Posted inରାଜ୍ୟ

ରାୟଗଡ଼ା, କୋରାପୁଟ କଂଗ୍ରେସ କର୍ମୀଙ୍କ ଦିଲୀ ଗସ୍ତ

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା):  ଅବିଭକ୍ତ କୋରାପୁଟ ଜିଲାର ଦୁଇ ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିଲୀରେ ପହଞ୍ଚିଛି। କୋରାପୁଟ ଜିଲା ଓ ରାୟଗଡ଼ା ଜିଲାର ତାରାଙ୍କ ସମର୍ଥକମାନେ ମଙ୍ଗଳବାର ଅପରାହ୍ନ ୧୨.୩୦ଟାରେ ସମତା ଟ୍ରେନରେ ଦିଲୀ ଅଭିମୁଖେ ବାହାରିଛନ୍ତି ା ତେବେ ସେମାନେ ଦଳର ହାଇକମାଣ୍ଡକୁ ଭେଟିବାକୁ ଯାଉଥିବା ସୂଚନା ମିଳିଛି ା ଯାହା ଅବିଭକ୍ତ କୋରାପୁଟ ଜିଲାରେ କଂଗ୍ରେସର ଭବିଷ୍ୟତକୁ ନେଇ ଚିନ୍ତାରେ ପକାଇଛି ା
ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ରାୟଗଡ଼ା ଜିଲାର ୧୦ରୁ ଊର୍ଦ୍ଧ୍ୱ ଯୁବନେତା ଦିଲୀ ଅଭିମୁଖେ ବାହାରିଥିବାବେଳେ ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କୋରାପୁଟ ଲୋକ ସଭା କ୍ଷେତ୍ରର ପୂର୍ବତନ ଯୁବ ସଭାପତି ଭବାନୀ ଶଙ୍କର ଜେନା, କୋରାପୁଟ ଜିଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ, ୧୩ଜଣ ଜିଲା ପରିଷଦ ସଭ୍ୟାସଭ୍ୟ, ୧୨ ବ୍ଲକ ସଭାପତି, ୨ ବ୍ଲକ ଅଧ୍ୟକ୍ଷ, ଜୟପୁର ପୌରାଧ୍ୟକ୍ଷ ନରି ମହାନ୍ତି ଓ କୋଟପାଡ଼ ଏନଏସି ଅଧ୍ୟକ୍ଷ ଦିଲୀ ଅଭିମୁଖେ ବାହାରିଛନ୍ତି। ସେମାନେ ୧୫ ତାରିଖରେ ଦିଲୀରେ ପହଞ୍ଚି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ସାକ୍ଷାତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ା
ମିଳିଥିବା ସୂଚନା ଅନୁସାରେ, ତାରା ବାହିନୀପତିଙ୍କ ପନତ୍ୀ ମିନାକ୍ଷୀ ବାହିନିପତିଙ୍କୁ ଜିଲା ସଭାପତିରୁ ବାଦ୍‌ ଦେଇ ଦୁର୍ଗା ଶଙ୍କର ସାହୁଙ୍କୁ କୋରାପୁଟ ଜିଲାର ନୂତନ ସଭାପତି ଭାବେ ଚୟନ କରାଯାଇଛି। ଏହାକୁ ତାରା ଓ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ା ଏଥିରେ ଏମ୍‌ପି ସପ୍ତଗିରିଙ୍କ ହାତ ରହିଥିବା ତାରାଙ୍କ ଅନୁଗତ ପ୍ରକାଶ କରିଛନ୍ତି ା ୨୦୧୯ ସାଧାରଣ ନିର୍ବାଚନରେ ସପ୍ତଗିରି ନିର୍ବାଚନ ଲଢ଼ି ଓଡ଼ିଶାରୁ କଂଗ୍ରେସ ଦଳର ଏକମାତ୍ର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ ା ଏହା ପରେ ଦିଲୀରେ ସପ୍ତଗିରିଙ୍କ ଦବ୍‌ଦବା ବଢ଼ିଥିଲା ା ହେଲେ ଧୀରେ ଧୀରେ ତାରା ଓ ସପ୍ତଗିରିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ା ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲା ସଭାପତି ପଦରୁ ବିଦା କରିବାରେ ସପ୍ତଗିରିଙ୍କ ହାତ ରହିଥିବା କଂଗ୍ରେସ କର୍ମୀ ମହଲରେ ଆଲୋଚନା ଚାଲିଛି ା ଏଣୁ ତାରା ବାହିନୀପତି ନିଜ ସମର୍ଥକଙ୍କୁ ନେଇ ଦିଲୀ ଯାଇ ସେଠାରେ ହାଇକମାଣ୍ଡଙ୍କ ସହ ସାକ୍ଷାତ କରିବାକୁ ଯାଉଥିବା କୁହାଯାଉଛି। ତାରାଙ୍କ ନେତୃତ୍ୱରେ ବୁଧବାର କୋରାପୁଟ ଓ ରାୟଗଡ଼ା ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ କର୍ମୀ ଦିଲୀ ଯାଉଥିବା ଜଣାପଡ଼ିଛି ା ଦଳୀୟ କର୍ମୀଙ୍କୁ ନେଇ ଦିଲୀ ଯାଉଥିବାର କାରଣ ସମ୍ପର୍କରେ ତାରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦଳୀୟ ସଂଗଠନ ବିଷୟରେ ଆଲୋଚନା ପାଇଁ ଦିଲୀ ଯାଉଛୁ ା ଏ ସମ୍ପର୍କରେ ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝି ଓ କୋରାପୁଟ ଲୋକ ସଭା କ୍ଷେତ୍ରର ପୂର୍ବତନ ଯୁବ ସଭାପତି ଜେନାଙ୍କୁ ପଚାରିବାରୁ ରାୟଗଡ଼ା ଓ କୋରାପୁଟ ଜିଲାରେ ଦଳୀୟ ସଂଗଠନ ବିଷୟରେ ଆଲୋଚନା ପାଇଁ ଯାଉଥିବା କହିଛନ୍ତି। ଏ ସମ୍ପର୍କରେ ଏମ୍‌ପି ଉଲାକାଙ୍କୁ ଯୋଗାଯୋଗ କରାଯିବାରୁ ଦଳର ସଂଗଠନ ସୁଦୃଢ଼ ବିଷୟରେ ଆଲୋଚନା କରିବା ପାଇଁ ଦଳୀୟ ନେତା ଓ କର୍ମୀ ହାଇକମାଣ୍ଡଙ୍କୁ ଭେଟିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତବେ ତାଙ୍କର ଓ ତାରା ବାହିନୀପତିଙ୍କ ମଧ୍ୟରେ ରହିଥିବା ବିବାଦକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri