ବନ୍ୟାଜଳ ଘେରରେ କଣାସ ଅଞ୍ଚଳବାସୀ

କଣାସ,୧୭ା୮(ସ୍ବ.ପ୍ର.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରୁ ମୁଣ୍ଡରେ ବନ୍ୟାଜଳ ସମେତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲା କଣାସ ବ୍ଲକର ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହୋଇଯାଇଛି। ଫଳରେ ଗ୍ରାମର ରାସ୍ତାଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଗ୍ରାମ ସବୁ ଜଳମଗ୍ନ ହୋଇଯାଇଛି। ଏଥିଯୋଗୁ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗୃହପାଳିତ ପ୍ରାଣୀ ମଧ୍ୟ ଏହି ଜଳରେ ରହି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
କଣାସ ଦେଇ ଯାଇଥିବା ଦୟାନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦୟାନଦୀର ବିପଦ ସଙ୍କେତ ୩.୯୯ ମିମି ଥିବାବେଳେ ବର୍ତ୍ତମାନ ୫.୩୮ ମିମି ଜଳ ପ୍ରବାହିତ ହେଉଛି ଏବଂ ଜଳପତନ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ା ଦୋକନ୍ଦା, କଦଳୀଦଣ୍ଡା, ବାଲିପାଟଣା, ତରପଡା, ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ ଗ୍ରାମ ବନ୍ୟାଜଳ ଘେରରେ ରହିିଛି ା ଦୟା ଓ ରାଜୁଆ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, ଗଡ଼ବଳଭଦ୍ରପୁର, ବଡାସ ପଞ୍ଚାୟତର ଧାନ ଜମିରେ ବନ୍ୟାଜଳ ଲହଡି ମାରୁଛି। ଫଳରେ ଚାଷୀମାନେ କରିଥିବା ଫସଲ ସବୁ ବୁଡିଯାଇଛି। ବନ୍ୟାଜଳ ଘେରରେ ଥିବା ଗ୍ରାମରେ ପାନୀୟ ଜଳ ମିଳୁ ନ ଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଓ ଗୋଖାଦ୍ୟ, ଔଷଧ ଓ ଶୁଖିଲା ଖାଦ୍ୟ ଯୋଗାଇଦେବା ପାଇଁ ବନ୍ୟା କ୍ଳିଷ୍ଟ ଲୋକମାନେ ଦାବି କରିଛନ୍ତି।
ମକରା ନଦୀରେ ଘାଇ
ବର୍ଷା ଓ ବନ୍ୟାଜଳ ଯୋଗୁ ଦୟା, ମକରା, ରାଜୁଆ, କାଣିଆ, ଲୁଣାନଦୀ ଦ୍ରୁତଗତିରେ ବଢିବାରେ ଲାଗିଛି। ମଙ୍ଗଳବାର ମକରା ନଦୀର ଡାହାଣପାର୍ଶ୍ୱ କଉଡିଆପୁର ନିକଟରେ ଘାଇ ହୋଇଯାଇଛି। ଘାଇ ହୋଇଯିବା ଯୋଗୁ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଅଧିକାଂଶ ଗ୍ରାମରେ ବନ୍ୟାଜଳ ମାଡ଼ିଯାଇଛି। ଘାଇଟିକୁ ବନ୍ଦ କରିବା ପାଇଁ ବିଡିଓ, ତହସିଲଦାର, କଣାସ ଥାନାଧିକାରୀ, ଗଡିଶାଗୋଦା ଥାନାଧିକାରୀ ଓ ସ୍ଥାନୀୟ ଲୋକେ ବନ୍ଧ, ବାଲିବସ୍ତା ପକାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହି ଘାଇ ହେବା ଫଳରେ କାଦୁଆ, ବଡାଲ, ସାହୁପଡା, ବକୁ, ଦେଇପୁର, ଗଡଖାରଦ ପଞ୍ଚାୟତର ସମସ୍ତ ଗ୍ରାମ ବୁଡିଯିବାର ସମ୍ଭାବନା ରହିଛି।
କଣାସ-ଗୋଳବାଇ
ରାସ୍ତା ବିଚ୍ଛିନ୍ନ
କଣାସଠାରୁ ଦୋକନ୍ଦା, ବାଲିପାଟଣା, ବଡାସ, କଖାରୁବସ୍ତ, ତେନ୍ତୁଳିମୂଳ ଦେଇ ଗୋଳବାଇଠାରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ମଙ୍ଗଳବାର ଅଧିକାଂଶ ସ୍ଥାନ ବୁଡିଯାଇଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଦୟାନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧର ଅନେକ ସ୍ଥାନ ବୁଡ଼ିଯାଇଥିବାରୁ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ଉପରେ ବାଲିବସ୍ତା ପକାଇ ଆଡିବନ୍ଧ ଦିଆଯାଉଛି। କଣାସ ଜଳସେଚନ ବିଭାଗ ଓ ଖୋର୍ଦ୍ଧା ଜଳସେଚନ ବିଭାଗ ପକ୍ଷରୁ ବନ୍ଧର ସୁରକ୍ଷା ପାଇଁ ଚେଷ୍ଟା କରାଯାଉଛି।
ଜିଲାପାଳଙ୍କ
ବନ୍ୟାଞ୍ଚଳ ପରିଦର୍ଶନ
ପୁରୀ ଜିଲାପାଳ ସମର୍ଥ ବର୍ମା ସୋମବାର କଣାସ ବ୍ଲକରେ ପହଞ୍ଚତ୍ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଜିଲାପାଳ ପ୍ରଥମେ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡିଓ ଲୋଚନ ଦାସ, ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ଜଳସେଚନ ବିଭାଗର ଉଚ୍ଚ ଅଧିକାରୀମାନଙ୍କ ସହ ବନ୍ୟାଞ୍ଚଳ ବିଷୟରେ ଆଲୋଚନା କରିବା ସହ ବନ୍ୟାରେ ଯେଉଁସବୁ ନଦୀବନ୍ଧ ଦୁର୍ବଳ ଥିଲା ସେହି ସ୍ଥାନ ବୁଲି ଦେଖିଥିଲେ। ଦୟାନଦୀ ବନ୍ଧ, ମଲାଗୁଣି ନଦୀବନ୍ଧ, ସବଳଙ୍ଗ ଓ ତୋଟାପଡା ନିକଟ ଉଇଖିଆ ଘାଇ ପରିଦର୍ଶନ କରିବା ପରେ ବ୍ଲକ କାର୍ଯ୍ୟାଳୟକୁ ଫେରି ବନ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ସମୀକ୍ଷା କରିବା ସହିତ ନଦୀ ବନ୍ଧଗୁଡିକ ସୁରକ୍ଷା ପାଇଁ କଡାକଡି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri