କୃଷି ଉତ୍ପାଦ ବିପଣନରେ ସଂସ୍କାର ଅନିବାର୍ଯ୍ୟ

ନଟବର ଖୁଣ୍ଟିଆ

ଭାରତର କୃଷକ ଆନ୍ଦୋଳନରେ ଜଣେ ତୁଙ୍ଗ ନେତା ଓ ଶେତକାରୀ ସଂଗଠନର ପ୍ରତିଷ୍ଠାତା ଶରଦ ଯୋଶୀ ଚାରି ଦଶନ୍ଧି ତଳେ କହିଥିଲେ, ”ଭାରତୀୟ ଚାଷୀ ମାର୍କ୍ସ ଓ ସ୍ପେନ୍‌ସରର ସାହାଯ୍ୟ ଲୋଡେ ମାର୍କ୍ସ ଓ ଏଞ୍ଜେଲଙ୍କ ନୁହେଁ। ତାଙ୍କ କହିବାର ତାପତର୍‌ୟ୍ୟ ଥିଲା ମାର୍କ୍ସ ଗରିବଙ୍କର ଉତ୍‌ଥାନ ପାଇଁ ଗବେଷଣା କରି ନୀତିନିୟମ ନିର୍ଦ୍ଧାରଣ କରୁଥିବାବେଳେ ଏଞ୍ଜେଲ ତାହାର ପ୍ରଚାର ପ୍ରସାର କରୁଥିଲେ। ଆଜିକା ଦିନରେ ଗରିବଙ୍କ ଉତ୍‌ଥାନ ପାଇଁ ପ୍ରଚାର ପ୍ରସାର କରିବା ଯଥେଷ୍ଟ ନୁହେଁ। ମାର୍କ୍ସଙ୍କ ଗରିବ ଉତ୍‌ଥାନ ତତ୍ତ୍ୱକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରିବାକୁ ହେଲେ ସ୍ପେନ୍‌ସର ପରି କୃଷିଜାତ ଦ୍ରବ୍ୟର କ୍ରୟ, ପ୍ରକ୍ରିୟାକରଣ, ପ୍ୟାକେଜ, ଭଣ୍ଡାରଣ କରି ଦେଶ ମଧ୍ୟରେ ଦେଶ ବାହାରେ ବିକ୍ରି କରିବା ଏକାନ୍ତ ଆବଶ୍ୟକ। ଗତ ଚାରି ଦଶନ୍ଧି ତଳେ ଶରଦ ଯୋଶୀଙ୍କ ପରି ଜଣେ କୃଷକ ନେତା, ବୁଦ୍ଧିଜୀବୀ, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କୃଷି ଅର୍ଥନୀତି ବିଶାରଦ ଓ ରାଜନେତା ଯେଉଁ ଆହ୍ବାନ ଦେଇଥିଲେ ଆଜି ପାର୍ଲାମେଣ୍ଟରେ କୃଷି ସମ୍ବନ୍ଧୀୟ ତିନି ଗୋଟି ବିଲ୍‌ ଗୃହୀତ ହେବା ପରେ ଆଶାର ସଞ୍ଚାର ହୋଇଛି ଯେ, କୃଷକର ଆଶା ଆକାଂକ୍ଷା ପୂର୍ଣ୍ଣ ହେବ ଏବଂ ତା’ର ଆୟ ବୃଦ୍ଧିର ପଥ ସୁଗମ ହେବ।
ଉପରୋକ୍ତ ପରିପ୍ରେକ୍ଷୀରେ ସେମାନେ କ’ଣ ଚାହୁଁଛନ୍ତି ବ୍ରିଟିଶ ଶାସନ କାଳରୁ କୃଷି ବଜାରକୁ ନିୟନ୍ତ୍ରଣ କରୁଥିବା ଏପିଏମ୍‌ସି ଆଇନ ଚାଲୁ ରହିଥାଉ? ଏହି ଏପିଏମ୍‌ସି ଆଇନ ବ୍ରିଟିଶ ଶାସନକାଳରେ ୧୮୮୬ରେ ପ୍ରଥମେ କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତରେ ଅମଳ ହେଉଥିବା କପାକୁ ଏହି ଆଇନ ବଳରେ ସୁଲଭ ମୂଲ୍ୟରେ କ୍ରୟ କରି ବ୍ରିଟେନର ମାଞ୍ଚେଷ୍ଟରକୁ ପଠାଇ ସେହି କପାରୁ ସୂତା ଓ ସୂତାରୁ ଲୁଗାବୁଣି ଆଣି ଭାରତରେ ଚଢ଼ା ଦରରେ ବିକ୍ରି କରିବା। ଏହାଦ୍ୱାରା ସେମାନେ ଭାରତୀୟ ଚାଷୀ ଓ ଖାଉଟିଙ୍କୁ ଶୋଷଣ କରୁଥିଲେ। ଏହାର ପ୍ରତିବଦଳରେ ମହାମତ୍ା ଗାନ୍ଧୀ ଖଦି ଆନ୍ଦୋଳନ କରି ଦେଶରେ ସ୍ବାଧୀନତା ଆନ୍ଦୋଳନକୁ ତ୍ୱରାନ୍ବିତ କରିଥିଲେ। ସେହି ଏପିଏମ୍‌ସି ଆଇନ ଆଜି ପର୍ଯ୍ୟନ୍ତ ସ୍ବାଧୀନ ଭାରତରେ ମଧ୍ୟ ସାମାନ୍ୟ କେଉଁଠି କିପରି ସଂଶୋଧିତ ହୋଇ କାର୍ଯ୍ୟକାରୀ ହେଉଛି।
ଏପିଏମ୍‌ସି ଆଇନର ମୂଳନୀତି ହେଲା ଚାଷୀଟିଏ ତା’ର ଉତ୍ପାଦକୁ ଏହି ଆଇନ ବଳରେ ଗଠିତ ମଣ୍ଡିରେ କେବଳ ବିକ୍ରି କରିପାରିବ, ମଣ୍ଡି ବାହାରେ କାହାକୁ ବିକ୍ରି କରିପାରିବ ନାହିଁ। କେବଳ ସେତିକି ନୁହେଁ, ବିଭିନ୍ନ ଜିଲାରେ ଗଠିତ ଏପିଏମ୍‌ସି ମଣ୍ଡି ବାହାରକୁ କୌଣସି କୃଷିଜାତ ଦ୍ରବ୍ୟ ପଠାଇପାରିବେ ନାହିଁ। ଉଦାହରଣ ସ୍ବରୂପ କଳାହାଣ୍ଡିର ଚାଷୀ ବରଗଡ଼କୁ ତା’ର ଦ୍ରବ୍ୟ ପଠାଇପାରିବ ନାହିଁ। ପଠାଇଲେ କର ଦେବାକୁ ହେବ। ଆମ ରାଜ୍ୟ ଓଡ଼ିଶାରେ ରିଜିଓନାଲ କୋଅପରେଟିଭ୍‌ ମାର୍କେଟିଂ ସୋସାଇଟି (ଆର୍‌ସିଏମ୍‌ଏସ୍‌)କୁ ଏହି ଦାୟିତ୍ୱ ଦିଆଯାଇଛି। ଆର୍‌ସିଏମ୍‌ଏସ୍‌ ରାଜ୍ୟ ସମବାୟ ବିଭାଗ ଦ୍ୱାରା ପରିଚାଳିତ। ମଣ୍ଡି ମାଧ୍ୟମରେ ଯେଉଁ କୃଷିଜାତ ଦ୍ରବ୍ୟ ବିକ୍ରି ହୁଏ ସେଥିପାଇଁ ବିଭିନ୍ନ ପ୍ରକାର କର ଦେବାକୁ ହୁଏ। ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟରୁ ଜଣାଯାଏ ଯେ, ବିକ୍ରୟ କର ୦.୩୦ ପ୍ରତିଶତରୁ ୨.୦ ପ୍ରତିଶତ ଆଦାୟ ହେବା ବେଳେ କମିଶନ ଏଜେଣ୍ଟ ଟିକସ ହେଲା ୦.୫ ପ୍ରତିଶତରୁ ୪.୫ ପ୍ରତିଶତ ଏବଂ ଫଳ ପନିପରିବା କ୍ଷେତ୍ରରେ ୩.୦ ପ୍ରତିଶତରୁ ୭.୦ ପ୍ରତିଶତ ଦେବାକୁ ହୁଏ। ଏହାଛଡ଼ା ଅନ୍ୟାନ୍ୟ ଦେୟ ଯେପରି କି ଉନ୍ନୟନ ସେସ୍‌, ପ୍ରବେଶକର, ଓଜନ କରିବା ପାଇଁ ଦେୟ ଏବଂ ହାମେଲ ଦେୟ। ହାମେଲ କହିଲେ ମାଲ ବୋଝେଇ ଓ ଖଲାସ କରିବା ପାଇଁ ଦେୟ। ଏହି ସବୁ କର ବା ଦେୟ ହାରାହାରି ୮ ପ୍ରତିଶତ ପାଖାପାଖି ଦ୍ରବ୍ୟର ମୂଲ୍ୟର ହୋଇଥାଏ। ଏହି କର ଦେବା ଦ୍ୱାରା ଚାଷୀଟି ତା’ର ଦ୍ରବ୍ୟ ଯେତିକି ମୂଲ୍ୟରେ ବିକ୍ରିକରେ ତା’ର ୮ ପ୍ରତିଶତ ପାଖାପାଖି କମ୍‌ ପାଏ। ଏଣେ ମଣ୍ଡି ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି ଅଧିକାଂଶ ସ୍ଥାନରେ କରିପାରେ ନାହିଁ, ଯେପରି କି ଚାଷୀ ଅତି ସୁରୁଖୁରୁରେ ତା’ର ଦ୍ରବ୍ୟକୁ ବିକ୍ରି କରିପାରିବ ନାହିଁ। ଉପଯୁକ୍ତ ଗୋଦାମଘର ନ ଥାଏ। ଶୀତଳଭଣ୍ଡାର ନ ଥାଏ। ଶୁଖାଇବା ପାଇଁ ଉପଯୁକ୍ତ ଖଳା ନ ଥାଏ। ଯଥେଷ୍ଟ ସଂଖ୍ୟାରେ ଚାଷୀର ଘର ପାଖାପାଖି ମଣ୍ଡି ନ ଥାଏ। ଅଧିକ ସଂଖ୍ୟକ କମିଶନ ଏଜେଣ୍ଟ ନିଯୁକ୍ତ କରି ପ୍ରତିଯୋଗିତା ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କରାଯାଏ ନାହିଁ। ଜାଗା ଅଭାବରୁ ନୂଆ କମିଶନ ଏଜେଣ୍ଟଙ୍କୁ ଲାଇସେନ୍ସ ଦିଆଯାଏ ନାହିଁ। ଅନ୍ୟ ଅର୍ଥରେ ଏସବୁ କରିବା ଦ୍ୱାରା ଚାଷୀ କ୍ଷତିଗ୍ରସ୍ତ ହୁଏ।
ବର୍ତ୍ତମାନ ଯେଉଁ କୃଷି ଉପତ୍ାଦର ବେପାର ଓ ବଣିଜ ପ୍ରୋତ୍ସାହନ ଓ ସରଳୀକରଣ ଆଇନ ଗୃହୀତ ପାର୍ଲାମେଣ୍ଟରେ ହୋଇଛି ତାହା ଦ୍ୱାରା ମଣ୍ଡିର ଉଚ୍ଛେଦ ନ ହେଲେ ବି ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି ଏବଂ ଚାଷୀ ତା’ର ଦ୍ରବ୍ୟକୁ ମଣ୍ଡି ବାହାରେ ଓ ରାଜ୍ୟ ଏବଂ ଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ବିକ୍ରି କରିପାରିବ। ପ୍ରଥମ ଲାଭ ଟିକସ ଦେବ ନାହିଁ ଏବଂ ପ୍ରତିଯୋଗିତା ବଜାରରେ ଯିଏ ଅଧିକ ମୂଲ୍ୟ ଦେବ ଚାଷୀ ତାକୁ ବିକିବ। ଏଥିରେ ଚାଷୀର କ୍ଷତି ହେବ କିପରି? ଯେଉଁ ଘରୋଇ ବ୍ୟବସାୟୀମାନେ କୃଷିଜାତ ଦ୍ରବ୍ୟ କିଣିବେ ସେମାନେ ବିଭିନ୍ନ ପ୍ରକାର ଭିତ୍ତିଭୂମି ସୃଷ୍ଟି କରି ନିଜର ବେପାର ବଢ଼ାଇବେ। ପ୍ରତିଯୋଗିତା ବ୍ୟବସାୟୀଙ୍କ ମଧ୍ୟରେ ହେବ ଆଉ ଚାଷୀ ଅଧିକ ଦାମ୍‌ ପାଇବ।
ଅନ୍ୟ ଆଇନଟି ହେଲା ଠିକା ଚାଷୀ ପାଇଁ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷି ସେବା ଆଇନ। ଏହି ଆଇନ ବଳରେ ଚାଷୀ ବିଭିନ୍ନ କୃଷି ଉତ୍ପାଦକୁ ନେଇ ବ୍ୟବସାୟ କରୁଥିବା କମ୍ପାନୀ ସହିତ ଚାଷ କରିବା ପୂର୍ବରୁ ବୁଝାମଣା କରିବ। ସେ ଫସଲ ଚାଷ କଲେ ଯେଉଁ ଖର୍ଚ୍ଚ ହେବ, ଯେଉଁ ନିବେଶ ଦରକାର ହେବ ଏବଂ ଯେଉଁ ବୈଜ୍ଞାନିକ ପଦ୍ଧତି ଚାଷ ପାଇଁ ଦରକାର ହେବ ତାହା ଯୋଗାଇ ଦେବ ଏବଂ ଚାଷ ପରେ କେତେ ଅମଳ କରିବ ତା’ର ଅନୂ୍ୟନ ହାରାହାରି ପରିମାଣ କହିବ ଏବଂ ଉପତ୍ାଦନକୁ କେତେ ଦରରେ କିଣିବ ଠିକ୍‌ ହେବ। ଚାଷୀ ଯଦି ଦେଖିବ ଯେ, କମ୍ପାନୀ ଯାହା କହୁଛି ତା’ର ଅନୁଭୂତିରୁ ତାହା ସମ୍ଭବ l ତେଣୁ ସେ ବୁଝାମଣା କରିବ ଏବଂ ପୂର୍ବ ନିର୍ଦ୍ଧାରିତ ମୂଲ୍ୟରେ ତା’ର ଉପତ୍ାଦନ ବିକି ଲାଭ କରିବ। ଆଇନରେ ପ୍ରାଞ୍ଜଳ ଭାବରେ ଉଲ୍ଲେଖ ଅଛି ଚାଷୀର ଜମି ସହିତ ଏହି ବୁଝାମଣାର କିଛି ସମ୍ପର୍କ ନାହିଁ। କିନ୍ତୁ ବିରୋଧୀମାନେ ଅଯଥା ଭୟ ସୃଷ୍ଟି କରୁଛନ୍ତି ଯେ, କମ୍ପାନୀ ଚାଷୀର ଜମି ନେଇଯିବ। ଚାଷୀଙ୍କୁ ଅଯଥା ଭ୍ରମିତ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଉଛି ୧୯୫୫ର, ଯେତେବେଳେ ଖାଦ୍ୟଶସ୍ୟ ଆବଶ୍ୟକ ତୁଳନାରେ ବହୁତ କମ୍‌ ଥିଲା। ବର୍ତ୍ତମାନ ସ୍ଥିତି ବଦଳିଯାଇଛି। ଏବେ ବ୍ୟବସାୟୀମାନେ ଯଦି ଅଧିକ କୃଷିଜାତ ଦ୍ରବ୍ୟ ଗୋଦାମରେ ସାଇତି ନ ରଖିବେ ତେବେ ବଜାରରେ ତାହା ବିକ୍ରି ନ ହୋଇପାରି ଚାଷୀ କ୍ଷତି ସହିବ। ଆଇନରେ ବ୍ୟବସ୍ଥା ଅଛି ବନ୍ୟା, ମରୁଡ଼ି, ଯୁଦ୍ଧବେଳେ ଖାଦ୍ୟ ଅଭାବ ପଡ଼ିଲେ ସରକାର ଅଧିକ ସାଇତି ରଖିବାକୁ ବାତିଲ କରିବେ। ତେବେ ବିରୋଧ କାହିଁକି ?
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri