ସହର ସହ ଯୋଡ଼ିହେଉଛି ଦୁର୍ଗମ ଅଞ୍ଚଳ

କେନ୍ଦୁଝର,୧୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ଯାତାୟାତରେ ସୁବିଧା ହେବା ସହ ଗ୍ରାମାଞ୍ଚଳର ବିକାଶ ହେବ। ବଣ ପାହାଡ଼ଘେରା କେନ୍ଦୁଝର ଜିଲାର ପ୍ରତ୍ୟେକ ଗ୍ରାମକୁ ମୁଖ୍ୟସ୍ରୋତ ସହ ଯୋଡ଼ିବା ଲାଗି ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠି ସହାୟତାରେ ଉକ୍ତ କାର୍ଯ୍ୟ କରାଯାଇ ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସଶକ୍ତ ହୋଇପାରୁଛି।
  ଜିଲାର ହରିଚନ୍ଦନପୁର, ବାଂଶପାଳ ଓ ଝୁମ୍ପୁରା ବ୍ଲକ୍‌ରେ ଓଏମ୍‌ବିଏଡିସି ପାଣ୍ଠି ବିନିଯୋଗରେ ମୋଟ ୨୬୨.୩୨ କି.ମି.ରାସ୍ତା ସଂଯୋଗୀକରଣ କାମ ଚାଲିଛି। ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୪.୦୪ କି.ମି. ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି। ଫଳରେ ୩୪ ପଞ୍ଚାୟତର ୧୪ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ବାକି ରାସ୍ତା ନିର୍ମାଣ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବାଂଶପାଳ ବ୍ଲକ୍‌ର ନୟାକୋଟ ପଞ୍ଚାୟତରେ ବିଭିନ୍ନ ନାଳ ଉପରେ ମୋଟ ୧୯୫.୩୯ ମିଟର ଲମ୍ବର ତିନୋଟି ସେତୁ ନିର୍ମାଣ କରାଯାଇଛି। ଏହା ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇଥିବାରୁ ୭ ଗଁାର ୩ ହଜାର ୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିପାରିଛି।
ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ‘ଓଏମ୍‌ବିଏଡିସି  ପାଣ୍ଠି ସହାୟତାରେ କେନ୍ଦୁଝର ଜିଲାରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ଭିତରେ ରାସ୍ତା ସଂଯୋଗୀକରଣ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାସ୍ତା ଏବଂ ସେତୁ ନିର୍ମାଣ ହେବା ଯୋଗୁ ଲୋକେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି। ସ୍ବାସ୍ଥ୍ୟସେବା ସହ ଅନ୍ୟାନ୍ୟ କାମ ପାଇଁ ସହର ସହ ଯୋଡ଼ିହୋଇପାରୁଛନ୍ତି।
ବାଂଶପାଳ ବ୍ଲକ୍‌ ଲୁଙ୍ଗାଝର ବାସିନ୍ଦା ବେଣୁଧର ନାଏକ କହନ୍ତି, ଆଗରୁ ତାଙ୍କ ଗାଁକୁ ଭଲ ରାସ୍ତା ନ ଥିବାରୁ ଯିବା ଆସିବାରେ ବହୁ ଅସୁବିଧା ହେଉଥିଲା। ଏବେ ପାହାଡ଼ କାଟି ରାସ୍ତା ହୋଇଛି। ଫଳରେ ସୁବିଧାରେ ଡାକ୍ତରଖାନା ଓ ପିଲାମାନେ ସ୍କୁଲ ଯାଇପାରୁଛନ୍ତି।
  ପଞ୍ଚାୟତର ଅଧିବାସୀ ସୁମତୀ ନାଏକ କୁହନ୍ତି, ଗଁାକୁ ବିଭିନ୍ନ ନାଳ ଘେରି ରହିଛି। ବର୍ଷାଦିନ ହେଲେ ଗଁାରୁ ଲୋକେ ବାହାରକୁ ଯାଇପାରୁ ନ ଥିଲେ। ଏବେ ନାଳ ଉପରେ ପୋଲ ତିଆରି ହୋଇଛି। ସୁବିଧାରେ ସବୁଆଡ଼େ ଯାଇପାରୁଛନ୍ତି।
ଅନ୍ୟପକ୍ଷରେ ଜିଲାର ଅନେକ ଗ୍ରାମକୁ ରାସ୍ତା ନାହିଁ। ସେହିପରି ଏହି ଯୋଜନାରେ ହେଉଥିବା କାମ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଅନେକ ରାସ୍ତା ଓ ପୋଲ କମ୍‌ ଦିନରେ ଭାଙ୍ଗୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପାଣି ଭଳି ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସିପାରୁନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ସେହିପରି ଖଣି ଅଞ୍ଚଳରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ସେସବୁର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉନାହିଁ। ଏଣୁ ଏହି ଅର୍ଥରେ ନିର୍ମାଣ ହୋଇଥିବା କାମଗୁଡ଼ିକର ଠିକ୍‌ ଯାଞ୍ଚ ହେଲେ ବହୁ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିବ ବୋଲି ମତପ୍ରକାଶ ପାଉଛି। ବହୁ କାମ ଠିକ୍‌ ସମୟରେ ସରୁନାହିଁ କିମ୍ବା ସୂଚନା ଫଳକ ଲଗାଯାଉନାହିଁ। ଫଳରେ ପ୍ରକୃତ ତଥ୍ୟ ମିଳିପାରୁନାହିଁ ବୋଲି ପୂର୍ବତନ ବିଧାୟକ ନାୟକ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?