Posted inଖେଳ

ସୁପର ଓଭରରେ ଜିତିଲା ଆରସିବି

ଦୁବାଇ, ୨୯।୯-
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବିର ନବଦୀପ ସଇନୀଙ୍କ ଓଭରରୁ ମୁମ୍ବାଇ ଇଣ୍ଡିଆନ୍ସ ୭ ରନ ସଂଗ୍ରହ କରିଥିଲା। ୮ ରନ ବିଜୟ ଲକ୍ଷ୍ୟ ନେଇ ଆରସିବି ମୁମ୍ବାଇର ଯଶପ୍ରୀତ ବୁମ୍‌ରାଙ୍କ ଓଭରରୁ ୧୧ ରନ ସଂଗ୍ରହ କରି ନେଇଥିଲା। ବୁମ୍‌ରା ୫ ଥର ସୁପର ଓଭର ବୋଲିଂ କରିଥିବାବେଳେ ପ୍ରଥମ ଥର ପରାଜୟର ସ୍ବାଦ ଚାଖିଛନ୍ତି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୨୦ ଓଭରରେ ୩ ଉଇକେଟ ହରାଇ ୨୦୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ଠିକ୍‌ ୨୦୧ ରନ କରିଥିଲା। ଫଳରେ ମ୍ୟାଚ ଟାଇ ହୋଇଥିଲା।
ବଡ଼ ସ୍କୋରର ପିଛା କରିଥିବା ମୁମ୍ବାଇ ୩୯ ରନ ମଧ୍ୟରେ ଟପ୍‌ ଅର୍ଡରର ୩ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଦ୍ୱିତୀୟ ଓଭରରେ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କୁ ବୋଲିଂ ଦେଇ ଆରସିବି ଅଧିନାୟକ ବିରାଟ କୋହଲି ରିସ୍କ ନେଇଥିଲେ ହେଁ ତାହା କାମ ଦେଇଥିଲା। ସୁନ୍ଦର ନିଜ ପ୍ରଥମ ଓଭରର ୪ର୍ଥ ବଲ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ କରି ଦଳକୁ ବଡ଼ ସଫଳତା ଦେଇଥିଲେ। ରୋହିତ ୮ ବଲ୍‌ରୁ ମାତ୍ର ୮ ରନ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିପାରି ନ ଥିବାବେଳେ କ୍ୱିଣ୍ଟନ ଡିକକ୍‌(୧୫ ବଲ, ୧୪ ରନ, ୧ ଚୌକା)ଙ୍କୁ ଆଉଟ କରିଥିଲେ ନିର୍ଭରଯୋଗ୍ୟ ୟୁଜବେନ୍ଦ୍ର ଚହଲ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୫(୧୩ ବଲ, ୧ ଛକା) ରନରେ ଆଉଟ ହେବା ମୁମ୍ବାଇ ପାଇଁ ଶକ୍ତ ଝଟ୍‌କା ସଦୃଶ ହୋଇଥିଲା। ମାତ୍ର ଇଷାନ କିଷନ ଓ କିରନ ପୋଲାର୍ଡ ଅବିଶ୍ୱସନୀୟ ବ୍ୟାଟିଂ କରି ଶେଷ ୪ ଓଭରରୁ ୭୯ ରନ ସଂଗ୍ରହ କରିବାରୁ ମ୍ୟାଚ ଟାଇ ହୋଇ ଯାଇଥିଲା। କିଷନ ୫୮ ବଲ୍‌ରୁ ୨ ଚୌକା ଓ ୯ ଛକା ସହାୟତାରେ ୯୯ ରନ କରି ଆଉଟ ହୋଇଥିବାବେଳେ ପୋଲାର୍ଡ ୨୪ ବଲ୍‌ରୁ ୩ ଚୌକା ଓ ୫ ଛକା ସହ ୬୦ ରନରେ ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ଇସୁରୁ ଉଡାନା ୨ଟି ଏବଂ ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ। ଆରୋନ ଫିଞ୍ଚ୍‌ ଓ ଦେବଦତ୍ତ ପଡିକାଲ ପାଓ୍ବାରପ୍ଲେ ୬ ଓଭରରେ ୫୯ ରନ ସଂଗ୍ରହ କରି ଆରସିବି ପାଇଁ ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ବ୍ରେକ୍‌ ଥ୍ରୁ ପାଇଁ ରୋହିତ ଶର୍ମା ୫ ଜଣ ଯାକ ବୋଲରଙ୍କୁ ବ୍ୟବହାର କରିଥିଲେ ହେଁ ୮ ଓଭର ପର୍ଯ୍ୟନ୍ତ ସଫଳତା ପାଇ ନ ଥିଲେ। ୯ମ ଓଭରରେ ସେ ଟ୍ରେଣ୍ଟ ବୋଲ୍ଟଙ୍କୁ ଆଣି ସଫଳ ହୋଇଥିଲେ। ଓପନିଂ ଯୋଡ଼ିରେ ୫୪ ବଲ୍‌ରୁ ୮୧ରନ ହୋଇଥିବାବେଳେ ବୋଲ୍ଟଙ୍କ ବଲ୍‌ରେ ଫିଞ୍ଚ୍‌ ଆଉଟ ହୋଇଥିଲେ। ମୁମ୍ବାଇ ବିପକ୍ଷରେ ଏହାଥିଲା ଆରସିବିର ତୃତୀୟ ସର୍ବାଧିକ ଓପନିଂ ପାର୍ଟନରଶିପ୍‌। ୩୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଫିଞ୍ଚ୍‌ ୭ ଚୌକା ଓ ୧ ଛକା ସହାୟତାରେ ୫୨ ରନ ସ୍କୋର କରିଥିଲେ। କୋହଲିଙ୍କ ଖରାପ ଫର୍ମ ଜାରି ରହିଥିଲା। ସେ ୧୧ଟି ବଲ୍‌ ଖେଳିଥିଲେ ହେଁ ମାତ୍ର ୩ ରନ କରି ରାହୁଲ ଚହରଙ୍କ ଶିକାର ହୋଇଥିଲେ। ଏବି ଡିଭିଲର୍ସ ଓ ପଡିକାଲ ୩ୟ ଉଇକେଟରେ ୬୨ ରନ ଯୋଗ କରିଥିଲେ। ୪୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ପଡିକାଲ ୫ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରିଥିଲେ। ଚଳିତ ଆଇପିଏଲରେ ଯୁବ ଖେଳାଳି ପଡିକାଲଙ୍କର ଏହାଥିଲା ୩ ମ୍ୟାଚରୁ ଦ୍ୱିତୀୟ ଅର୍ଦ୍ଧଶତକ। ଶେଷ ଭାଗରେ ବିସ୍ଫୋରକ ଇନିଂସ ଖେଳିଥିଲେ ଡିଭିଲର୍ସ ଓ ଶିବମ୍‌ ଦୁବେ। ଡିଭିଲର୍ସ ୨୪ଟି ବଲ୍‌ ଖେଳି ୪ଟି ଲେଖାଏ ଚୌକା ଓ ଛକା ମାରି ୫୫ ଓ ଦୁବେ ୧୦ ବଲ୍‌ରୁ ୧ ଚୌକା ଓ ୩ ଛକା ସହ ୨୭ ରନ କରି ଅପରାଜିତ ରହିଥିଲେ। ଅସମାପ୍ତ ୪ର୍ଥ ଉଇକେଟ ଯୋଡ଼ିରେ ଏ ଦୁହେଁ ୪୭ ରନର ଭାଗୀଦାରି ଗଢ଼ିଥିଲେ। ଫଳରେ ଆରସିବି ସ୍କୋର ୨୦୦ ଅତିକ୍ରମ କରି ଯାଇଥିଲା। ଶେଷ ୫ ଓଭରରେ ଆରସିବି ୭୮ ରନ ସଂଗ୍ରହ କରିଥିଲା। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ଓ ରାହୁଲ ଚହର ଗୋଟିଏ ଉଇକେଟ ନେଇଥିଲେ।
ଏହି ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଗୋଟିଏ ପରିବର୍ତ୍ତନ କରି ସୌରଭ ତିଓ୍ବାରୀଙ୍କ ସ୍ଥାନରେ ଇଶାନ କିଷନଙ୍କୁ ଖେଳାଇଥିଲା। ଆରସିବି ଦଳରେ ୩ ପରିବର୍ତ୍ତନ କରାଯାଇଥିଲା। ଉମେଶ ଯାଦବ, ଜୋଶ୍‌ ଫିଲିପେ ଓ ଡେଲ୍‌ ଷ୍ଟେଇନ୍‌ଙ୍କ ସ୍ଥାନରେ ଆଡାମ ଜାମ୍ପା, ଇସୁରୁ ଉଡାନା ଓ ଗୁରକୀରଟ ସିଂ ମାନଙ୍କୁ ସୁଯୋଗ ମିଳିଥିଲା।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୦୧/୩(ଡିଭିଲର୍ସ-୫୫*, ପଡିକାଲ-୫୪, ଫିଞ୍ଚ୍‌-୫୨, ଟ୍ରେଣ୍ଟ ବୋଲ୍ଟ-୨/୩୪, ରାହୁଲ ଚହର-୧/୩୧)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୧/୫ (କିଷନ-୯୯, ପୋଲାର୍ଡ-୬୦*, ଉଡାନା-୨/୪୫, ସୁନ୍ଦର-୧/୧୨, ଚହଲ-୧/୪୮, ଜାମ୍ପା-୧/୫୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri