ବିଶ୍ୱ ହାତଧୁଆ ଦିବସ: ଜାଣନ୍ତୁ ଏହାକୁ ପାଳନ କରିବାର ଉଦ୍ଦେଶ୍ୟ

ପ୍ରତିବର୍ଷ ଅକ୍ଟୋବର ୧୫ରେ ପାଳନ କରାଯାଉଛି ବିଶ୍ୱ ହାତଧୁଆ ଦିବସ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ଦୈନନ୍ଦିନ କାର୍ଯ୍ୟ କରିବା ପୂର୍ବରୁ ଏବଂ ପରେ ହାତ ଧୋଇବା ବିଷୟରେ ଲୋକଙ୍କୁ ଅବଗତ ବା ସଚେତନ କରାଇବା। ବାସ୍ତବରେ ପିଲାଦିନରୁ ଆମକୁ ବିଦ୍ୟାଳୟରେ ଶିକ୍ଷା ଦିଆଯାଏ ଯେ, କାହିଁକି ହାତ ଧୁଆ ଯାଏ। ପରିବାର ଲୋକେ ମଧ୍ୟ ଛୋଟବେଳୁ ଆମକୁ ହାତ ଧୋଇବାକୁ ପରାମର୍ଶ ଦେଇଥାନ୍ତି। ଏହା ସତ୍ତ୍ୱେ କିଛି ଲୋକ ଆଳସ୍ୟପଣ ଯୋଗୁ ହାତ ଧୋଇବାରେ ଅବହେଳା କରନ୍ତି। ଫଳରେ ନାନା ରୋଗ ସଂକ୍ରମିତ ହୋଇଥାଏ।

ଆମ ଚତୁଃପାର୍ଶ୍ୱରେ ଅନେକ ଜୀବାଣୁ ଅଛନ୍ତି, ଯାହା ଆମକୁ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ। ଆମେ ଦିନସାରା ଅନେକ ଜିନିଷକୁ ଛୁଇଁଥାଉ। ଯେଉଁଥିପାଇଁ ଆମ ହାତରେ ଅନେକ ମଇଳା ଲାଗି ଥାଏ। ଯଦି ଆମେ ହାତ ନ ଧୋଇ ଖାଦ୍ୟ ଖାଇବା ବା ଆଖି, ନାକ, କାନରେ ଲଗାଇବା ତେବେ ଆମକୁ ନାନା ରୋଗ ହେବାର ଶତ ପ୍ରତିଶତ ସମ୍ଭାବନା ଥାଏ। ଏବେ ସମଗ୍ର ବିଶ୍ୱରେ କରୋନା ମହାମାରୀ ଯେଉଁ ଆତଙ୍କ ଖେଳାଇଛି ତା’ର ଔଷଧ ବର୍ତ୍ତମାନ ସୁଦ୍ଧା ବାହାରି ନାହିଁ। ତେଣୁ ଡାକ୍ତରମାନେ ମଧ୍ୟ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି। ଫଳରେ ଏହି ରୋଗରୁ ଆମେ ଦୂରେଇ ରହି ପାରିବା।

ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ପୂର୍ବରୁ ଭଲ ଭାବେ ହାତ ଧୋଇବା:

– ଖାଇବା ପୂର୍ବରୁ ଏବଂ ପରେ ଭଲ ଭାବରେ ହାତକୁ ସାବୁନରେ ଧୁଅନ୍ତୁ। ଯଦି ଆପଣ ରୋଷେଇ କରିବାକୁ କିମ୍ବା କାହାକୁ ସେବା କରିବାକୁ ଯାଉଛନ୍ତି, ତେବେ ହାତ ଧୋଇ ଦିଅନ୍ତୁ।

– କୌଣସି ପଶୁପକ୍ଷୀଙ୍କୁ ଛୁଇଁବା ପରେ ହାତ ଧୁଅନ୍ତୁ।

– ନାକ ଏବଂ ପାଟିରେ ହାତ ମାରିବା ପୂର୍ବରୁ ଭଲ ଭାବରେ ହାତରେ ସାବୁନ କିମ୍ବା ସାନିଟାଇଜର ଲଗାନ୍ତୁ।

– ଡଷ୍ଟବିନକୁ ଛୁଇଁବା ପରେ ହାତ ଧୁଅନ୍ତୁ।

– ଶୌଚାଳୟରୁ ଆସିବା ପରେ ଭଲ ଭାବେ ହାତକୁ ସାବୁନରେ ଧୁଅନ୍ତୁ।

– ଯେକୌଣସି ଔଷଧ ଖାଇବା ପୂର୍ବରୁ ହାତ ଧୋଇ ଦିଅନ୍ତୁ।

– ଛୋଟ ପିଲାଙ୍କୁ ଧରିବା ପୂର୍ବରୁ ହାତ ଧୁଅନ୍ତୁ।

– ଛିଙ୍କିବା ପରେ ହାତ ଧୁଅନ୍ତୁ।

ହାତ ଧୋଇବାର ସଠିକ୍‌ ଉପାୟ:

– ସାନିଟାଇଜର କିମ୍ବା ସାବୁନ ନେଇ ଅତି କମରେ ୨୦ ସେକେଣ୍ଡ ପାଇଁ ଭଲ ଭାବରେ ହାତକୁ ଧୁଅନ୍ତୁ। ଏହା କରିବା ପରେ ହିଁ ଜୀବାଣୁ ଏବଂ ମଇଳା ହାତରୁ ବାହାରିଯିବ। ହାତ ଧୁଅନ୍ତୁ ସୁସ୍ଥ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଓ ଡାଇବେଟିସ୍‌

ଡାଇବେଟିସ୍‌ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟା। ଏହା ଦ୍ରୁତ ହାରରେ ବଢି ଚାଲିଛି। ଏପରି କି ଭାରତ ପାଇଁ ଏହା ମହାମାରୀର ରୂପ ନେଲାଣି ବୋଲି...

ମେଟାଲ ଜୁଏଲେରି

ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍‌ କମ୍‌ ଦାମ୍‌ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍‌ ମେଟାଲ ଏବଂ...

ମିଲ୍କ କେକ୍‌

ଆବଶ୍ୟକ ସାମଗ୍ରୀ: ୮ କପ୍‌ କ୍ଷୀର, ୨ ବଡ଼ ଚାମଚ ଚିନି, ଏକ ବଡ଼ ଚାମଚ ଲେମ୍ବୁରସ, ଏକ ଛୋଟ ଚାମଚ ଗୁଜୁରାତି ପାଉଡର। ପ୍ରସ୍ତୁତି...

କାର କିଣୁଥିଲେ ରଙ୍ଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

କାର କିଣିଲା ବେଳେ ଏହାର ରଙ୍ଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ। କାରଣ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ତେବେ...

ସଂକ୍ରମିତଙ୍କୁ ଛୁଇଁଲେ ହେବ କି କରୋନା !

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ କିଭଳି ହୋଇଥାଏ। ଏସମ୍ପର୍କିତ ବହୁ ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଛି। କେହି କେହି ଏହା ସଂକ୍ରମିତଙ୍କୁ ଛୁଇଁଲେ ବ୍ୟାପିଥାଏ...

ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ...

ଏହାକୁ ଶୋଇବା ଘରେ ରଖିଲେ ଜୀବନସାଥୀଙ୍କ ସହ ହେବନାହିଁ ଝଗଡ଼ା

ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ବିବେଚନା କରାଯାଏ। ବାସ୍ତୁର କେତେକ ନିୟମ ସୂର୍ଯ୍ୟ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ, ତେବେ ଏହା...

ମେଦବହୁଳତାରୁ ବି ଦୂରେଇ ରଖେ ଚୁଇଗମ୍‌…

ଚୁଇଗମ୍‌ ଚୋବାଇବା ଦ୍ୱାରା  ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ପାଚନ କ୍ରିୟା ସ୍ବାଭାବିକ ହୁଏ। ନିୟମିତ ଚୁଇଗମ୍‌ ଚୋବାଇଲେ ପାଟିରୁ ଅଧିକ ଲାଳ କ୍ଷରଣ ହୋଇଥାଏ।...

Coronavirus Update

Archives

Model This Week

Why Dharitri