ପ୍ରଗତିର ଅଗ୍ରଦୂତ କଲାମ

ଅକ୍ଷୟ କୁମାର ରାଉତ

ଭାରତୀୟ କ୍ଷେପଣାସ୍ତ୍ରର ଜନକ, ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମ ୧୯୩୧ ଅକ୍ଟୋବର ୧୫ରେ ମାଡ୍ରାସ (ଚେନ୍ନାଇ) ଅନ୍ତର୍ଗତ ରାମେଶ୍ୱର ଦ୍ୱୀପାଞ୍ଚଳର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତାଙ୍କ ନାମ ଆସି ଆମା ଓ ପିତାଙ୍କ ନାମ ଜୈନୁଲବଦ୍ଦିନ୍‌ ମରକାୟାର। କଲାମ ରାମେଶ୍ୱର ଏଲିମେଣ୍ଟାରୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ଆଗଧାଡିରେ ରାମାନନ୍ଦ ଶାସ୍ତ୍ରୀଙ୍କ ପାଖକୁ ଲାଗି ବସିଥାନ୍ତି। ରାମେଶ୍ୱର ମନ୍ଦିରର ମୁଖ୍ୟ ପୂଜକ ଥିବା ଲକ୍ଷ୍ମଣ ଶାସ୍ତ୍ରୀଙ୍କ ପୁଅ ରାମାନନ୍ଦ ଶାସ୍ତ୍ରୀ। ଶ୍ରେଣୀ ଶିକ୍ଷକ ଏହାକୁ ଗ୍ରହଣ କରିପାରି ନ ଥିଲେ। କଲାମଙ୍କୁ ଉଠାଇ ଶେଷ ବେଞ୍ଚରେ ବସିବାକୁ କହିଲେ। ଏହି ଘଟଣାରେ ଉଭୟ ଦୁଃଖିତ ହୋଇପଡିଲେ। ଲକ୍ଷ୍ମଣ ଶାସ୍ତ୍ରୀ ଏହା ଜାଣିବା ପରେ ଶିକ୍ଷକଙ୍କୁ କ୍ଷମା ମାଗିବାକୁ କହିଥିଲେ। ଦିନେ ବିଜ୍ଞାନ ଶିକ୍ଷକ ଶିବସୁବ୍ରମଣି ଆୟାର କଲାମଙ୍କୁ ଖାଇବାକୁ ଘରକୁ ଡାକିଥିଲେ। ଶିକ୍ଷକଙ୍କ ପତ୍ନୀ କଲାମଙ୍କୁ ଦେଖି ଭୋଜନ ଦେବାକୁ ମନା କରିଦେଲେ । ଆୟାର ନିଜେ ବାଢ଼ିଲେ କଲାମଙ୍କ ପାଇଁ ଓ କଲାମଙ୍କ ପାଖରେ ଖାଇବାକୁ ବସିପଡିଲେ। କିଛିଦିନ ପରେ କଲାମଙ୍କୁ ପୁଣି ଘରକୁ ଖାଇବାକୁ ଡାକିଲେ। କଲାମ ଶିକ୍ଷକଙ୍କ ଘରେ ପହଞ୍ଚତ୍ଲେ। ଶିକ୍ଷକଙ୍କ ପତ୍ନୀ କଲାମଙ୍କୁ ରୋଷେଇ ଘର ଭିତରକୁ ନେଇ ବସାଇଲେ ଓ ନିଜ ହାତରେ ଖାଇବାକୁ ବାଢ଼ି ଦେଇଥିଲେ। କଲାମ ରାମେଶ୍ୱରମ ଏଲିମେଣ୍ଟାରୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଓ ରାମନାଥପୁରମ୍‌ ସ୍କାଟିକ୍‌ ହାଇସ୍କୁଲରୁ ଶିକ୍ଷା ସମାପ୍ତ କରି ତିରୁଚିରାପଲ୍ଲୀ ସେଣ୍ଟ ଯୋଶେଫ୍‌ କଲେଜରେ ଅଧ୍ୟୟନ କଲେ। କୃତିତ୍ୱର ସହିତ ବି.ଏସ୍‌ସି. ପାସ୍‌ କଲେ। କଲାମଙ୍କ ପିତା ଜୈନୁଲା ବଦ୍ଦିନ୍‌ ଜଣେ ନାବିକ ଥିଲେ। ପରିବାର ଚଳାଇବା ପାଇଁ ପିତାଙ୍କ ରୋଜଗାର ଯଥେଷ୍ଟ ନ ଥିଲା। ତେଣୁ କଲାମ ସ୍କୁଲ ପାଠପଢ଼ା ସମୟରେ ଖବରକାଗଜ ବିକ୍ରି କରୁଥିଲେ। କବି ଜିବ୍ରାନଙ୍କ ଦ୍ୱାରା କଲାମ ପ୍ରଭାବିତ ହୋଇଥିଲେ। ସ୍ନାତକ ଡିଗ୍ରୀ ପରେ ୧୯୫୫ରେ କଲାମ ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏମ୍‌.ଆଇ.ଟି.)ରୁ ଜଣେ ବୈମାନିକ ଇଞ୍ଜିନିୟର ଭାବେ ବାହାରିଥିଲେ।
୧୯୫୮ରେ କଲାମ୍‌ ହିନ୍ଦୁସ୍ଥାନ ଏରୋନଟିକ୍ସ ଟ୍ରେନିଂ ନେଲା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ ବରିଷ୍ଠ ବୈଜ୍ଞାନିକ ସହାୟକ ଭାବରେ ଯୋଗଦେଲେ। ଏହାପରେ ସେ କାନପୁରରେ ଅବସ୍ଥାପିତ ଏୟାର କ୍ରାଫ୍‌ଟ ଆଣ୍ଡ ଅର୍ମାମେଣ୍ଟ କେନ୍ଦ୍ରରେ କାର୍ଯ୍ୟକରି ପ୍ରଶଂସା ଲାଭ କରିଥିଲେ। ବମ୍ବେରେ ପ୍ରତିଷ୍ଠିତ ମହାକାଶ ଗବେଷଣା କେନ୍ଦ୍ରରେ ରକେଟ୍‌ ଇଞ୍ଜିନିୟର ଭାବରେ ଯୋଗଦେଇ କର୍ମ ଦକ୍ଷତାର ପ୍ରତିପାଦନ କରିଥିଲେ। ରକେଟ ସମ୍ବନ୍ଧୀୟ ବିଶେଷ ଜ୍ଞାନ ପାଇଁ ଆମେରିକାର ନାସା କେନ୍ଦ୍ରରେ ଯୋଗଦେଇଥିଲେ। ସେଠାରେ ସେ ଛ’ ମାସ ରହି ଜ୍ଞାନ ଲାଭ କରିଥିଲେ। ୧୯୬୯ରେ ଇସ୍ରୋର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଉପଗ୍ରହ ଉତ୍‌କ୍ଷେପଣ ଯାନ (ଏସ୍‌.ଏଲ୍‌.ଭି.-୩)ର ସେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ। ଏସ୍‌.ଏଲ୍‌.ଭି-୩ ସଫଳତା ଯୋଗୁ ବମ୍ବେ ସ୍ଥିତ ନେହେରୁ ବିଜ୍ଞାନ କେନ୍ଦ୍ର ତରଫରୁ ସମ୍ମାନିତ ହୋଇଥିଲେ। କଲାମ ବାଙ୍ଗାଲୋର୍‌ସ୍ଥିତ ବୈମଯାନ ଉନ୍ନୟନ ସଂସ୍ଥାରେ ଯୋଗଦେଇ ହୋଭର କ୍ରାଫଟ୍‌ ଯାନ ନିର୍ମାଣକାରୀ ଚାରି ଜଣିଆ ଦଳର ନେତୃତ୍ୱ ନେଇଥିଲେ। ୧୯୮୦ ଜୁଲାଇରେ ‘ରୋହିଣୀ’ ଉପଗ୍ରହକୁ ମହାକାଶରେ ସ୍ଥାପିତ କରି ଭାରତ ‘ଅନ୍ତର୍ଜାତୀୟ ମହାକାଶ କ୍ଲବ୍‌’ରେ ନିଜକୁ ସାମିଲ କରିଥିଲା। ଏହାପରେ କଲାମ ଇସ୍ରୋ ତ୍ୟାଗ କରି ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଇଣ୍ଟିଗ୍ରେଟେଡ୍‌ ଗାଇଡେଡ ମିସାଇଲ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଆରମ୍ଭ କରିଥିଲେ। ତାଙ୍କର ପ୍ରଚେଷ୍ଟା ଓ ଗବେଷଣା ବଳରେ ତ୍ରିଶୂଳ ,ପୃଥ୍ବୀ, ଆକାଶ, ଅଗ୍ନି ଓ ବ୍ରହ୍ମୋସକୁ ବିକଶିତ କରାଯାଇଛି। ତେଣୁ ତାଙ୍କୁ ଭାରତୀୟ କ୍ଷେପଣାସ୍ତ୍ରର ଜନକ ବା ମିସାଇଲ୍‌ ମ୍ୟାନ୍‌ କୁହାଯାଏ।
୧୯୮୯ରେ ଆଇଟିଆର୍‌ ପ୍ରତିଷ୍ଠା ହେବା ପରଠାରୁ ସେ ବାରମ୍ବାର ଚାନ୍ଦିପୁର ଆସୁଥିଲେ। ତେଣୁ କଲାମଙ୍କ ସହ ଓଡିଶାର ନିବିଡ ସମ୍ପର୍କ ଥିଲା। ୧୯୯୮ ମେ ମାସ ୧୧ ଓ ୧୩ ତାରିଖରେ ରାଜସ୍ଥାନର ପୋଖରାନଠାରେ ଆଣବିକ ପରୀକ୍ଷାରେ କଲାମଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କୁ ୪୦ଟି ବିଶ୍ୱବିଦ୍ୟାଳୟରୁ ସମ୍ମାନ ଜନକ ଡକ୍ଟରେଟ୍‌ ଉପାଧି ମିଳିଥିଲା। ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣ ଓ ୧୯୯୭ରେ ଭାରତ ରତ୍ନ ଉପାଧିରେ ଭୂଷିତ ହୋଇଥିଲେ କଲାମ। କଲାମ ବହୁ ମୂଲ୍ୟବାନ ପୁସ୍ତକ ଲେଖିଯାଇଛନ୍ତି। ତାହା ଭିତରୁ ବିପୁଳ ପାଠକୀୟ ଆଦୃତି ପାଇଛି ‘ୱଙ୍ଗସ ଆପ୍‌ ଫାୟାର୍‌’, ‘ଇଣ୍ଡିଆ ୨୦୨୦-ଏ ଭିଜନ ଫର ଦ ନିଉ ମିଲେନିଅମ’, ‘ମାଇଁ ଜିର୍ନି’ ଓ ‘ଇଗ୍ନାଇଟେଡ ମାଇଣ୍ଡସ ଅନଲିସିଂ ଦ ପାୱାର ୱିଦିନ ଇଣ୍ଡିଆ’। କଲାମ ଭାରତର ରାଷ୍ଟ୍ରପତି ହେବା ପରେ ପ୍ରଥମ ଭାଷଣରେ ଦେଶ ନିମନ୍ତେ ପାଞ୍ଚଟି କଥା କହିଥିଲେ। ପ୍ରତିରକ୍ଷା, ପରମାଣୁ, ମହାକାଶ, ପ୍ରଯୁକ୍ତି ବିଦ୍ୟା ଓ ଦେଶର ସାମଗ୍ରିକ ବିକାଶ। ତାଙ୍କର ସ୍ନେହ ଶ୍ରଦ୍ଧା ପିଲାମାନଙ୍କ ପ୍ରତି ଅତ୍ୟନ୍ତ ଥିଲା। ସେଥିପାଇଁ ପିଲାମାନେ ତାଙ୍କୁ ସାର୍‌, ଅଙ୍କଲ, ଗ୍ରେଟ କଲାମ ସାର୍‌ ଓ ମ୍ୟାନ୍‌ ଅପ୍‌ ଦି ନେସନ ଭାବରେ ଅଭିହିତ କରୁଥିଲେ। ତେଣୁ ତାଙ୍କର ୭୯ ତମ ଜନ୍ମ ଦିନକୁ ଜାତିସଂଘ ବିଶ୍ୱ ଛାତ୍ର ଦିବସ ଭାବେ ପାଳନ କରିଥିଲା। ଡ. କଲାମ ୨୦୧୫ ଜୁଲାଇ ୨୭ରେ ସିଲଂଠାରେ ଏକ ସଭାରେ ସମ୍ମୋଧିତ କରିବା ସମୟରେ ହୃଦ୍‌ଘାତରେ ୮୪ ବର୍ଷ ବୟସରେ ମହାପ୍ରୟାଣ ଲାଭ କଲେ। ତାଙ୍କର ପରଲୋକ ଗମନ ଦେଶବାସୀଙ୍କୁ ଦାରୁଣ ଦୁଃଖ ଦେଇଥିଲା। ଜଣେ ଜ୍ଞାନୀ, ବିବେକୀ, ବିଦ୍ୱାନ, ବିଜ୍ଞାନୀ, ଧାର୍ମିକ ବ୍ୟକ୍ତି ଭାବରେ ବିଶ୍ୱବାସୀଙ୍କର ପ୍ରିୟ ଥିଲେ ଡ. କଲାମ।
ପାରାଦୀପଗଡ଼, କୁଜଙ୍ଗ,ଜଗତ୍‌ସିଂହପୁର
ମୋ-୯୯୩୭୬୯୧୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?