Posted inଜାତୀୟ

ଜୁବେରଙ୍କୁ ଆଶ୍ୱସ୍ତି, ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର, ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର…

ନୂଆଦିଲ୍ଲୀ,୨୦।୭ : ସୁପ୍ରିମକୋର୍ଟ ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ-ଚେକର୍‌ ମହମ୍ମଦ ଜୁବେରଙ୍କୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୬ଟି ମାମଲାରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ହାଜତରେ ରଖିବା ପାଇଁ କୌଣସି ଯଥାର୍ଥତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉତ୍ତରପ୍ରଦେଶ ସରକାର ଦ୍ୱାରା ଗଠିତ ଏସଆଇଟି ମଧ୍ୟ ଭଙ୍ଗ କରାଯାଇଛି। ବୁଧବାର ମହମ୍ମଦ ଜୁବାଇରଙ୍କୁ ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଳିକାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଘଟଣାର ଏକୀଭୂତ ତଦନ୍ତର ଆବଶ୍ୟକତା ରହିଛି। ଏହାସହିତ ଉତ୍ତରପ୍ରଦେଶରେ ଜୁବେରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲାକୁ ମଧ୍ୟ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ମହମ୍ମଦ ଜୁବେରଙ୍କୁ ଟୁଇଟ ନକରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ଏହା ଜଣେ ଆଇନଜୀବୀଙ୍କୁ ତର୍କ ନକରିବାକୁ କହିବା ଭଳି ଏବଂ ଜଣେ ବ୍ୟକ୍ତିଙ୍କୁ କଥା ନହେବାକୁ ନିର୍ଦ୍ଦେଶ ଦେବା। ସେ ଯାହା ବି କରନ୍ତି, ସେ ଆଇନ ଅନୁଯାୟୀ ଦାୟୀ ରହିବେ। କିନ୍ତୁ ଆମେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲେଖିବା ପାଇଁ ମନା କରି ପାରିବୁ ନାହିଁ ବୋଲି ଶୀର୍ଷ କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ବଜାୟ ରଖିବା ପାଇଁ ରବିବାର ବାହାରିବ ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ,୨୨।୪: ହିଂସା ଘଟିଥିବା ଦିଲ୍ଲୀ ଜାହାଙ୍ଗୀରପୁରୀର ସି-ବ୍ଲକ୍‌ରେ ସ୍ଥାନୀୟ ଶାନ୍ତି କମିଟିର ପ୍ରତିନିଧୀମାନେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବା ପାଇଁ ଶୁକ୍ରବାର...

ଦିଲ୍ଲୀ ଗସ୍ତରେ ଫଡ୍‌ନବିସ: କ୍ୟାବିନେଟ ସମ୍ପ୍ରସାରଣ ଉପରେ ହେବ ଚର୍ଚ୍ଚା

ମୁମ୍ବାଇ,୪।୮: ମହାରାଷ୍ଟ୍ରରେ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନୂତନ ସରକାର ଗଠନ ହୋଇସାରିଥିଲେ ମଧ୍ୟ କ୍ୟାବିନେଟ ସମ୍ପ୍ରସାରଣ ଅଟକି ରହିଛି। ତେବେ ଶୁକ୍ରବାର...

୧୦ ବର୍ଷରେ ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ହେବ ଚାଷ: ୭୫ ଲକ୍ଷଙ୍କୁ ମିଳିବ କର୍ମ ନିଯୁକ୍ତି

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ୫୦ ଲକ୍ଷ ହେକ୍ଟର ପଡ଼ିଆ ଜମିକୁ ଚାଷ ଯୋଗ୍ୟ କରିବା ଲାଗି...

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରତିବାଦ, ଅର୍ଦ୍ଧଦଗ୍ଧ ମୃତଦେହ ନେଇ ପଳାଇଲେ ପରିବାର ଲୋକେ

ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା...

ଏସ୍‌ସିଓ ବୈଠକରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ,୨୬।୧: ଚଳିତ ବର୍ଷ ମେ’ରେ ହେବାକୁ ଥିବା ସାଂଘାଇ କୋପରେଶନ ଅର୍ଗାନାଇଜେଶନ(ଏସ୍‌ସିଓ)ରେ ସାମିଲ ହେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ। ଦିନକ...

ଅର୍ଥନୈତିକ ସର୍ଭେ ୨୦୨୨-୨୩ ରିପୋର୍ଟ: ୨୦୨୩-୨୪ ବର୍ଷରେ ବିକାଶ ହାର ୬.୫ ପ୍ରତିଶତ ଅନୁମାନ…

ନୂଆଦିଲ୍ଲୀ,୩୧।୧ : ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଆସନ୍ତା ଆର୍ଥିକ ବର୍ଷରେ ଅର୍ଥାତ ୨୦୨୩-୨୪ ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ...

ପାନୀୟ ଉପଯୋଗୀ ନୁହେଁ ବର୍ଷାଜଳ

ଷ୍ଟକ୍‌ହୋମ୍‌, ୧୧ା୮: ବର୍ଷାଜଳକୁ ସିଧାସଳଖ ପାନୀୟ ଭାବେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସୁଇଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏଥିରେ...

ରାସ୍ତାରେ ଆତଙ୍କ ଖେଳାଉଥିବା ୨ ଲେଡି ଡନ୍‌ ଗିରଫ

ଭୋପାଳ,୨୦।୧୨-ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ଆତଙ୍କ ଖେଳାଉ ଥିବା ଦୁଇ ଲେଡି ଡନଙ୍କୁ ରବିବାର ପୋଲିସ ଗିରଫ କରିଛି। ଗିରଫ ୨ ଯୁବତୀ ବିଚ୍‌...

Advertisement
Archives

Model This Week