ରିଲ୍ସ: କାହା ପାଇଁ କେମିତି

ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିବା ମାତ୍ରେ ଯାହା ସବୁଠୁ ଅଧିକ ଦେଖିବାକୁ ମିଳୁଛି ତାହା ହେଲା ରିଲ୍ସ। ଯାହାର ନିଶା ଏବେ ସର୍ବାଧିକ ଘାରିଛି ମହିଳାଙ୍କୁ। ଏହା କାହାକୁ ନିଜ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାର ସୁଯୋଗ ଦେଉଛି ତ କାହା ପାଇଁ ପାଲଟିଛି ରୋଜଗାର କରିବାର ମାଧ୍ୟମ, ଆଉ ପୁଣି କାହାକୁ ଦେଉଛି ମନୋରଞ୍ଜନର ଭରପୂର ଖୋରାକ। ତେବେ ଅପରପକ୍ଷେ ଏହା କାହା ପାଇଁ ବିରକ୍ତିର କାରଣ ସାଜୁଥିବା ବେଳେ ଆଉ କାହା ପାଇଁ ଡାକି ଆଣୁଛି ବିପଦ…

ବର୍ତ୍ତମାନ ସଭିଙ୍କ ହାତରେ ସ୍ମାର୍ଟ ଫୋନ୍‌। ଯାହାର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ ବରଂ ଏହା ପାଲଟିଛି ମନୋରଞ୍ଜନର ସବୁଠୁ ବଡ଼ ମାଧ୍ୟମ। ବିଶେଷକରି ସୋସିଆଲ ସାଇଟ୍‌ରେ ଟ୍ରେଣ୍ଡ କରୁଥିବା ଶର୍ଟ ଭିଡିଓ ଅବା ରିଲ୍ସ ଏବେ ସଭିଙ୍କୁ ଯୋଗାଉଛି ମନୋରଞ୍ଜନର ଭରପୂର ଖୋରାକ। ଏଭଳି ଭିଡିଓ କରିବାର ନିଶା ଏବେ ସଭିଙ୍କୁ ବିଶେଷ କରି ସହରଠୁ ଗାଁ, ସେଲିବ୍ରେଟିଙ୍କଠୁ ଆରମ୍ଭକରି କର୍ମଜୀବୀ ହୁଅନ୍ତୁ ଅବା ଗୃହିଣୀ ପର୍ଯ୍ୟନ୍ତ ଅଧିକାଂଶ ମହିଳାଙ୍କୁ ଘାରିଛି। ବଛା ବଛା ଫିଲ୍ମ ଡାଇଲଗ୍‌, ସଙ୍ଗ୍‌ ହେଉ ଅବା କମେଡିରେ ନିଜର ରିଲ୍ସ ପ୍ରସ୍ତୁତ କରି ଅଧିକରୁ ଅଧିକ ଲାଇକ୍‌ ଏବଂ କମେଣ୍ଟ ପାଇବାକୁ ନେଇ ଚାଲିଛି ଯେମିତି କମ୍ପିଟିଶନ୍‌। କେବଳ ଏତିକି ନୁହେଁ, ଅଧିକ ଫଲୋଅର୍ସ, ସବ୍‌ସ୍କ୍ରାଇବର୍ସ ଥିବା ୟୁଜରମାନେ ବିଭିନ୍ନ ବ୍ରାଣ୍ଡ ପ୍ରମୋଶନ କରି ବେଶ୍‌ ଭଲ ରୋଜଗାର କରିବାର ବି ସୁଯୋଗ ପାଉଛନ୍ତି। ତେବେ ଏହା କାହା ଲାଗି ନିଜ ପ୍ରତିଭା ଲୋକଲୋଚନକୁ ଆଣିବାର ମାଧ୍ୟମ ପାଲଟିଛି ତ କାହାକୁ ଯୋଗାଉଛି ଭରପୂର ମନୋରଞ୍ଜନର ଖୋରାକ। ପୁଣି ଅପରପକ୍ଷେ ଏହା କାହାର ସମୟ ନଷ୍ଟ କରୁଥିବା ବେଳେ ଆଉ କାହା ଲାଗି ସାଜୁଛି ଘାତକ। ଜାଣିବା ଏହି ରିଲ୍ସ କାହା ପାଇଁ କେମିତି…
ଠିକ୍‌ ଭାବେ ବ୍ୟବହାରକଲେ ଲାଭ ଅନେକ:
ଅର୍ପିତା କର(ଅଭିନେତ୍ରୀ)- ଓଡ଼ିଆ ଇଣ୍ଡଷ୍ଟ୍ରିରେ ପୂର୍ବରୁ କାର୍ଯ୍ୟ କରୁଥିବାରୁ ଇଣ୍ଟରନେଟ୍‌ରେ ବି ଦର୍ଶକଙ୍କ ଢେର ଭଲପାଇବା ମିଳୁଛି। ଭିଡିଓ ମାଧ୍ୟାମରେ ସବୁବେଳେ ସେମାନଙ୍କୁ ଭଲ ଭଲ କଣ୍ଟେଣ୍ଟ ଦେବାକୁ ଚେଷ୍ଟା କରୁଛି। କୌଣସି ମେସେଜ୍‌ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଶର୍ଟ ଭିଡିଓ ବା ରିଲ୍ସ ଏବେ ବେଶ୍‌ ସାହାଯ୍ୟ କରୁଛି। ତେଣୁ ଅନେକ ବ୍ରାଣ୍ଡ୍‌ ତାଙ୍କ ପ୍ରମୋଶନ ପାଇଁ ସ୍ପନ୍ସରଶିପ୍‌ ଦେଉଥିବାରୁ ଭଲ ରୋଜଗାର ବି ହୋଇପାରୁଛି। ଏହି କଥା କହିବାର ଅର୍ଥ ହେଉଛି, କେବଳ ଆମ ଭଳି ସେଲିବ୍ରିଟି ନୁହନ୍ତି, ବର୍ତ୍ତମାନ ଅଭିନୟ ପ୍ରତି ରୁଚି ରଖୁଥିବା ଅନେକ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ଭଲ ମାଧ୍ୟମ ପାଲଟିଛି ରିଲ୍ସ। ଫଳରେ ଯେକେହି ବିଭିନ୍ନ କଣ୍ଟେଣ୍ଟକୁ ନେଇ ରିଲ୍ସ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରୁଛନ୍ତି। ହେଲେ କେହି କେହି ଖୁବ୍‌ ଭଲ ଭିଡିଓ ପ୍ରସ୍ତୁତ କରି ଲୋକପ୍ରୟିତା ସାଉଁଟୁଛନ୍ତି ତ ଆଉ ଅନେକେ ରାତାରାତି ପପୁଲାର ହେବା କିମ୍ବା ରୋଜଗାର ନିଶାରେ ଏଣୁତେଣୁ ମୂଲ୍ୟହୀନ ତଥା ଅଶ୍ଳୀଳ ଭିଡିଓ ପ୍ରସ୍ତୁତକରି ସମାଲୋଚନାର ପାତ୍ର ହେଉଛନ୍ତି। ତେଣୁ ଏପରି ନ କରି ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ଭଳି ଭଲ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଦରକାର। କାରଣ ଠିକ୍‌ ଭାବେ ଏହାର ସଦୁପଯୋଗ କଲେ ହିଁ ଦୀର୍ଘଦିନ ପର୍ଯ୍ୟନ୍ତ ଏଥିରୁ ଅନେକ ଲାଭ ପାଇପାରିବେ।
ଶାଳୀନତା ରକ୍ଷା କରିବା
ସବୁଠୁ ଗୁରୁତ୍ୱପୂର୍ଣ୍ଣ:
ତପସ୍ବିନୀ ମହାନ୍ତି(ଓଡ଼ିଶୀ ନୃତ୍ୟାଙ୍ଗନା, ପୁରୀ)- ପିଲାବେଳୁ ଓଡ଼ିଶୀନୃତ୍ୟ କରିବା ସହ ଅନ୍ନପୂର୍ଣ୍ଣା ଥିଏଟରରେ ମଞ୍ଚ ନାଟକ ମଧ୍ୟ କରିଆସୁଛି। ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣକରି ପୁରସ୍କୃତ ହୋଇଛି। ମୋର ନୃତ୍ୟ କିମ୍ବା ଅଭିନୟ କେବଳ ଉପସ୍ଥିତ ଦର୍ଶକ ଦେଖିପାରୁଥିଲେ। ହେଲେ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ ଆଦିରେ ରିଲ୍ସ ମାଧ୍ୟମରେ ଅଧିକରୁ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚତ୍ବାର ସୁଯୋଗ ପାଉଛି ଏବଂ ସେମାନଙ୍କ ପ୍ରଶଂସା ମୋତେ ଆଗକୁ ବଢ଼ିବାର ପ୍ରେରଣା ଦେଉଛି। ପୁରୀ ମାଟିର ଝିଅ ହୋଇଥିବାରୁ ଆମ ସଂସ୍କୃତି ଓ ପରମ୍ପରାକୁ ତଳେ ପକାଇବା ଭଳି କୌଣସି ବି ଭିଡିଓ କରେନାହିଁ କିମ୍ବା କୌଣସି ପ୍ରକାର ଅଶ୍ଳୀଳତାକୁ ଆଦୌ ପ୍ରୋତ୍ସାହନ ଦିଏ ନାହିଁ। ଜଣେ କଳାପ୍ରେମୀ ଭାବେ ମୋ ରିଲ୍ସରେ କଳାକୁ ସମ୍ମାନ କରେ। ମୋ ମତରେ, ଅଭିନୟ ପ୍ରତି ରୁଚି ରଖୁଥିବା ଏବଂ କେବେ ସୁବିଧା ସୁଯୋଗର ଅଭାବ ତ ଆଉ କେବେ ସମୟ ଏବଂ ପରିସ୍ଥିତି ଯୋଗୁ ନିଜ କଳାକୁ ଲୋକଲୋଚନକୁ ଆଣିବାର ମଉକା ପାଉ ନ ଥିବା ମହିଳାଙ୍କ ପାଇଁ ନିଜ ଇଚ୍ଛାକୁ ପୂରଣ କରିବାର ବେଷ୍ଟ ମାଧ୍ୟମ ପାଲଟିଛି ରିଲ୍ସ। ଯାହାଦ୍ୱାରା ବିନା କାହାରି ସାହାଯ୍ୟରେ ନିଜ ଫୋନ୍‌ରେ ଘରେ ଥାଇ ମଧ୍ୟ ଅନେକେ ବିଭିନ୍ନ ରିଲ୍ସ ପ୍ରସ୍ତୁତ କରି ଲୋକପ୍ରିୟ ହୋଇପାରୁଛନ୍ତି। ତେଣୁ ଏଥିରେ ଅଧିକ ଲାଇକ୍‌ କମେଣ୍ଟ ପାଇବା ଆଶାରେ କୌଣସି ଅଶ୍ଳୀଳ କିମ୍ବା ସମ୍ବେଦନଶୀଳ ରିଲ୍ସ କରିବା ଠିକ୍‌ ନୁହେଁ। ଯେହେତୁ ସୋସିଆଲ ମିଡିଆ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକ ବ୍ୟବହାର କରୁଛନ୍ତି, ତେଣୁ ରିଲ୍ସ ପ୍ରସ୍ତୁତକାରୀ ଶାଳୀନତା ରକ୍ଷା କରିବା ଆବଶ୍ୟକ।
ସରକାରୀ ଅଙ୍କୁଶ ଆବଶ୍ୟକ
ସୌଦାମିନୀ ଷଡଙ୍ଗୀ(ଶିକ୍ଷୟିତ୍ରୀ, ଫୁଲନଖରା, କଟକ)- ମୋବାଇଲ ଖୋଲିଲେ ପ୍ରଥମେ ଦେଖିବାକୁ ମିଳୁଛି ରିଲ୍ସ ଭିଡିଓ, ଯେଉଁଥିରେ ମହିଳାଙ୍କ ସଂଖ୍ୟା ବୋଧହୁଏ ସବୁଠୁ ଅଧିକ। କାରଣ ସହରଠୁ ଗାଁ ପର୍ଯ୍ୟନ୍ତ ବିଶେଷକରି ଗୃହିଣୀମାନେ ବର୍ତ୍ତମାନ ବହୁସଂଖ୍ୟାରେ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା କେତେଜଣଙ୍କ ପାଇଁ ଏବେ ଏମିତି ଏକ ନିଶା ପାଲଟିଛି ଯେ, ସେମାନେ ଘର କାମରେ ଅବହେଳା କରିବସୁଛନ୍ତି। ଫଳରେ ପରିବାରରେ ଅଶାନ୍ତି ଦେଖାଦେଉଛି। କେହି କେହି ଭିଡିଓ ଆଳରେ ନିଜର କ’ଣ ଖାଇଲେ, କ’ଣ କିଣିଲେ, କୁଆଡ଼େ ଗଲେ ଭଳି ସବୁ ବ୍ୟକ୍ତଗତ ତଥ୍ୟ ସୋସିଆଲ ମିଡିଆରେ ଦେଇ ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ବି ହେଉଛନ୍ତି। ଖାଲି ଏତିକି ନୁହେଁ, ରିଲ୍ସ ଶୁଟିଂ କରିବା ବେଳେ କେହି କେହି ପାଣିରେ ଗୋଡ଼ ଖସି, ଟ୍ରେନ୍‌ ଧକ୍କାହୋଇ, ଛାତରୁ ଖସିପଡ଼ି ମୃତ୍ୟୁମୁଖରେ ପଡୁଥିବା ଖବର ବି ଶୁଣିବାକୁ ମିଳୁଛି। ତଥାପି ଅନେକେ ସୁଧୁରୁନାହାନ୍ତି। କେତେଜଣ ରିଲ୍ସ କରି ନିଜ ସହ ଅନ୍ୟମାନଙ୍କ ସମୟ ବି ନଷ୍ଟ କରୁଛନ୍ତି। ତେଣୁ ଯେଉଁମାନଙ୍କ ପାଖରେ କିଛି ଟ୍ୟାଲେଣ୍ଟ ଅଛି ସେମାନେ ରିଲ୍ସ କଲେ ଅସୁବିଧା ନାହିଁ ଅବା ଯେଉଁମାନେ ସମାଜ ପାଇଁ କିଛି ଉପାଦେୟ ଭିଡିଓ କରୁଛନ୍ତି ତାହା ସ୍ବାଗତଯୋଗ୍ୟ। ହେଲେ ଯେଉଁମାନେ ଲାଇକ୍‌, କମେଣ୍ଟ କିମ୍ବା ରୋଜଗାର ନିଶାରେ ଏଣୁତେଣୁ ବିଶେଷକରି ଅଶ୍ଳୀଳ ଭିଡିଓ ପୋଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ସରକାରୀ ଅଙ୍କୁଶ ଲାଗୁହେବା ନିହାତି ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?