Posted inଜାତୀୟ

ଝାଡ଼ଖଣ୍ଡରେ ସଂରକ୍ଷଣ ସୀମା ୭୭ ପ୍ରତିଶତକୁ ବୃଦ୍ଧି…

ରାଞ୍ଚି, ୧୫।୯ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦୁଇଟି ପ୍ରମୁଖ ନିଷ୍ପତ୍ତି ନେଇଛି। ୧୯୩୨ ଝାଡଖଣ୍ଡର ଖତିଆନ ଆଧାରିତ ସ୍ଥାନୀୟ ନୀତିର ଅନୁମୋଦନ କ୍ରମେ ଓବିସି, ଏସଟି ଏବଂ ଏସ୍‌ସିଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓବିସି, ଏସସି ଏବଂ ଏସଟିର ସଂରକ୍ଷଣ ବୃଦ୍ଧି ପାଇଁ ବିଲ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।

ବର୍ତ୍ତମାନ ଏହି ବିଲ ଗୁଡିକ ବିଧାନସଭା ଦ୍ୱାରା ପାରିତ ହେବା ପରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ନବମ ସୂଚୀରେ ଉଭୟ ବିଲ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ। ଏହା ନବମ କାର୍ଯ୍ୟସୂଚୀରେ ଅନ୍ତର୍ଭୂକ୍ତ ହେବା ପରେ ଝାଡଖଣ୍ଡରେ ଲାଗୁ ହେବ।

ବୁଧବାର ଝାଡଖଣ୍ଡର ସରକାରଙ୍କ କ୍ୟାବିନେଟ ରାଜ୍ୟରେ ବିଭିନ୍ନ ପଦବୀରେ ଖାଲିଥିବା ସ୍ଥାନଗୁଡିକରେ ସଂରକ୍ଷଣ ଆଇନ ୨୦୦୧ ରେ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ବିଭିନ୍ନ ସେବାରେ ମୋଟ ସଂରକ୍ଷଣ ସୀମା ବର୍ତ୍ତମାନ ୫୦ ପ୍ରତିଶତରୁ ୭୭ ପ୍ରତିଶତକୁ ବୃଦ୍ଧି କରାଯିବ।

ଏସ୍‌ସିଙ୍କ ପାଇଁ ୧୨ ପ୍ରତିଶତ, ଏସଟିଙ୍କ ପାଇଁ ୨୮ ପ୍ରତିଶତ, ଓବିସି ଆନେକ୍ସୁର -୧ ପାଇଁ ୧୫ ପ୍ରତିଶତ, ଓବିସି ଆନେକ୍ସୁର-୨ ପାଇଁ ୧୨ ପ୍ରତିଶତ ଏବଂ ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଅନୁମୋଦନ ଲାଭ କରିଛି। ଏହାପୂର୍ବରୁ ରାଜ୍ୟରେ ଏସଟିଙ୍କ ପାଇଁ ୨୬ ପ୍ରତିଶତ ସଂରକ୍ଷଣ ରହିଥିଲା। ସେମାନଙ୍କୁ ଦୁଇ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏସ୍‌ସିଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବର୍ତ୍ତମାନ ବଳବତ୍ତର ରହିଛି, ଏହାକୁ ୧୨ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ପଛୁଆ ବର୍ଗଙ୍କର ଆନେକ୍ସୁର ପାଇଁ ୨୭ ପ୍ରତିଶତ ସଂରକ୍ଷଣର ଏକ ପ୍ରସ୍ତାବ ଅଛି। ସେହିପରି ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri