Posted inଜାତୀୟ

୧୭୦ ବିଲ୍ଡିଂର ସୁରକ୍ଷା ଦାୟିତ୍ୱ ୨୦୦୦ ଯବାନଙ୍କ ହାତରେ…

ଚଣ୍ଡିଗଡ଼, ୧୨।୫ : ମୋହାଲିରେ ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ପଞ୍ଜାବ ସରକାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଏହି ଆକ୍ରମଣର ତଦନ୍ତ ମଧ୍ୟରେ ପୋଲିସ ପ୍ରଶାସନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷାକୁ ବୃଦ୍ଧି ଲାଗି ପଦକ୍ଷେପ ନେବା ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟର ୨୩ ଟି ଜିଲାର ପ୍ରାୟ ୧୭୦ଟି ବିଲ୍ଡିଂକୁ ପୋଲିସ ଚିହ୍ନଟ କରିଛି। ଏସବୁ ବିଲ୍ଡିଂର ସୁରକ୍ଷା ଦାୟିତ୍ୱରେ ପ୍ରାୟ ୨୦୦୦ ଯବାନଙ୍କୁ ନିୟୋଜିତ କରାଯିବାର ଯୋଜନା ରହିଛି।

ସୂତ୍ରରୁ ପ୍ରକାଶ ଯେ ଲୁଧିଆନା କୋର୍ଟ କମ୍ପ୍ଲେକ୍ସରେ ବିସ୍ଫୋରଣ ପରେ ମୋହାଲି ଷ୍ଟେଟ ଇଣ୍ଟେଲିଜେନ୍ସ ବିଲ୍ଡିଂ ଉପରେ ହୋଇଥିବା ଆକ୍ରମଣ ହେଉଛି ବିସ୍ଫୋରଣର ଦ୍ୱିତୀୟ ଘଟଣା। ସରକାର ଏହାକୁ ଗୁରୁତର ସହ ନେଇଛନ୍ତି।

ଏହାକୁ ଆତଙ୍କବାଦୀ ଘଟଣା ସହ ଯୋଡି ପୋଲିସ ମୋହାଲି ବିସ୍ଫୋରଣ ଘଟଣାର ଖୋଳତାଡ ଆରମ୍ଭ କରିଛି। ତେବେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ପୋଲିସକୁ ଏପର୍ଯ୍ୟନ୍ତ ପ୍ରମାଣ ମିଳି ନାହିଁ।

 

ଡିଜିପି ପ୍ରତ୍ୟେକ ଜିଲାର ଅଧିକାରୀଙ୍କୁ ସଜାଗ ରହିବାକୁ ଏବଂ ନିଜ ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା କୋଠା ଉପରେ କଡା ନଜର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈନିକ ଭାସ୍କରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୋହାଲି, ଫିରୋଜପୁର ସହର ସମ୍ବେଦନଶୀଳ ବର୍ଗରେ ରହିଛନ୍ତି। ସେହିପରି ଅମୃତସର, ଜଲନ୍ଦର, ପଠାନକୋଟ, ଫେରୋଜପୁର, ମୋହାଲି,ପଟିଆଲା ଜିଲାକୁ ଅତି ସମ୍ବେଦନଶୀଳ ବର୍ଗରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ମୋହାଲିରେ ସର୍ବାଧିକ ୩୭ ଟି ଅତି ସମ୍ବେଦନଶୀଳ କୋଠା ରହିଛି। ଏହାପରେ ତାଲିକାରେ ଦ୍ୱିତୀୟ ସ୍ଥାନ ଅମୃତସରର ରହିଛି। ଏଠାରେ ୧୭ ଟି ଅତି ସମ୍ବେଦନଶୀଳ କୋଠା ଅଛି। ସେଥିମଧ୍ୟରେ କେନ୍ଦ୍ରୀୟ ଏବଂ ରାଜ୍ୟ ସୁରକ୍ଷା ଏଜେନ୍ସିର ମୁଖ୍ୟାଳୟ ମଧ୍ୟ ଅଛି ।

ଅପୀପକ୍ଷରେ ଟ୍ରିବ୍ୟୁନ ରିପୋର୍ଟରେ କୁହାଯାଇଛି ଯେ ମୋହାଲିରେ ପଞ୍ଜାବ ପୋଲିସର ଗୁପ୍ତଚର କାର୍ଯ୍ୟାଳୟ ଉପରେ ଆରପିଜି ଆକ୍ରମଣ ଘଟଣାରେ ପୋଲିସ ଅନେକ ଲୋକଙ୍କୁ ଅଟକ ରଖିଛି। କିନ୍ତୁ ଏହି ମାମଲାରେ କାହାର ଗିରଫ ହୋଇଥିବା ନିଶ୍ଚିତ କରାଯାଇନାହିଁ। ଅମ୍ବାଲାରୁ ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି ରହିଛି। କିନ୍ତୁ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri