Odisha Elections 2024

କନଷ୍ଟେବଲ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରିବ ନିଯୁକ୍ତି

କଟକ ଅଫିସ,୩୦ା୩: ରାଜ୍ୟରେ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ୫ଟି ମାମଲାର ଏକତ୍ର ଶୁଣାଣି ବୁଧବାର ହୋଇଛି। ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ମାମଲାଗୁଡ଼ିକର ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ରାଜ୍ୟରେ ୪୭୯୦ କନ୍‌ଷ୍ଟେବଲ ପଦବୀରେ ନିଯୁକ୍ତି ପାଇଁ ଗୃହ ବିଭାଗ ପକ୍ଷରୁ ୨୦୨୨ ଡିସେମ୍ବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀଙ୍କ ମଧ୍ୟରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୁରୀ ସମେତ ୪ଟି ଜିଲାରେ ହୋମଗାର୍ଡ ଭାବେ କାର୍ଯ୍ୟରତ କେତେଜଣ ଆବେଦନକାରୀ ଏହି ଲିଖିତ ପରୀକ୍ଷା ଦେଇଥିଲେ। ସେମାନେ ୩ରୁ ୬ ବର୍ଷ ପର୍ଯ୍ୟନ୍ତ ହୋମଗାର୍ଡ ଭାବେ ଚାକିରି କରିଥିଲେ ବି ତାଙ୍କୁ କନ୍‌ଷ୍ଟେବଲ ପଦବୀରେ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା। କନ୍‌ଷ୍ଟେବଲ ନିଯୁକ୍ତିରେ ହୋମଗାର୍ଡ ଓ ଗ୍ରୁପ୍‌-ଡି କର୍ମଚାରୀଙ୍କ ନିମନ୍ତେ ୧୦% ଲେଖାଏ ସଂରକ୍ଷଣ ରହିବା କଥା, ଯାହା ଏଠାରେ ହୋଇନାହିଁ। ୨୦୨୨ ଜାନୁୟାରୀ ୧ ତାରିଖ ସୁଦ୍ଧା ହୋମଗାର୍ଡମାନଙ୍କ ବୟସ ୨୮ ବର୍ଷରୁ ଅଧିକ ହୋଇ ନ ଥିବା ଏବଂ ଗ୍ରୁପ୍‌-ଡି କର୍ମଚାରୀଙ୍କ ବୟସ ୪୩ରୁ ଅଧିକ ହୋଇ ନ ଥିବା ନିୟମ ରହିଛି। ତେବେ ସାରା ରାଜ୍ୟରୁ ପୋଲିସ ବିଭାଗରେ କାର୍ଯ୍ୟରତ ଗ୍ରୁପ୍‌-ଡି କର୍ମଚାରୀମାନେ ଏଥି ନିମନ୍ତେ ଆବେଦନ କରିଥିଲେ। ହେଲେ ଲିଖିତ ପରୀକ୍ଷା ପରେ କଟ୍‌ ଅଫ୍‌ ମାର୍କ ରହିବା କଥା, ମାତ୍ର ଏଠାରେ କଟ୍‌ ଅଫ୍‌ ମାର୍କ ପରୀକ୍ଷା ପୂର୍ବରୁ ରଖାଯାଇଛି। ତେଣୁ ଏହି ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ହୋଇଥିବା ଗାଇଡ୍‌ ଲାଇନ୍‌ ଓ ପଦ୍ଧତି ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ସେମାନଙ୍କୁ କନ୍‌ଷ୍ଟେବଲ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ନିବେଦନ କରି ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ, ଡିଜିପି, ଆଇଜି ପୋଲିସ ଏବଂ ଓଡ଼ିଶା ଷ୍ଟେଟ୍‌ ସିଲେକସନ୍‌ ବୋର୍ଡର ଚେୟାରମ୍ୟାନ୍‌ଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

ଋଣ ଭାର ସହି ନ ପାରି ଆତ୍ମହତ୍ୟା କଲେ ଶ୍ରମିକ

ପାଟଣା, ୨୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନବେଣୀ ଗ୍ରାମର ରାମ ମୁଣ୍ଡା(୫୦)ଋଣ ଭାର ସହି ନ ପାରି କୀଟନାଶକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri