Posted inଫୁରସତ

ଚାକିରି ମିଳିଯିବା ପରେ ଖୁସିରେ ଡ୍ୟାନ୍ସ କଲେ ଏହି ଯୁବତୀ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଚାକିରି ମିଳିଯିବା ପରେ ଯୁବତୀ ଜଣକ ଅଫିସ ବାହାରେ ଡ୍ୟାନ୍ସ କରୁଛନ୍ତି। ଯାହାକି ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓଟିକୁ ଉକ୍ତ କମ୍ପାନୀର ପ୍ରତ୍ୟେକ କର୍ମଚାରୀ ଶେୟାର କରିଛନ୍ତି। ଯୁବତୀଙ୍କ ଡ୍ୟାନ୍ସ ଦେଖି ଆପଣ ମଧ୍ୟ ହସିଉଠିବେ।
ଭିଡିଓଟି dakara_spence ଦ୍ୱାରା ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଯାଇଛି, ‘ମୁଁ ଏହି ଯୁବତୀଙ୍କୁ ଚାକିରି ଦେବା ପାଇଁ ନିଷ୍ପତ୍ତି ନେଇଛି। ଦେଖନ୍ତୁ ବାହାରକୁ ଯାଇ ତାଙ୍କର ପ୍ରତିକ୍ରିୟା।

ଯୁବତୀ ଜଣକ ପାର୍କିଂ ସ୍ଥାନକୁ ଯାଇ ଏପଟ ସେପଟ ଚାହିଁ ଡ୍ୟାନ୍ସ କରୁଛନ୍ତି। ସେ ଭାବୁଛନ୍ତି ତାଙ୍କୁ କେହି ଦେଖୁନାହାନ୍ତି। ମାତ୍ର ଅଫିସ ବାହାରେ ଲାଗିଥିବା ସିସିଟିଭିରେ ଏହା ରେକର୍ଡ ହୋଇଛି। ଲୋକମାନଙ୍କୁ ଯୁବତୀଙ୍କ ଏହି ଖୁସି ଡ୍ୟାନ୍ସ ବେଶ୍‌ ପସନ୍ଦ ଆସିଛି।
୩୦ ସେପ୍ଟେମ୍ବରରେ ଶେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ମିଲିୟନରୁ ଅଧିକ ୟୁଜର ଦେଖିସାରିଲେଣି। ୫ ଲକ୍ଷରୁ ଅଧିକ କମେଣ୍ଟ ମଧ୍ୟ ମିଳିଛି। ଭିଡିଓରେ ଏହି ଯୁବତୀ ଜଣକ ମଧ୍ୟ କମେଣ୍ଟ ଦେଇଛନ୍ତି, ସେ ଲେଖିଛନ୍ତି ମୁଁ ଭାବୁଥିଲି ମୋତେ କେହି ଦେଖିନାହାନ୍ତି। ମାତ୍ର ମୁଁ ଭୁଲଥିଲି। ଧନ୍ୟବାଦ। ଜଣେ ୟୁଜର ଲେଖିଛନ୍ତି, ଯୁବତୀଙ୍କ ଖୁସି ଦେଖି ବହୁତ ମଜା ଆସୁଛି। ତାଙ୍କୁ ଦେଖି ମୋ’ର ବି ଡ୍ୟାନ୍ସ କରିବାକୁ ଇଚ୍ଛା ହେଉଛି। ଯୁବତୀଙ୍କୁ ବହୁତ ବହୁତ ଶୁଭେଚ୍ଛା।


Enter your email to get our daily news in your inbox.

All Right Reserved By Dharitri.Com

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

କଟକ,୭।୧୦(ପ୍ରଭୁକଲ୍ୟାଣ ପାଲ୍) ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ…

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?