Advertisement
Posted inଜାତୀୟ

କର୍ମଚାରୀ ଏବଂ ତାଙ୍କ ପରିବାରର ଟିକା ଖର୍ଚ୍ଚ ବହନ କରିବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୫।୩: ଇନଫୋସିସ, ଆସେଞ୍ଚର, ଟିିସିଏସ ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ ରିଲାଏନ୍ସ କମ୍ପାନୀ ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି। ରିଲାଏନ୍ସର ନିର୍ଦ୍ଦେଶକ ତଥା ମୁକେଶ ଅମ୍ବାନୀ ସ୍ତ୍ରୀ ନୀତା ଅମ୍ବାନୀ ଏଭଳି ଏକ ବିବୃତ୍ତି ଜାରି କରିଛନ୍ତି। କରୋନା ବିରୋଧୀ ଲଢ଼େଇରେ ରିଲାଏନ୍ସ ଦେଶ ସହ ଛିଡା ହୋଇଛି। ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ପ୍ରାୟ ୧୦ ଲକ୍ଷ ଲୋକଙ୍କ କରୋନା ଟିକାକରଣ ପାଇଁ ଖର୍ଚ୍ଚ ଉଠାଇବ। ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହିତାଧିକାରୀ ପଞ୍ଜିକରଣ କରାଇବା ଉଚିତ୍‌ ବୋଲି ନୀତା ଅମ୍ବାନୀ କହିଛନ୍ତି। ନୀତା ଅମ୍ବାନୀ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ରିଲାଏନ୍ସ ଦେଶ ସହ ଛିଡା ହୋଇଛି। ସୂଚନାଯୋଗ୍ୟ, ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ପ୍ରାୟ ୧୦ ଲକ୍ଷ ଲୋକଙ୍କ କରୋନା ଟିକାକରଣ ପାଇଁ ଖର୍ଚ୍ଚ ଉଠାଇବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୋଗୀଙ୍କ ଆଉଟ ସୁଇଙ୍ଗ୍‌ରେ କଂଗ୍ରେସ ହେବ ଆଉଟ’

ଝାନ୍‌ସୀ,୧୯।୧୨: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭାରତୀୟ ଜନତା ପାର୍ଟିର ଜନ ବିଶ୍ୱ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ହୋଇଥିବା ସାଧାରଣ...

ମାଓବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀ: ଆଇଇଡି ବିସ୍ପୋରଣରେ ୧୫ କୋବ୍ରା ଯବାନ ଆହତ

ରାଞ୍ଚି, ୨୮।୫: ଝାଡ଼ଖଣ୍ଡରେ ମାଓବାଦୀ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ସ୍ଥାନୀୟ ସରାୟକେଲାର କୁଚାଇ ଅଞ୍ଚଳରେ ୨୦୯ କୋବ୍ରା ବାଟାଲିୟନ...

ନୂଆ ସହଯୋଗୀଙ୍କ ବିନା ନିର୍ବାଚନ ଲଢ଼ିବା ରାସ୍ତାରେ କଂଗ୍ରେସ…

କନ୍ୟାକୁମାରୀ, ୮।୯ : ଗୁରୁବାର ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ପଦଯାତ୍ରା ସହିତ ଦଳ ବଡ଼ ଯୋଜନା କରିବା ଆରମ୍ଭ କରିଛି। ଏହା...

ସ୍ୱୀକାର କରାଯିବନି ଦୁଇଟି ଭାରତ: ରାହୁଲ

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ନାଟକରେ ଚାଲିଛି । ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପରଠାରୁ ରାହୁଲ ଗାନ୍ଧୀ ଆଗ...

୧୦ କିଲୋମିଟର ପାଇଁ ଆମ୍ବୁଲାନ୍ସ ନେଉଛି ୧୦ ହଜାର ଟଙ୍କା ଭଡା

ନୂଆଦିଲ୍ଲୀ,୨୦।୭: କରୋନା ସଙ୍କଟ ସମୟରେ ଆମ୍ବୁଲାନ୍ସର ଭଡାକୁ ନେଇ ଏବେ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏମିତିକି ଏବେ ରୋଗୀ ୧୦-୧୫...

ମୋଷ୍ଟଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ!

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସ...

ଗଗନଯାନ ମାନବ ରହିତ ମିଶନରେ ହେବ ବିଳମ୍ବ: ଇସ୍ରୋ

ବେଙ୍ଗାଲୁର, ୧୧।୬: ଇସ୍ରୋର ଗଗନଯାନ ଦ୍ୱାରା ହେବାକୁ ଥିବା ପ୍ରଥମ ମାନବ ରହିତ ମିଶନରେ ବିଳମ୍ବ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଏଭଳି ହେବ...

ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବେ ପୁଣି ଥରେ ମିଗ୍‌-୨୧ ଯୁଦ୍ଧ ବିମାନ ଉଡାଇବେ...

Advertisement
Archives

Model This Week