Odisha Elections 2024
Posted inଜାତୀୟ

ମୁଦ୍ରାସ୍ଫୀତି ଲକ୍ଷ୍ୟ ୫.୨%କୁ ହ୍ରାସ କଲା ଆର୍‌ବିଆଇ

ନୂଆଦିଲ୍ଲୀ,୭ା୪: ଜଳବାୟୁ ସ୍ଥିତିର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫.୨ ପ୍ରତିଶତ ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। ଗତ ଫେବୃୟାରୀ ମୁଦ୍ରାନୀତି ଘୋଷଣା ବେଳେ ମୁଦ୍ରାସ୍ଫୀତି ହାର ୫.୩ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏହାକୁ ୫.୨ ପ୍ରତିଶତକୁ ହ୍ରାସ କରାଯାଇଛି। ତେବେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କ୍ରମାଗତ ମୂଲ୍ୟ ଅପରିବର୍ତ୍ତିତ ରହିବା, ପ୍ରତିକୂଳ ଜଳବାୟୁ ସ୍ଥିତି ଏବଂ ବିଶ୍ୱ ବଜାରରେ ବିଭିନ୍ନ ସାମଗ୍ରୀର ଦରକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ରବି ଫସଲ ଉତ୍ପାଦନ ଭଲ ହେବ ବୋଲି ଆଶା କରାଯାଉଥିବାରୁ ଖାଦ୍ୟଶସ୍ୟ ଦର ହ୍ରାସ ପାଇବ। ତେବେ ଗ୍ରୀଷ୍ମଋତୁରେ ଯୋଗାଣଠାରୁ ଚାହିଦା ଅଧିକ ରହିବା ସହ ଗୋଖାଦ୍ୟ ଦର ବୃଦ୍ଧି ଯୋଗୁ କ୍ଷୀର ଦର ଉଚ୍ଚା ରହିବ ବୋଲି ଆର୍‌ବିଆଇ କହିଛି। ତୈଳ ରପ୍ତାନିକାରୀ ରାଷ୍ଟ୍ରଗୁଡ଼ିକ(ଓପେକ୍‌) ଉତ୍ପାଦନ ହ୍ରାସ କରିବା ଲାଗି ହଠାତ୍‌ ଘୋଷଣା କରିବା ଫଳରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଅଶୋଧିତ ତୈଳ ବ୍ୟାରେଲ ପ୍ରତି ବାର୍ଷିକ ହାରାହାରି ଦର ୮୫ ବିଲିୟନ ଡଲାର ରହିବ ବୋଲି ଆକଳନ କରାଯାଇଛି। ତେବେ ଯଦି ମୌସୁମୀ ସ୍ବାଭାବିକ ହୁଏ, ତେବେ ଚଳିତ ଆର୍ଥତ୍କ ବର୍ଷରେ ମୁଦ୍ରାସ୍ଫୀତି ୫.୨ ପ୍ରତିଶତରେ ସୀମିତ ରହିବ ବୋଲି ଆର୍‌ବିଆଇ ଗଭର୍ନର କହିଛନ୍ତି। ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଆର୍ଥତ୍କ ବର୍ଷ ଲାଗି ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ୬.୫ ପ୍ରତିଶତ ପୂର୍ବାନୁମାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ ମୋଦି ତ ବହୁତ ସୁନ୍ଦର… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ଜୈନପୁର,୧୬।୫: ଉତ୍ତରପ୍ରଦେଶର ଜୈନପୁରରେ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସୁନ୍ଦର ପିଲାଙ୍କୁ ଦେଖି ପ୍ରଶଂସା କରିଛନ୍ତି। ଏହି ଦୁଇ ପିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅମିତ ଶାହା କହିଲେ-”କେଜ୍‌ରିଓ୍ବାଲଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରିଟ୍‌ମେଣ୍ଟ୍‌”, ପ୍ରତିକ୍ରିୟା ଦେଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ,୧ା୫: ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବେଲ୍‌ ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ର୍‌ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିମକୋର୍ଟ। କେଜ୍‌ରିଓ୍ବାଲଙ୍କୁ ବେଲ୍‌...

କେଜ୍‌ରିଓ୍ବାଲ୍‌ଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି କରି...

ବିହାରରୁ ମୁହଁ ଫେରାଉଛନ୍ତି ଷ୍ଟାର ପ୍ରଚାରକ

ପାଟନା,୧୬ା୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନରେ ଦେଶରେ ସରକାର ଗଠନ କରିବାକୁ କଂଗ୍ରେସ ଦାବି କରୁଛି, କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସର ଷ୍ଟାର ପ୍ରଚାରକମାନେ କେଉଁଆଡ଼େ...

‘୫୬ ଇଞ୍ଚ ଛାତିରେ ସାହସ ନାହିଁ’, ଖୋଲା ବିତର୍କ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୬।୫: ନିକଟରେ ଏକ ଚିଠିରେ ଦୁଇଜଣ ପୂର୍ବତନ ବିଚାରପତି ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବସାଧାରଣରେ ବିତର୍କ କରିବାକୁ କହିଥିଲେ। ଯାହା ଉପରେ ପ୍ରତିକ୍ରିୟା...

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳରେ ମୌସୁମୀର ଏଣ୍ଟ୍ରି, IMD ଦେଲା ସୂଚନା

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ...

ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ନେବେ ଅବସର: କେଜ୍‌ରିଓ୍ବାଲ କଲେ ପୂର୍ବାନୁମାନ

ଲକ୍ଷ୍ନୌ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିର୍ବାଚନ ପ୍ରଚାର ପାଇଁ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଇଣ୍ଡି ମେଣ୍ଟ ସଦସ୍ୟ ଅଖିଳେଶ ଯାଦବଙ୍କ ସହ ଏକ...

ଅମିତ ଶାହା ହେବେ ପ୍ରଧାନମନ୍ତ୍ରୀ, ୨ ମାସ ଭିତରେ ହଟିବେ ଯୋଗୀ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri