ପିଲାଙ୍କ ଡାଏପର ଦାଗ ଦୂର କରନ୍ତୁ

ଅଧିକ ସମୟ ଡାଏପର ପିନ୍ଧିବା ଫଳରେ ପିଲାଙ୍କ ତ୍ୱଚାରେ ଦାଗ ପଡ଼ି ଯାଇଥାଏ। ପିଲାଙ୍କର
ଏହି ଦାଗକୁ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…

୧୫ ମିନିଟ୍‌: ସବୁ ସମୟରେ ଡାଏପର ପିନ୍ଧୁଥିବା ପିଲାଙ୍କୁ ମଝିରେ ମଝିରେ କିଛି ସମୟ ଖୋଲା ଛାଡନ୍ତୁ। ୨-୪ ଘଣ୍ଟା ପରେ ଅତି କମ୍‌ରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ପିଲାଙ୍କୁ ଡାଏପର ନ ପିନ୍ଧାଇ ଢିଲା ପ୍ୟାଣ୍ଟ ପିନ୍ଧାନ୍ତୁ। ଫଳରେ ପିଲାଙ୍କ ତ୍ୱଚାରେ ଦାଗ ପଡ଼ିବା କିମ୍ବା ଲାଲ୍‌ ଦେଖାଯିବା ଭଳି ସମସ୍ୟା ରହିବ ନାହିଁ।
ପାଉଡର ଲଗାନ୍ତୁ: ପ୍ରତିଥର ପିଲାଙ୍କୁ ଡାଏପର ପିନ୍ଧାଇବା ସମୟରେ ପ୍ରଥମେ ପାଉଡର ଲଗାନ୍ତୁ। ଏହା ଫଳରେ ତ୍ୱଚା ଶୁଖିଲା ରହିବ ଏବଂ ସଂକ୍ରମଣର ଭୟ ନ ଥିବ।
ନଡିଆ ତେଲ: ଡାଏପର ପିନ୍ଧିବା ଫଳରେ ଯଦି ଶିଶୁର ତ୍ୱଚାରେ ଲାଲ୍‌ ଦାଗ ହୋଇଥାଏ ତେବେ ଡାଏପର ବଦଳାଇବା ପରେ ତ୍ୱଚାକୁ ଉଷୁମ ପାଣିରେ ଭଲଭାବେ ପୋଛି ନଡ଼ିଆ ତେଲ ଲଗାଇ ଦିଅନ୍ତୁ। ନଡିଆ ତେଲରେ ଆଣ୍ଟିବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗଲ ରହିଛି। ତେଣୁ ଏହା ତ୍ୱଚାର ଏହି ସମସ୍ୟା ଦୂର କରିପାରିବ।
ବେକିଂ ସୋଡା: ଅଧିକ ସମୟ ଡାଏପର ପିନ୍ଧିବା ଫଳରେ ଶିଶୁର ତ୍ୱଚାରେ ଯଦି ଲାଲ୍‌ ଦାଗ ହେବା ସହ କିଛି ଫଳି ଯିବା ପରି ହୋଇଥାଏ ତେବେ ବେକିଂ ସୋଡା ଲଗାଇ ଏହାକୁ ଭଲ କରିପାରିବେ। ଏଥିପାଇଁ ୧୫ କପ୍‌ ପାଣି ଆଣି ସେଥିରେ ୨ ଚାମଚ ବେକିଂ ସୋଡା ପକାନ୍ତୁ। ସେହି ପାଣିରେ ଶିଶୁର ଡାଏପର ଖୋଲି ତ୍ୱଚାକୁ ଧୀରେ ଧୀରେ କପଡାରେ ସଫା କରନ୍ତୁ। ଏହାପରେ ତ୍ୱଚା ଶୁଖିଗଲା ପରେ ପୁଣି ଡାଏପର ପିନ୍ଧାନ୍ତୁ।
ଆଲୋବେରା ଓ ନିମ୍ବ:ଆଲୋବେରା ଜେଲ୍‌କୁ ମଧ୍ୟ ଶିଶୁର ହିପ୍ସରେ ଲଗାଇଲେ ଡାଏପରଜନିତ ଦାଗ ଦୂର ହୋଇଥାଏ। ହାଲ୍‌କା ଦାଗ ହୋଇଥିଲେ ନିମ୍ବ ପାଉଡର କିମ୍ବା ତେଲ ଲଗାଇପାରିବେ। କିନ୍ତୁ ଦାଗ ଘା’ଭଳି ହୋଇଥିଲେ ନିମ୍ବ ବ୍ୟବହାର କରନ୍ତୁ ନାହିଁ। ଏସବୁ ଘରୋଇ ଉପାୟରେ ଯଦି ଦାଗ ଭଲ ହୋଇ ନ ଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri