Posted inଜାତୀୟ

୧୭୦ ବିଲ୍ଡିଂର ସୁରକ୍ଷା ଦାୟିତ୍ୱ ୨୦୦୦ ଯବାନଙ୍କ ହାତରେ…

ଚଣ୍ଡିଗଡ଼, ୧୨।୫ : ମୋହାଲିରେ ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ପଞ୍ଜାବ ସରକାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଏହି ଆକ୍ରମଣର ତଦନ୍ତ ମଧ୍ୟରେ ପୋଲିସ ପ୍ରଶାସନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷାକୁ ବୃଦ୍ଧି ଲାଗି ପଦକ୍ଷେପ ନେବା ଆରମ୍ଭ କରିଛି। ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟର ୨୩ ଟି ଜିଲାର ପ୍ରାୟ ୧୭୦ଟି ବିଲ୍ଡିଂକୁ ପୋଲିସ ଚିହ୍ନଟ କରିଛି। ଏସବୁ ବିଲ୍ଡିଂର ସୁରକ୍ଷା ଦାୟିତ୍ୱରେ ପ୍ରାୟ ୨୦୦୦ ଯବାନଙ୍କୁ ନିୟୋଜିତ କରାଯିବାର ଯୋଜନା ରହିଛି।

ସୂତ୍ରରୁ ପ୍ରକାଶ ଯେ ଲୁଧିଆନା କୋର୍ଟ କମ୍ପ୍ଲେକ୍ସରେ ବିସ୍ଫୋରଣ ପରେ ମୋହାଲି ଷ୍ଟେଟ ଇଣ୍ଟେଲିଜେନ୍ସ ବିଲ୍ଡିଂ ଉପରେ ହୋଇଥିବା ଆକ୍ରମଣ ହେଉଛି ବିସ୍ଫୋରଣର ଦ୍ୱିତୀୟ ଘଟଣା। ସରକାର ଏହାକୁ ଗୁରୁତର ସହ ନେଇଛନ୍ତି।

ଏହାକୁ ଆତଙ୍କବାଦୀ ଘଟଣା ସହ ଯୋଡି ପୋଲିସ ମୋହାଲି ବିସ୍ଫୋରଣ ଘଟଣାର ଖୋଳତାଡ ଆରମ୍ଭ କରିଛି। ତେବେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ନେଇ ପୋଲିସକୁ ଏପର୍ଯ୍ୟନ୍ତ ପ୍ରମାଣ ମିଳି ନାହିଁ।

 

ଡିଜିପି ପ୍ରତ୍ୟେକ ଜିଲାର ଅଧିକାରୀଙ୍କୁ ସଜାଗ ରହିବାକୁ ଏବଂ ନିଜ ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା କୋଠା ଉପରେ କଡା ନଜର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୈନିକ ଭାସ୍କରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୋହାଲି, ଫିରୋଜପୁର ସହର ସମ୍ବେଦନଶୀଳ ବର୍ଗରେ ରହିଛନ୍ତି। ସେହିପରି ଅମୃତସର, ଜଲନ୍ଦର, ପଠାନକୋଟ, ଫେରୋଜପୁର, ମୋହାଲି,ପଟିଆଲା ଜିଲାକୁ ଅତି ସମ୍ବେଦନଶୀଳ ବର୍ଗରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ମୋହାଲିରେ ସର୍ବାଧିକ ୩୭ ଟି ଅତି ସମ୍ବେଦନଶୀଳ କୋଠା ରହିଛି। ଏହାପରେ ତାଲିକାରେ ଦ୍ୱିତୀୟ ସ୍ଥାନ ଅମୃତସରର ରହିଛି। ଏଠାରେ ୧୭ ଟି ଅତି ସମ୍ବେଦନଶୀଳ କୋଠା ଅଛି। ସେଥିମଧ୍ୟରେ କେନ୍ଦ୍ରୀୟ ଏବଂ ରାଜ୍ୟ ସୁରକ୍ଷା ଏଜେନ୍ସିର ମୁଖ୍ୟାଳୟ ମଧ୍ୟ ଅଛି ।

ଅପୀପକ୍ଷରେ ଟ୍ରିବ୍ୟୁନ ରିପୋର୍ଟରେ କୁହାଯାଇଛି ଯେ ମୋହାଲିରେ ପଞ୍ଜାବ ପୋଲିସର ଗୁପ୍ତଚର କାର୍ଯ୍ୟାଳୟ ଉପରେ ଆରପିଜି ଆକ୍ରମଣ ଘଟଣାରେ ପୋଲିସ ଅନେକ ଲୋକଙ୍କୁ ଅଟକ ରଖିଛି। କିନ୍ତୁ ଏହି ମାମଲାରେ କାହାର ଗିରଫ ହୋଇଥିବା ନିଶ୍ଚିତ କରାଯାଇନାହିଁ। ଅମ୍ବାଲାରୁ ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି ରହିଛି। କିନ୍ତୁ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୩ା୩(ପି.ଟି.): ଭାରତରେ ଆଉ ୩ ଜଣ କରୋନା ରୋଗୀ ଦିଲ୍ଲୀ, ତେଲଙ୍ଗାନା ଓ ଜୟପୁରରୁ ଚିହ୍ନଟ ହୋଇଛନ୍ତି। ଇଟାଲୀରୁ ଦିଲ୍ଲୀ ଆସିଥିବା ବ୍ୟକ୍ତିଙ୍କ ଠାରେ କରୋନା...

ସିମ୍ବଲ ଲୋଣ୍ଡିଂ ପ୍ରକ୍ରିୟାରେ ନୂଆ ବୈଶିଷ୍ଟ୍ୟ ଆଣିବେ ନିର୍ବାଚନ ଆୟୋଗ…

ନୂଆଦିଲ୍ଲୀ,୧୧।୭ : ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବାକୁ ନିର୍ବାଚନ ଆୟୋଗ କାଗଜ ଟ୍ରେଲ ମେସିନର ସିମ୍ବଲ ଲୋଡିଂ ପ୍ରକ୍ରିୟାରେ ଏକ ନୂତନ ବୈଶିଷ୍ଟ୍ୟ ଆଣିଛନ୍ତି।...

କର୍ନାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ.୧୩।୪: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ତେବେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କିଛି ସମୟ ପରେ କର୍ନାଟକ କାହାର...

ବଜେଟକୁ ରାଷ୍ଟ୍ରପତିଙ୍କ ଔପଚାରିକ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରିବେ। ଇତି ମଧ୍ୟରେ ଅର୍ଥମନ୍ତ୍ରୀ କ୍ୟାବିନେଟ...

ଗୋଟିଏ ଡୋଜ୍‌ରେ ଭଲ ହେବନାହିଁ କରୋନା ଭାଇରସ !

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ସାରା ବିଶ୍ୱରେ ଏହି ମହାମାରୀର ଶିକାର ହୋଇ ହଜାର ହଜାର ଜନତାଙ୍କ ଜୀବନ ଯାଉଛି।...

ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି କୋଭିଶିଲ୍ଡ

ନୂଆଦିଲ୍ଲୀ,୭।୬: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡ ଟିକା ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉପରୋକ୍ତ ଟିକାର ଦୁଇଟି ଡୋଜ୍‌ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିକିମ, ୨୮।୭: ଅରୁଣାଚଳ ପ୍ରଦେଶର ପାଙ୍ଗିନ ଉତ୍ତରରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୮.୫୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ...

ପୁଣି ଫେରିଲା ଲକ୍‌ଡାଉନ

ରାୟପୁର,୭।୪: ଦେଶରେ କରୋନା ସଂକ୍ରମଣ ଆତଙ୍କ ଖେଳାଇ ଚାଲିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ବର୍ଦ୍ଧିତ କରୋନା...

Advertisement
Archives

Model This Week