ପୁନର୍ଗଠନ ସଙ୍କେତ

Dillip Cherian

ମଧ୍ୟପ୍ରଦେଶର ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନର ହାଓ୍ବା ବହୁଛି। ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଧିକାରୀମାନଙ୍କୁ କୋର୍‌ ଟିମ୍‌ରେ ଏକତ୍ର କରିବାକୁ ତ୍ୱରିତ ପଦକ୍ଷେପ ନେଉଛନ୍ତି। ଯାଦବଙ୍କ ସକ୍ରିୟ ଆଭିମୁଖ୍ୟ ରାଜ୍ୟର ଶାସନ ବ୍ୟବସ୍ଥାର ପରିବର୍ତ୍ତନକୁ ସୂଚାଉଛି ଏବଂ ଏହା ନିଃସନ୍ଦେହ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପଛରେ ପକାଇବା ଲାଗି ସେ କେନ୍ଦ୍ର ସହ ଆଲୋଚନା କରୁଛନ୍ତି। କିଛି ସପ୍ତାହ ହେଲା ଆମେ ଏକ ନିର୍ଦ୍ଦିଷ୍ଟ ପ୍ରକାର ନିଯୁକ୍ତି ଓ ପୁନଃ ଆବଣ୍ଟନ ପ୍ରକ୍ରିୟା ଦେଖିବାକୁ ପାଉଛୁ। ବିଶେଷକରି ଚୌହାନଙ୍କ ଶାସନ ପାଳିରେ କାର୍ଯ୍ୟରତ ବରିଷ୍ଠ ବାବୁମାନଙ୍କୁ ଏଡ଼ାଇଯାଇ ନୂଆ ଅଧିକାରୀ ଓ ନୂଆ ଆଭିମୁଖ୍ୟ ନେଇ ନିଯୁକ୍ତି କରିବାରେ ଲାଗିଛନ୍ତି ଯାଦବ । ଲୋକ ସମ୍ପର୍କ କମିଶନର ଭାବରେ ସନ୍ଦୀପ ଯାଦବଙ୍କ ନିଯୁକ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ମୁଖ୍ୟ ଭାବେ ସମୀର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ଦୃଢ଼ତା ଏବଂ ଦକ୍ଷତା ଦର୍ଶାଇବାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପରିପ୍ରକାଶ କରିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ଶାସନ ସଚିବ ଭାବରେ ରଘୁଭେନ୍ଦ୍ର ସିଂଙ୍କ ପଦୋନ୍ନତି ନୂତନତ୍ୱ ସହିତ ଅଭିଜ୍ଞତା ମିଶ୍ରଣର ଏକ ରଣନୀତିକ ପଦକ୍ଷେପକୁ ପ୍ରତିଫଳିତ କରିଛି। ନୂତନ ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି- ଭରତ ତାଦବ, ଅବିନାଶ ଲାଭାନିଆ, ଚନ୍ଦ୍ରଶେଖର ଓ୍ବାଲିମ୍ବେ, ଆଦିତ୍ୟ ଗର୍ଗ ଏବଂ ଅନସୁଲ ଗୁପ୍ତା। ସୂତ୍ରରୁ ପ୍ରକାଶ, ନିକଟରେ ପୋଲିସ ମହାନିର୍ଦ୍ଦେଶକ ସୁଧୀର ସକ୍‌ସେନାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆଇପିଏସ୍‌ ଅଧିକାରୀଙ୍କ ପୁନର୍ଗଠନର ସଂକେତ ଦେଇଛି ।
ଅଭିବୃଦ୍ଧି ମଡେଲ୍‌ର ବାସ୍ତବତା
ସମସ୍ତେ ଜାଣନ୍ତି ଯେ ଅର୍ଥ ବ୍ୟବସ୍ଥା ଉପରେ ହ୍ବାଇଟ୍‌ ପେପର ଓ ବ୍ଲାକ୍‌ ପେପରଗୁଡ଼ିକ ପ୍ରାୟତଃ ସାଂଖିକ ତଥ୍ୟଭିତ୍ତିକ ରାଜନୀତିକ ଅସ୍ତ୍ର ହୋଇଥାଏ। ତଥାପି ଏ ସବୁୁ ପାଇଁ ଏବେ ଉଭୟ ପୂର୍ବତନ ଏବଂ କାର୍ଯ୍ୟରତ ଅମଲାତନ୍ତ୍ରୀମାନେ ନୂତନ ସୂତ୍ର ବାହାର କରିବାକୁ କଠିନ ସଂଘର୍ଷ କରୁଛନ୍ତି, ଯାହା ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ କରାଯାଇଥିବା ନୀତିଗତ ପଦକ୍ଷେପକୁ ଯଥାର୍ଥ କରିପାରିବ। ଏହି ସଂଘର୍ଷ ମଧ୍ୟରେ ତାମିଲନାଡୁର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର ଡିଏମ୍‌କେ ଆଇଟି ମନ୍ତ୍ରୀ ପି.ଥିଆଗା ରାଜନଙ୍କଠାରୁ ଏକ ଅତ୍ୟଧିକ ଶିକ୍ଷଣୀୟ ତଥା ପାଣ୍ଡିତ୍ୟପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ଏଥିପାଇଁ କେତେଜଣ ଲୋକ ତାଙ୍କୁ ଆର୍ଥିକ ରାଜନେତା କହି ପ୍ରଶଂସା କରିଥିଲେ। ଆର୍ଥିକ ଅଭିବୃଦ୍ଧି ଓ ଏ ସମ୍ପର୍କିତ ଲାଭକୁ ବିଚାରକଲେ ଯେକୌଣସି ଜାତୀୟ ମଡେଲ ବିଶେଷକରି ବର୍ତ୍ତମାନର ଉତ୍ତରପ୍ରଦେଶ ମଡେଲଠାରୁ କିଭଳି ଦ୍ରାବିଡିଆନ ମଡେଲ ଅଧିକ ଭଲ ତାହା ଦର୍ଶାଇବାକୁ ସକ୍ଷମ ହୋଇଥିଲେ। ରାଜନଙ୍କ ଯୁକ୍ତିି ଯେ ୟୁପି ମଡେଲ ବାସ୍ତବତା ଅପେକ୍ଷା ଅଧିକ ଭ୍ରମାମତ୍କ। ସେ ତଥ୍ୟ ଦର୍ଶାଇଥିଲେ ଯେ ତାମିଲନାଡୁର ତ୍ୱରିତ ଅଭିବୃଦ୍ଧି ହାର ପ୍ରତିବର୍ଷ ତୁଳନାରେ ୨ ପ୍ରତିଶତ ଅଧିକ ହୋଇଚାଲିଛି। ତେବେ ତାମିଲନାଡୁର ଏହି ଅଭିବୃଦ୍ଧି ପ୍ରତିଶତକୁ ଛୁଇଁବାକୁ ହେଲେ ଉତ୍ତରପ୍ରଦେଶର ମୁଣ୍ଡ ପିଛା ମୋଟ ରାଜ୍ୟ ଘରୋଇ ଉପତ୍ାଦ(ଏସ୍‌ଡିପି)କୁ ୬୪ ବର୍ଷ ଲାଗିବ! କିନ୍ତୁ ଯେହେତୁ ଆଗକୁ ନିର୍ବାଚନ ହେବାକୁ ଯାଉଛି କେନ୍ଦ୍ରର ବାବୁମାନଙ୍କ ପାଇଁ ୟୁପି ସଫଳତାର ବିଷୟ ଏକ ଭଲ କାହାଣୀ ହୋଇଛି।
ନିଯୁକ୍ତିରେ ସମସ୍ୟା
କର୍ନାଟକରେ ୬ଟି ସୂଚନା କମିଶନର ପଦବୀ ପାଇଁ ଆବେଦନ କରିଥିବା ୩୭୦ ଜଣଙ୍କ ମଧ୍ୟରେ ଅଛନ୍ତି କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ, ଅବସରପ୍ରାପ୍ତ ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀ, ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଜିଲା ଜଜ୍‌ ଓ ଅଧିକାରୀମାନେ। ନଭେମ୍ବରରେ ସୂଚନା କମିଶନରଙ୍କ ୬ଟି ପଦବୀ ପୂରଣ କରିବାକୁ ସରକାର ବିଜ୍ଞପ୍ତି ଜାରି କରିଥିଲେ। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଆଇଏଏସ୍‌ ଅଧିକାରୀ ମମତା ବି. ଆର୍‌ . ଏବଂ ରିଚାର୍ଡ ଭିନ୍‌ସେଣ୍ଟ ଡି’ସୁଜା ଏବଂ ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଧିକାରୀ ଏ.ବି.ଇବ୍ରାହିମ, ବି.ବାଲଗୋପାଳ, ଆଲାପ୍ପା ଆର୍‌, ଏମ୍‌.ଜି. ହିରେମାଥ, ଅସିତ ମୋହନ ପ୍ରସାଦ, କେ.ଟି.ବାଲାକ୍ରିଷ୍ଣା, ଏମ୍‌.ଭି .ଅମରନାଥ ଏବଂ ରାଜୀବ ରଞ୍ଜନ। ଏହି ତାଲିକାରେ ଅଛନ୍ତି ୪ଜଣ ଜିଲା ବିଚାରପତି ଓ ୩୦ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ,ଯେଉଁମାନେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭକରି ଯୁଗ୍ମ ସଚିବ ଏବଂ ଫାଷ୍ଟ ଡିଭିଜନ ଆସିଷ୍ଟାଣ୍ଟ ଯାଏ ପଦବୀରେ କାର୍ଯ୍ୟ କରିଥିଲେ। ତେବେ ଏକ ବିବାଦୀୟ ପ୍ରସଙ୍ଗ ରହିଛି ଯାହାକି ବର୍ଷ ବର୍ଷ ଧରି ଏହିପରି ନିଯୁକ୍ତିରେ ସମସ୍ୟା ସୃଷ୍ଟି କରିଛି। ଯୋଗ୍ୟତା ଆଧାରିତ ବ୍ୟବସ୍ଥା ଉପରେ ରାଜନୈତିକ ସମ୍ପୃକ୍ତିର ପ୍ରଭାବ ବି ରହିଛି। ଆର୍‌ଟିଆଇ ଜରିଆରେ ଅନେକ ବିଭାଗରେ ତ୍ରୁଟି ସାମ୍ନାକୁ ଆଣିଥିବା ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, ଚୟନ ସମୟରେ ମୌଳିକ ନୀତିକୁ ଲଗାତର ଭାବେ ସରକାରଗୁଡ଼ିକ ଅବହେଳା କରିଆସିଛନ୍ତି। ଅନେକ କ୍ଷେତ୍ରରେ ସନ୍ଦେହଜନକ ରେକର୍ଡ ଥିବା ବ୍ୟକ୍ତିବିଶେଷଙ୍କୁ ଏପରି ପଦବୀରେ ନିଯୁକ୍ତ କରାଯାଇଛି, ଯାହା ସ୍ବଚ୍ଛତାର ମହତ୍ତ୍ୱକୁ ଦୁର୍ବଳ କରିଦେବା ସହ ଅନୁଷ୍ଠାନଗୁଡ଼ିକ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିଦେଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?