ରୋଗୀ ସେବାରେ ସମ୍ପର୍କୀୟ

ସୁଧୀର କୁମାର ନାୟକ

 

ରାଜ୍ୟର ସରକାରୀ ଓ ବେସରକାରୀ ହସ୍ପିଟାଲକୁ ପ୍ରତିଦିନ ବିଭିନ୍ନ ଜିଲା ଏବଂ ବାହାର ରାଜ୍ୟର ହଜାର ହଜାର ରୋଗୀ ଆସିଥାନ୍ତି। ରୋଗୀ ସମ୍ପର୍କୀୟମାନେ ଦାୟିତ୍ୱ ନେଇ ଡାକ୍ତରଖାନା ଆଡମିସନଠାରୁ ସମସ୍ତ ଭଲମନ୍ଦ ବୁଝିଥାନ୍ତି। ଏହା ଭିତରେ ରୋଗୀର ଆତ୍ମୀୟ, ସହଯୋଗୀମାନଙ୍କୁ ନାନାଦି ସମସ୍ୟା, କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହା କିନ୍ତୁ ବିଭାଗୀୟ ମୁଖ୍ୟମାନେ ବା ସରକାର ହୃଦୟଙ୍ଗମ କରି ନ ଥାନ୍ତି।
ରୋଗୀ ସମ୍ପର୍କୀୟମାନେ ରୋଗୀ ସେବାର ଅନେକ ଦାୟିତ୍ୱ ବହନ କରିଥାନ୍ତି। କେଉଁ ବିଭାଗରେ କେଉଁ ପରୀକ୍ଷା କରାଯିବ, ରିପୋର୍ଟ କେଉଁଠୁ ମିଳିବ, ଫଟୋ କେଉଁଠୁ ଉଠାଯିବ, ରକ୍ତ ନମୁନା କେଉଁ ଲାବରୋଟୋରିକୁ ପଠାଯିବ ଇତ୍ୟାଦି କରାଯାଇଥାଏ। ଆବଶ୍ୟକସ୍ଥଳେ ରୋଗୀଙ୍କୁ ଷ୍ଟ୍ରେଚରରେ ସମ୍ପର୍କୀୟମାନେ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ବୋହି ନେଇଥାନ୍ତି। ଜଣେ ରୋଗୀର ବଳ ଥାଏ ତା’ର ଆତ୍ମୀୟ ସହଯୋଗୀମାନଙ୍କର ସେବା। କେବଳ ଆମ ରାଜ୍ୟ ନୁହେଁ, ଦେଶର ବହୁ ବଡ଼ ବଡ଼ ଡାକ୍ତରଖାନାରେ ସମସ୍ତ ସୁବିଧା ଗୋଟାଏ କ୍ୟାମ୍ପସରେ ଉପଲବ୍ଧ ହୁଏନାହିଁ । ଗୋଟିଏ ବିଭାଗରୁ ଅନ୍ୟ ଗୋଟିଏ ବିଭାଗର ଦୂରତ୍ୱ ମଧ୍ୟ କମ୍‌ ନ ଥାଏ। ଗୁରୁତର ରୋଗୀମାନଙ୍କୁ ଶଯ୍ୟାରେ ଛାଡ଼ି ବାହାରକୁ ଯିବା ସମସ୍ୟା ହୋଇଥାଏ। ଯଦି କଟକ ବଡ଼ ଡାକ୍ତରଖାନାକୁ ବିଚାରକୁ ନେବା ଏଠି ବର୍ତ୍ତମାନ ଅଧିକାଂଶ ବିଭାଗର ମୁଖ୍ୟ ପ୍ରଫେସର, ସହକାରୀ ପ୍ରଫେସର ଏବଂ ଡାକ୍ତରମାନଙ୍କ ଆବଶ୍ୟକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ୁଥିବାରୁ ଚିକିସତ୍ା ସେବା ବିଳମ୍ବ ହେଉଛି। ଗୁରୁତର ରୋଗୀମାନେ ଏବଂ ତାଙ୍କ ସମ୍ପର୍କୀୟମାନେ ମାସ ମାସ ଧରି ଡାକ୍ତରଖାନାରେ ରହୁଛନ୍ତି। ଏହାଦ୍ୱାରା ମଧ୍ୟ ରୋଗୀ ସମ୍ପର୍କୀୟଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ନିଜ ପରିବାର ଛାଡ଼ି ସମ୍ପର୍କୀୟମାନେ ଜଣକ ସେବା ପାଇଁ କେତେ ସମୟ ଡାକ୍ତରଖାନାରେ କଟାଇବାକୁ ପଡ଼େ, ଆଉ କେଡ଼େ ଯନ୍ତ୍ରଣାଦାୟକ ତାହା କେବଳ ଅଙ୍ଗେ ନିଭେଇଥିବା ଲୋକେ ହିଁ ବୁଝିପାରିବେ।
ଡାକ୍ତରଖାନା ପରିସରରେ ସମ୍ପର୍କୀୟମାନଙ୍କ ବିଶ୍ରାମ, ରହଣି ପାଇଁ ସେପରି ସୁବିଧା ନାହିଁ। ଯଦି ଥାଏ, କେଉଁଠି ଭଙ୍ଗାଯାଇଥିବା କୋଠା, ବାରଣ୍ଡା କିମ୍ବା ପରିତ୍ୟକ୍ତ ସ୍ଥାନ। ଡାକ୍ତରଖାନାର ୮୦ ପ୍ରତିଶତ ରୋଗୀ ସହଯୋଗୀମାନେ ରାତିରେ କେଉଁ ଗଛମୂଳେ କିମ୍ବା ରାସ୍ତା ପାର୍ଶ୍ୱ ସିମେଣ୍ଟ ପିଣ୍ଡିରେ ବସି ବସି ରାତି ବିତେଇଥାନ୍ତି। ବର୍ଷା, ଶୀତଦିନେ ସମ୍ପର୍କୀମାନେ ବଡ଼ ଦୁର୍ଦ୍ଦଶା ଭୋଗିଥାନ୍ତି। ବର୍ଷାଦିନେ ବିଶ୍ରାମ ପାଇଁ ଶୁଖିଲା ସ୍ଥାନ ଅଭାବ ଥାଏ। ରୋଗୀଟିଏ ଆଡମିସନ ହେଲେ ତା’ର ସମ୍ପର୍କୀୟ ତା’ ପାଖରେ ରହିବା ସ୍ବାଭାବିକ କଥା। କିନ୍ତୁ ସେହି ସମ୍ପର୍କୀୟମାନଙ୍କ ଦୁଃଖ ଦୁର୍ଦ୍ଦଶା କ’ଣ ସରକାର ବୁଝିପାରନ୍ତି ନାହିଁ। ଯଦି ମହିଳା ସମ୍ପର୍କୀୟ ହୋଇଥିବେ ସେମାନଙ୍କର ସୁରକ୍ଷା ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ରାତ୍ରକାଳରେ ଡାକ୍ତରଖାନାରେ କେହି ନ ଥାନ୍ତି। ଏହା ମଧ୍ୟରେ ସମ୍ପର୍କୀୟମାନଙ୍କ ମୋବାଇଲ, ବ୍ୟାଗ୍‌, ଜିନିଷପତ୍ର ଚୋରି ହେବାଟା ନିତିଦିନିଆ ଘଟଣା। ସରକାର ଡାକ୍ତରଖାନାରେ ଭିତ୍ତିଭୂମି ବିକାଶ ପାଇଁ ଟଙ୍କା ଅଟକଳ କରୁଥିଲାବେଳେ ରୋଗୀ ସମ୍ପର୍କୀୟ ସହଯୋଗୀମାନଙ୍କ ରାତ୍ରିକାଳୀନ ବିପଦମୁକ୍ତ ବିଶ୍ରାମାଗାର ସ୍ଥାପନ ପାଇଁ ସେପରି କିଛି ପଦକ୍ଷେପ ନିଆଯାଉନାହିଁ। ବଡ଼ ବଡ଼ ଡାକ୍ତରଖାନା ପରିସରରେ ଅସାମାଜିକ ବ୍ୟକ୍ତି, ଦଲାଲମାନଙ୍କ ଦାୈରାମତ୍‌ୟ ବଢ଼ି ଚାଲିଛି। ବାହାରୁ ଆସୁଥିବା ନିରୀହ ରୋଗୀ ସମ୍ପର୍କୀୟମାନଙ୍କୁ ଠକି ଲୁଟୁଛନ୍ତି। ଦଲାଲମାନେ ଅସାଧୁ ଡାକ୍ତରଖାନା କର୍ମଚାରମାନଙ୍କ ସହଯୋଗରେ ରୋଗୀମାନଙ୍କୁ ସେମାନଙ୍କର ପରିଚିତ ଘରୋଇ ହସ୍ପପିଟାଲକୁ ନେଇ ଶୋଷୁଛନ୍ତି। କେତେଦିନ ଏପରି ଚାଲିଥିବ। ବିଶ୍ୱ ମହାମାରୀ କରୋନାର ଯେତେବେଳେ ତୀବ୍ରତା ଅଧିକ ଥିଲା ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କ ପାଇଁ ଯେମିତି ଶଯ୍ୟା ଅଭାବ ପଡ଼ିଲା ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଛିଡ଼ାହେବା ପାଇଁ ଜାଗା ଅଭାବ ପଡ଼ିଲା।
ଶ୍ୟାମପୁର, ଧାମନଗର, ଭଦ୍ରକ
ମୋ- ୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?