Posted inଜାତୀୟ

ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା: ଭାଜପା ନେତା ଗିରଫ

ଗୁଆହାଟୀ, ୧।୧୦: ଆସାମରେ ପୋଲିସ ବିଭାଗ ପକ୍ଷରୁ କରାଯାଇଥିବା ଏସ୍‌ଆଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏଥିରେ ଭାଜପା ନେତା ଦିବାନ ଡେକାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପ୍ରମାଣିତ ହେବାପରେ ତାଙ୍କୁ ଗିରଫ କରାଯାଇଛି। ଦିବାନ ଫେରାର ହୋଇଯାଇଥିଲେ। ତାଙ୍କୁ ଧରାଇଦେଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଆସାମ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ରାଜ୍ୟର ଖାଲିଥିବା ୫୮୭ ଏସ୍‌ଆଇ ପଦବୀ ପାଇଁ ପରୀକ୍ଷା ହେବାର ଥିଲା। ତେବେ ସୋସିଆଲ ମିଡ଼ିଆରେ ଏହାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ତେଣୁ ସେପ୍ଟମ୍ବର ୨୦ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହି ମାମଳାରେ ବର୍ତ୍ତମାନ ସୁଦ୍ଧା ଆସାମ ପୋଲିସ ୨୦ ଜଣଙ୍କୁ ଗିରଫ କରିସାରିଛି। ତେବେ ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟର ମାଇଣ୍ଡ୍‌ ଥିବା ଡେକା ଫେରାର ହୋଇଯାଇଥିଲେ। ପୋଲିସ ବିଭାଗ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ଏସ୍‌ଆଇ ପାଇଁ ରାଜ୍ୟର ୧୫୪ ପରୀକ୍ଷା କେନ୍ଦ୍ରରେ ୬୦ ହଜାରରୁ ଅଧିକ ଚାକିରି ଆଶାୟୀ ପରୀକ୍ଷା ଦେଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ଇସ୍ତଫା ଦେଲେ ଦେଶର ପ୍ରଥମ ରାଜ୍ୟପାଳଙ୍କ ଅଣନାତି

ନୂଆଦିଲ୍ଲୀ,୨୩।୨: ଦେଶର ପ୍ରଥମ ରାଜ୍ୟପାଳ ଜେନେରାଲ ସି ରାଜାଗୋପାଲାଚାରିଙ୍କ ଅଣନାତି ତଥା କଂଗ୍ରେସ ନେତା ସିଆର କେଶବନ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କେଶବନ ତାଙ୍କ...

ବାହାଡା ଦାନ୍ତ ପାଇଁ ତିନି ତଲାକ୍‌

ହାଇଦ୍ରାବାଦ, ୨ା୧୧(ପି.ଟି.): ହାଇଦ୍ରାବାଦର କୁଶାଇଗୁଡ଼ାରେ ଜଣେ ଅଟୋ ଡ୍ରାଇଭର ନିଜ ସ୍ତ୍ରୀଙ୍କ ବାହାଡା ଦାନ୍ତ ପାଇଁ ତାଙ୍କୁ ତିନି ତଲାକ୍‌ ଦେଇଥିବା ଅଭିଯୋଗ ହୋଇଛିି। ଏନେଇ...

ହନୁମାନ ଚାଳିସା-ଆଜାନ ବିବାଦ ମଧ୍ୟରେ ପ୍ରସ୍ତାବ ଦେଲେ ବିଲିୟନେୟାର ଭାଜପା ନେତା

ମୁମ୍ବାଇ,୫।୪: ମସ୍‌ଜିଦରେ ବାଜୁଥିବା ଆଜାନ ଏବଂ ହନୁମାନ ଚାଳିସା ବିବାଦ ଧିରେ ଧିରେ ବୃଦ୍ଧି ପାଉଛି। ଜନସାଧାରଣ ଅଞ୍ଚଳରେ ହନୁମାନ ଚାଳିସା ଲଗାଇବା ପାଇଁ ଲାଉଡ୍‌...

କରୋନା ଗ୍ରାଫ୍‌ କମିଲେ ବି ଲିଭୁନି ଜୁଇ ନିଆଁ: ୨୪ ଘଣ୍ଟାରେ ୪,୫୨୯ ମୃତ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

କର୍ନାଟକର ୯୫ ପ୍ରତିଶତ ବିଧାୟକ କୋଟିପତି, ୭୫ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା…

ବେଙ୍ଗାଲୁରୁ,୨୯।୩ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ମେ ୧୦ରେ ନିର୍ବାଚନ ହେବା ସହିତ ମେ ୧୩ରେ ଏହାର ଫଳାଫଳ ଘୋଷଣା...

ପ୍ରଳୟ କ୍ଷେପଣାସ୍ତ୍ର କିଣିବାକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୬।୧୨ : ଚାଇନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ କିଣିବାକୁ ଅନୁମୋଦନ କରୁଛି। ଏହା ୧୫୦ ରୁ ୫୦୦...

ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହେଲେ ଶିବକୁମାର

ନୂଆଦିଲ୍ଲୀ,୧୮।୫: ଦୀର୍ଘ ଆଲୋଚନା ଏବଂ ବିଚାର ବିମର୍ଶ ପରେ କର୍ନାଟକ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦକୁ ସ୍ବୀକାର କରିଥିବା ସୂଚନା...

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର...

Advertisement
Archives

Model This Week