Posted inଜାତୀୟ

୧୭ତମ ସନ୍ତାନ ଜନ୍ମଦେଲେ ରେଖା: ରହିବାକୁ ଘର ନାହିଁ, କିନ୍ତୁ….

ଜୟପୁର,୨୭/୮:ରାଜସ୍ଥାନର ଉଦୟପୁରର ଝାଡୋଲ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୫୫ ବର୍ଷୀୟା ରେଖା ଗାଲବେଲିଆ ତାଙ୍କ ୧୭ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ରେଖା ଏପର୍ଯ୍ୟନ୍ତ ୧୬ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହେବା ପରେ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ପରିବାରରେ ଅନେକ ସନ୍ତାନ ଜୀବିତ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୫ ଜଣ ବିବାହିତ ଏବଂ ସେମାନଙ୍କର ନିଜସୱ ସନ୍ତାନ ଅଛନ୍ତି।

ରେଖାଙ୍କ ଝିଅ ଶୀଲା କାନବେଲିଆ କୁହନ୍ତି ଯେ, ଏତେ ବଡ଼ ପରିବାର ହେତୁ ସେମାନେ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ ମାଆଙ୍କ ଏତେ ପିଲା ଅଛନ୍ତି ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ।

ରେଖାଙ୍କ ସୱାମୀ କନୱାରା କାନବେଲିଆ ଅଳିଆ ସଂଗ୍ରହ କରି ପରିବାର ଚଳାଉଛନ୍ତି। ସେ କହିଛନ୍ତି, ଘର ଚଳାଇବା ପାଇଁ ତାଙ୍କୁ ୨୦ ପ୍ରତିଶତ ସୁଧରେ ମହାଜନଙ୍କଠାରୁ ଋଣ ନେବାକୁ ପଡୁଥିଲା। ମୁଁ ଲକ୍ଷ ଲକ୍ଷ ଟଙ୍କା ଦେଇସାରିଛି, କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧ ଦେଇପାରିନାହିଁ। ପିଲାମାନଙ୍କୁ ଖାଇବାକୁ ଦେବା କଷ୍ଟକର।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସେମାନଙ୍କୁ ଏକ ଘର ମଞ୍ଜୁର କରାଯାଇଥିଲା, କିନ୍ତୁ ଜମି ସେମାନଙ୍କ ନାମରେ ନଥିବାରୁ ସେମାନେ ଏପର୍ଯ୍ୟନ୍ତ ବାସହୀନ।

ଆର୍ଥିକ ପ୍ରତିବନ୍ଧକ ଯୋଗୁ ପରିବାର ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେଇପାରି ନ ଥିଲେ। କନୱାରା କହିଛନ୍ତି, ଆମର ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ନାହିଁ କିମ୍ବା ପିଲାମାନଙ୍କ ଶିକ୍ଷା ପାଇଁ ଟଙ୍କା ନାହିଁ। ବିବାହରେ ବହୁତ ଅସୁବିଧା ହେଉଛି। ପ୍ରତିଦିନର ସମସ୍ୟା ଆମକୁ ଭାଙ୍ଗି ଦିଏ।

ଝାରଡୋଲ କମ୍ୟୁନିଟି ହେଲ୍ଥ ସେଣ୍ଟରର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରୋଶନ ଦାରଙ୍ଗୀ କହିଛନ୍ତି, ରେଖାଙ୍କୁ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରିବାର ତାଙ୍କ ଚିକିତ୍ସା ଇତିହାସକୁ ଭୁଲ ଭାବରେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଏହା ସେମାନଙ୍କର ଚତୁର୍ଥ ସନ୍ତାନ। ପରେ ଜଣାପଡିଲା ଯେ ଏହା ୧୭ତମ ସନ୍ତାନ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?