଙ୍କ ଦୁଆରେ ଧାରଣା ଦେଉଛନ୍ତି ବୋଲି ରାଉତଙ୍କ ସମେତ ସଭ୍ୟ ଅରବିନ୍ଦ ସାମଲ, ବିପିନ ଜେନା, ଅଶୋକ ସାମଲ, ଧରଣୀଧର ଘଡ଼େଇ, ମଧୁସ୍ମିତା ଧଳ, ବିନୋଦିନୀ ସାହୁ, ଚତୁର୍ଭୁଜ ଦ୍ୱିବେଦୀ, ନିରଞ୍ଜନ ରାଉତ, ଆଦିକନ୍ଦ ସନ୍ଦିବିଗ୍ରହ ପ୍ରମୁଖ କହିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲାପରିଷଦ ସଭାପତି କହିଥିଲେ, ମୋଟର ଭେହିକିଲ ଅନୁଦାନ ପ୍ରତିବର୍ଷ ଜିଲାପରିଷଦ ସଭ୍ୟଙ୍କ ପାଇଁ ସରକାର ପ୍ରଦାନ କରୁଥିବା ବେଳେ ଚଳିତବର୍ଷ ତାହା ବିଧାୟକମାନେ ପ୍ରଦାନ ବ୍ୟବସ୍ଥା ହୋଇଥିବାରୁ ବ୍ୟତିକ୍ରମ ଘଟିଛି ଓ ଏହାର ସମାଧାନ କରାଯିବ। କିନ୍ତୁ ମହାନ୍ତିଙ୍କ ଏ ଉତ୍ତର ସଭ୍ୟଙ୍କୁ ସନ୍ତୁଷ୍ଟ କରି ପାରି ନ ଥିଲା। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନାବେଳେ ପ୍ରତିଥର ଭଳି ଏଥର ମଧ୍ୟ ବଡ଼ଚଣା ବ୍ଲକ ଭୁଷଣ୍ଡପୁର(ମହାଖଳା) ଏଏନଏମ କେନ୍ଦ୍ର, ଗୋପାଳପୁର ପିଏଚସିକୁ ସିଏଚ୍ସି ମାନ୍ୟତା, ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା, ବ୍ରହ୍ମବରଦା ଚିକିତ୍ସାକେନ୍ଦ୍ର ଦୁରବସ୍ଥା, ଡାକ୍ତର ଅଭାବ, ଧର୍ମଶାଳା ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସମ୍ପର୍କରେ ସଭ୍ୟାସଭ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀଙ୍କୁ ବେଡ୍ଶିଟ ଦିଆଯାଉ ନ ଥିବା ନେଇ ସଭ୍ୟ ଅଶୋକ ସାମଲ ଅଭିଯୋଗ କରିବା ପରେ ଜିଲାପାଳ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପରେ ଉତ୍ତର ରଖିଥିଲେ। ବୈଠକରେ ସଦର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ବଡ଼ଚଣା ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ଧର୍ମଶାଳା ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ସଭ୍ୟ ସରୋଜ ମହାପାତ୍ର, ରବୀନ୍ଦ୍ର ଜେନା, ରଞ୍ଜିତା ସାମଲ, ମାମିନା ମଲ୍ଲିକ, ବିଷ୍ଣୁପ୍ରିୟା ମହାକୁଡ଼ ଓ ରଞ୍ଜିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Posted inHome Left, ଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ
ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଜଳିଗଲା ଏକ ବ୍ୟାନର୍…
ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ
ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…
ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ
ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…
ଅକ୍ଟୋବର ୪ରୁ ବଢ଼ିବ ଓମ୍ଫେଡ୍ କ୍ଷୀର ଦର, ଲିଟର ପିଛା….
ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…
କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍: ଅଚାନକ ମିଳିଲା..
ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…
ଟିଏମ୍ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…
କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ
ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…
ହାଇଭୋଲଟେଜ୍ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…
ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

