Posted inଜାତୀୟ

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ ନିଯୁକ୍ତି ପ୍ରକ୍ରିୟାକୁ ୩୦%ରୁ ଅଧିକ ବୃଦ୍ଧି କରିଛନ୍ତି। ଗତ ଅଗଷ୍ଟରେ ଫାଇନାନ୍ସ, ବିଏଫ୍‌ଏସ୍‌ଆଇ, ଏଫଏମ୍‌ସିଜି, ଇଞ୍ଜିନିୟରିଂ, ଆଇଟି, ମାନୁଫାକ୍ଚରିଂ, ଟେଲିକମ୍‌ ଏବଂ ରିଟେଲ/ଇ-କମର୍ସ ଭଳି ବିଭିନ୍ନ କ୍ଷେତ୍ରର ୧,୭୨୯ ଜଣ ନିଯୁକ୍ତିଦାତାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ରିପୋର୍ଟ ମୁତାବକ, ଛୋଟ ସହରଗୁଡ଼ିକରେ ପ୍ରତିଭାବାନ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂସ୍ଥାଗୁଡ଼ିକ ଏବେ କେନ୍ଦ୍ରୀଭୂତ ନିଯୁକ୍ତି ବଦଳରେ ସାରା ଦେଶରେ ନିଜର ଆଞ୍ଚଳିକ ପରିସର ବିସ୍ତାର କରୁଛନ୍ତି। ଆଗାମୀ ୩ ବର୍ଷ ମଧ୍ୟରେ ସେମାନଙ୍କର ଅଧିକାଂଶ ନିଯୁକ୍ତି ପ୍ରକ୍ରିୟା ଏହି ଟାୟାର-୨ ଓ ୩ ସହରଗୁଡ଼ିକୁ ସ୍ଥାନାନ୍ତର ହେବ ବୋଲି ୫୫ ପ୍ରତିଶତ ନିଯୁକ୍ତିଦାତା ଆଶାବ୍ୟକ୍ତ କରିଛନ୍ତି। ୬୪ ପ୍ରତିଶତ ବ୍ୟବସାୟିକ ସଂସ୍ଥା ବିଶ୍ୱାସ କରନ୍ତି ଯେ ଛୋଟ ସହରଗୁଡ଼ିକରେ ଅଧିକାଂଶ ବିଭାଗ ପାଇଁ ଆବଶ୍ୟକ ଉପଯୁକ୍ତ ଓ ଦକ୍ଷ କର୍ମଚାରୀ ସହଜରେ ମିଳିପାରୁଛନ୍ତି।
ଟାୟାର-୨ ଓ ୩ ସହରରୁ କର୍ମଚାରୀ ନିଯୁକ୍ତି କରିବାର ମୁଖ୍ୟ କାରଣ ସମ୍ପର୍କରେ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ତଦନୁଯାୟୀ, ୩୯ ପ୍ରତିଶତ ସଂସ୍ଥା ନିଯୁକ୍ତି ଖର୍ଚ୍ଚ କମ୍‌ ହେବାକୁ ସବୁଠାରୁ ବଡ଼ ଫାଇଦା ଭାବେ ଦର୍ଶାଇଥିବାବେଳେ ୨୬ ପ୍ରତିଶତ କର୍ମଚାରୀଙ୍କ ଅଧିକ ନିଷ୍ଠା ଏବଂ ୨୨ ପ୍ରତିଶତ କମ୍‌ ଚାକିରି ଛାଡ଼ିବା ହାରକୁ ମୁଖ୍ୟ କାରଣ ଭାବେ ଗ୍ରହଣ କରିଛନ୍ତି। ସେହିପରି ୧୩ ପ୍ରତିଶତ ସଂସ୍ଥା ଏହାକୁ ନୂତନ ଓ ଅବ୍ୟବହୃତ ପ୍ରତିଭା ସଂଗ୍ରହର ମାଧ୍ୟମ ଭାବେ ଦେଖୁଛନ୍ତି। ତେବେ ଏହି ନିଯୁକ୍ତି ସ୍ଥାନାନ୍ତରଣ ଦ୍ୱାରା ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ର ସବୁଠାରୁ ଅଧିକ ଲାଭବାନ ହେବାକୁ ଯାଉଛି। ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଟାୟାର-୨ ଓ ୩ ସହରଗୁଡ଼ିକରେ ମାନୁଫାକ୍ଚରିଂ କ୍ଷେତ୍ରରୁ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ୩୭ ପ୍ରତିଶତ ଅଂଶଗ୍ରହଣକାରୀ ଆକଳନ କରିଛନ୍ତି। ଏହି ବିଶାଳ ସମ୍ଭାବନା ସତ୍ତ୍ୱେ ଭିତ୍ତିଭୂମି ଏବଂ ଯୋଗାଯୋଗ ଏବେ ବି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ୬୦ ପ୍ରତିଶତ ନିଯୁକ୍ତିଦାତା ଏହାକୁ ମେଟ୍ରୋ ବାହାରେ ସମ୍ପ୍ରସାରଣର ମୁଖ୍ୟ ପ୍ରତିବନ୍ଧକ ଭାବେ ଚିହ୍ନଟ କରିଛନ୍ତି।
ଏହି ସନ୍ଦର୍ଭରେ ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ଅଧ୍ୟକ୍ଷ ଆର୍‌. ପି. ଯାଦବ କହିଛନ୍ତି, ଟାୟାର-୨ ଓ ୩ ସହରଗୁଡ଼ିକୁ ଏବେ ଆଉ ମେଟ୍ରୋର ବିକଳ୍ପ ଭାବେ ଦେଖାଯାଉନାହିଁ, ବରଂ ଏଗୁଡ଼ିକ ସ୍ବତନ୍ତ୍ର ରଣନୈତିକ ପ୍ରତିଭା ବଜାରରେ ପରିଣତ ହେଉଛିି। ଏହି ପରିବର୍ତ୍ତନ କେବଳ ଖର୍ଚ୍ଚ କାଟ ମଧ୍ୟରେ ସୀମିତ ନ ରହି ଦୀର୍ଘମିଆଦୀ କର୍ମଚାରୀ ରଣନୀତିରେ ପରିଣତ ହୋଇଛି, ଯାହା ପାଇଁ ଆଗାମୀ ଦିନରେ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ବିଶେଷ ଦକ୍ଷତା ବୃଦ୍ଧି ଉପରେ ପ୍ରାଥମିକତା ଦିଆଯିବା ଆବଶ୍ୟକ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?