ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍‌ଟାଲି

ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍‌ଟାଲି ବେନେଟ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାକୁ ଇଚ୍ଛୁକ ବୋଲି ସୋମବାର କହିଛନ୍ତି। ଦକ୍ଷିଣପନ୍ଥୀ ନେତା ତଥା ୟେମିନା ପାର୍ଟି ମୁଖ୍ୟ ୪୯ ବର୍ଷୀୟ ନେଫ୍‌ଟାଲି ରବିବାର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ ପାର୍ଲାମେଣ୍ଟ ନେସେଟ୍‌ରେ ଶପଥ ଗ୍ରହଣ କରିଛନ୍ତି। ଏ ନେଇ ମୋଦି ତାଙ୍କୁ ଟୁଇଟ୍‌ ଯୋଗେ ଅଭିନନ୍ଦନ ଜଣାଇଥିଲେ। ଆସନ୍ତା ବର୍ଷ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୩୦ ବର୍ଷ ପୂରିବାକୁ ଯାଉଥିବାବେଳେ ନେଫ୍‌ଟାଲିଙ୍କୁ ଭେଟି ରଣନୀତିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଉତ୍ସାହିତ ଥିବା ମୋଦି କହିଥିଲେ। ଏହାର ଉତ୍ତରରେ ନେଫ୍‌ଟାଲି ଧନ୍ୟବାଦ ଜଣାଇବା ସହିତ ମୋଦିଙ୍କ ସହ ମିଶି ଏ ଦିଗରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ତାଙ୍କ ଅଫିସିଆଲ ହ୍ୟାଣ୍ଡେଲ୍‌ରୁ ଟୁଇଟ୍‌ କରିଛନ୍ତି।
ବିରୋଧୀ ଦଳକୁ ନେଇ ଗଠିତ ମେଣ୍ଟ ସରକାର ଇସ୍ରାଏଲକୁ ନିରବଚ୍ଛିନ୍ନ ଭାବେ ୧୨ ବର୍ଷ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁଠାରୁ କ୍ଷମତା ଛଡ଼ାଇନେଇଛି। କ୍ଷମତା ଭାଗବଣ୍ଟା ଅନୁଯାୟୀ, ନେଫ୍‌ଟାଲି ପ୍ରଥମ ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରହିବେ। ପର ୨ ବର୍ଷ ୫୭ ବର୍ଷୀୟ ମଧ୍ୟମମାର୍ଗୀ ତଥା ୟେଶ୍‌ ଏଟିଡ୍‌ ପାର୍ଟି ଅଧ୍ୟକ୍ଷ ୟେର୍‌ ଲେପିଡ ଶାସନ ଗାଦି ସମ୍ଭାଳିବେ। ବର୍ତ୍ତମାନ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ଥିବା ଲେପିଡ୍‌ ମଧ୍ୟ ଭାରତ ପ୍ରତିପକ୍ଷ ଏସ୍‌. ଜୟଶଙ୍କରଙ୍କ ଅଭିନନ୍ଦନ ବାର୍ତ୍ତାର ଉତ୍ତର ରଖି ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କକୁ ଆଗକୁ ନେବାକୁ ଆଗ୍ରହୀ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମୋଦି ଭାରତ-ଇସ୍ରାଏଲ୍‌ ସମ୍ପର୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ ନେତାନ୍ୟାହୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ମାସରୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ଫେରି ସେବା

କଲମ୍ବୋ,୧୯ ।୧୨: ଭାରତ ଓ ଶ୍ରୀଲଙ୍କା ଆସନ୍ତା ମାସରୁ ଶ୍ରୀଲଙ୍କାର ଜାଫନା ଜିଲାରେ କାଂକେସଂତୁରଇ ବନ୍ଦର ଓ ପୁଡୁଚେରୀ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ...

ଗୋଟାବାୟା ରାଜପାକ୍ସେଙ୍କୁ ଶରଣ ଦେଇ ଫସିଲେ ମାଳଦ୍ୱୀପ ସରକାର

ମାଲେ,୧୩।୭: ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ମାଳଦୀପରେ ଶରଣ ନେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପରେ ମଧ୍ୟ...

ଭାରତ ମହାସାଗରରେ ଖସିଲା ଚାଇନା ରକେଟ

ଓ୍ବାଶିଂଟନ୍‌, ୩୧ା୭: ଗତ ସପ୍ତାହରେ ଚାଇନା ମହାକାଶକୁ ଛାଡ଼ିଥିବା ‘ଲଙ୍ଗ୍‌ ମାର୍ଚ ୫ବି’(ସିଜେଡ୍‌-୫ବି) ରକେଟର ଭଗ୍ନାବଶେଷ ଭାରତ ମହାସାଗରରେ ଖସି ପଡିଛି। ଏହି ସ୍ପେସ୍‌ ଆବର୍ଜନାର...

୩ ଦିନ ପୂର୍ବରୁ କରାଯାଇଥିଲା ତୁର୍କୀ-ସିରିଆ ବିନାଶକାରୀ ଭୂକମ୍ପର ଭବିଷ୍ୟବାଣୀ

ଆମଷ୍ଟରଡମ,୭ ।୨: ତୁର୍କୀ ଓ ସିରିଆରେ ସୋମବାର ଆସିଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୩୬୫ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଆହୁରି...

ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କାବୁଲ,୧୧।୨: ଆଫଗାନିସ୍ତାନ କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୈନ୍ୟ ବିଭାଗ କର୍ମଚାରୀ ରହିଥିବା ସ୍ଥାନୀୟ...

ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ଫଟୋ ଶେୟାର କଲା ନାସା

ଆମେ ସମସ୍ତେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ପୃଥିବୀ ଗ୍ରହରେ ଦେଖିଛେ। ଏହି ସମୟରେ ଆକାଶର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। କେବେ ଅନ୍ୟ...

ଟୁଇଟ୍‌ କରିପାରିବେନି ଟ୍ରମ୍ପ!

ଓ୍ବାଶିଂଟନ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ଟ୍ରମ୍ପକୁ...

ପ୍ରକୃତିର ଶୋଷଣ ନୂଆ ରୋଗର ପ୍ରକୋପ ବଢ଼ାଇବ

ଓ୍ବାଶିଂଟନ,୧୬ା୪: ମହାମାରୀ କରୋନା ଯୋଗୁ ବିଶ୍ୱ ଏବେ ଥରହର। କେହି କେହି ଏହା ମାନବୀୟ ଅବହେଳାର ପରିଣାମ ବୋଲି କହୁଥିବା ବେଳେ ପ୍ରକୃତିର ଶୋଷଣ ଏଭଳି...

Advertisement
Archives

Model This Week