Posted inଜାତୀୟ

ସୁପ୍ରିମକୋର୍ଟ ପହଞ୍ଚିଲା ଅସଲ ଶିବସେନା ଲଢେଇ

ମୁମ୍ବାଇ,୨୫ ।୭: ମହାରାଷ୍ଟ୍ରରେ ରାଜନୈତିକ କଳହ ପରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସେଠାରେ ସରକାର ଗଠନ ହୋଇ ସାରିଛି । ହେଲେ ଉଦ୍ଧବ ଠାକରେ ସରକାର ଓ ଏକନାଥ ଶିନ୍ଦେଙ୍କ ନେତୃତ୍ୱର ସରକାରଙ୍କ ମଧ୍ୟରେ ଶିବସେନା ନାମକୁ ନେଇ ଲଢେଇ ଜାରି ରହିଛି । ଉଦ୍ଧବ ଠାକରେ ଓ ଏକନାଥ ଶିନ୍ଦେ ଉଭୟେ ଶିବସେନା ନାମ ଓ ନିର୍ବାଚନ ଚିହ୍ନକୁ ନିଜର କରିବାକୁ ଚାହୁଁଛନ୍ତି । ଏହି ଲଢେଇ ମଧ୍ୟରେ ଅସଲ ଶିବସେନା ଚିହ୍ନ଼ ପାଇଁ ନିର୍ବାଚନ କମିଶନରେ ଚାଲିଥିବା ପ୍ରକ୍ରିୟା ବିରୋଧରେ ଉଦ୍ଧବ ଠାକରେ ଗ୍ରୁପ ସୁପ୍ରିମକୋର୍ଟ ପହଞ୍ଚି ଯାଇଛନ୍ତି ।

ଠାକରେ ଗ୍ରୁପ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ପ୍ରକ୍ରିୟାକୁ ଅଟକାଇବା ପାଇଁ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି । ସେମାନେ କହିଛନ୍ତି ଯେପର୍ଯ୍ୟନ୍ତ ଶିନ୍ଦେ ଗ୍ରୁପର ବିଧାୟକଙ୍କ ଅଯୋଗ୍ୟତାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ନିର୍ବାଚନ କମିଶନ ସେପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ପୂର୍ବରୁ ରାଜ୍ୟରେ ଅସଲ ଶିବସେନାକୁ ନେଇ ଚାଲିଥିବା ଲଢେଇ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ନିର୍ବାଚନ କମିଶନ ଉଦ୍ଧବ ଠାକରେ ଓ ଏକନାଥ ଶିନ୍ଦେ ଗ୍ରୁପକୁ ଶିବସେନାର ବହୁମତ ସାବ୍ୟସ୍ତ କରିବା ଲାଗି କହିଥିଲେ । ନିର୍ବାଚନ କମିଶନ ଏକନାଥ ଶିନ୍ଦେ ଗ୍ରୁପ ଓ ଉଦ୍ଧବ ଠାକରେ ଗ୍ରୁପକୁ ୮ ଅଗଷ୍ଟ ଦିନ ୧ଟା ସୁଦ୍ଧା ଜବାବ ଦେବାକୁ ସମୟ ଦେଇଛନ୍ତି । ଏହାପରେ ନିର୍ବାଚନ କମିଶନ ଶିବସେନା ଉପରେ ନିଜର ଦାବି ଉପସ୍ଥାପନ କରିବା ସହ ବିବାଦୀୟ ଘଟଣାକୁ ନେଇ ବିଚାର କରିବ ।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?