Posted inଜାତୀୟ

୧୮ ବର୍ଷରୁ କମ ବୟସ୍କଙ୍କୁ ଦୁଇ ଚକିଆ ଗାଡି ଚଳାଇବା ମନା, ନ ମାନିଲେ ୩ ବର୍ଷ ଜେଲ…

ଲକ୍ଷ୍ନୌ, ୩।୧ : ୧୮ ବର୍ଷରୁ କମ ବୟସ୍କ ରାଜ୍ୟକୌଣସି ସର୍ବସାଧାରଣ ସ୍ଥାନରେ ଦୁଇ ଚାରି ଚକିଆ ଯାନ ଚଳାଇବେ ନାହିଁ। ଏ ସମ୍ପର୍କରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପରିବହନ ବିଭାଗ ସହାୟତାରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦୁଇ ଚକିଆ ଯାନ ଚଳାଇବା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଏକ ଅଭିଯାନ ଚଳାଇ ଯୁବବର୍ଗମାନଙ୍କୁ ସଚେତନ କରାଯିବ। ଏହା ବ୍ୟତୀତ ଛାତ୍ରୀଛାତ୍ରମାନଙ୍କୁ ବିଭିନ୍ନମାଧ୍ୟମରେ ସଡକ ସୁରକ୍ଷା ବିଷୟରେ ମଧ୍ୟ ସୂଚନା ଦିଆଯିବ ।

ଏହା ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟରେ ଏକ ସଡକ ସୁରକ୍ଷା କ୍ଲବ ଗଠନ କରାଯିବ। ସମସ୍ତ ଶ୍ରେଣୀର ଜଣେ ଛାତ୍ରୀ ଅବା ଛାତ୍ରଙ୍କୁ ସଡକ ସୁରକ୍ଷା କ୍ୟାପଟେନ କରାଯିବ । ବିଦ୍ୟାଳୟରେ ସଡକ ସୁରକ୍ଷା ସୂଚନା ଉପରେ ଏକ କ୍ଲାସ ମଧ୍ୟ ଅନୁଷ୍ଠିତ ହେବ । ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନୋଡାଲ କରାଯିବ ଏବଂ ପରିବହନ ବିଭାଗ ସହାୟତାରେ ଅନଲାଇନ ଏବଂ ଅଫଲାଇନ ତାଲିମ ଦିଆଯିବ । ଏଥି ସହିତ, ୧୮ବର୍ଷରୁ କମ ପିଲାମାନେ କୌଣସି ମୋଟର ଯାନ ଚଲାଇବେ ନାହିଁ ବୋଲି ସଚେତନତା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନ ମାନିଲେ ୩ ବର୍ଷ ଜେଲଦଣ୍ଡାଦେଶ କରାଯିବ।

ଏନେଇ ପରିବହନ କମିଶନର ଚନ୍ଦ୍ର ଭୂଷଣ ସିଂଙ୍କ ଦ୍ୱାରା ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ନାବାଳକଙ୍କ ଡ୍ରାଇଭିଂ ଦ୍ୱାରା ଘଟିଥିବା ଦୁର୍ଘଟଣାକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏଥିପାଇଁ ବିଦ୍ୟାଳୟରେ ଏକ ଅଭିଯାନ ଚଳାଇବାକୁ କୁହାଯାଇଛି। ଏହି କ୍ରମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଡ. ମହେନ୍ଦ୍ର ଦେବ ଏଥିପାଇଁ ସମସ୍ତ ଡିଆଇଓଏସକୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଶିକ୍ଷକମାନଙ୍କୁ ସଡକ ସୁରକ୍ଷା ନୋଡାଲ ଶିକ୍ଷକ ଭାବରେ ମଧ୍ୟ ନିଯୁକ୍ତ କରାଯିବା ଉଚିତ। ପ୍ରାର୍ଥନା ସଭାରେ ଛାତ୍ରୀଛାତ୍ରମାନଙ୍କୁ ସଡକ ସୁରକ୍ଷା ବିଷୟରେ ସୂଚନା ଦିଆଯିବା ଉଚିତ ଏବଂ ସେମାନଙ୍କୁ ମଧ୍ୟ ଏନେଇ ଶପଥ ଦିଆଯିବା ଆବଶ୍ୟକ। ସଡକ ସୁରକ୍ଷା ନିୟମ ସହିତ ଏସମ୍ପର୍କିତ କାନ୍ଥ ଚିତ୍ର ବିଦ୍ୟାଳୟରେ କରାଯିବା ଜରୁରୀ। ଛାତ୍ରୀଛାତ୍ରମାନଙ୍କ ଏକ ହ୍ବାଟସ ଆପ ଗ୍ରୁପ ସୃଷ୍ଟି କରି ଏହା ସହ ଜଡିତ ସୂଚନା ଏବଂ ପରାମର୍ଶ ଶେୟାର କରିବା ଉଚିତ। ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରାଯିବା ଉଚିତ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଛାତ୍ରୀଛାତ୍ରମାନଙ୍କୁ କୁହାଯାଇଛି ବିନା ଲାଇସେନ୍ସରେ ଗାଡି ଚଳାଇବା ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ବିଦ୍ୟାଳୟରେ ସଡକ ସୁରକ୍ଷା କ୍ଲବ ଗଠନ ପାଇଁ ସ୍କୁଲରେ ୫ ହଜାର ଟଙ୍କା ବାବଦରେ ମୋଟ ୪୪.୯୫ ଲକ୍ଷ ଟଙ୍କା ଏବଂ ସ୍କୁଲ କାନ୍ଥରେ ଟ୍ରାଫିକ ନିୟମ ଏବଂ ସ୍ଲୋଗାନ ଲେଖିବା ପାଇଁ ପ୍ରତି ସ୍କୁଲ ଲାଗି ୫୦୦ ଟଙ୍କା ପଠାଯାଇଛି। ପରିବହନ ବିଭାଗର ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି ଏହା ଉପରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି ନିର୍ଦ୍ଦେଶକ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?