Posted inଖେଳ

ଧୋନୀ ପଡିଆକୁ ଆସିବା ପୂର୍ବରୁ ଏମିତି କ’ଣ କାମ କଲେ ଜାଡେଜା, କମ୍ପିଲା ପୂରା ଷ୍ଟାଡିୟମ: ଦେଖନ୍ତୁ ଭିଡିଓ

ଚେନ୍ନାଇ,୯।୩: ଆଇପିଏଲ ୨୦୨୪ର ୨୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ କୋଲକାତା ନାଇଟ ରାଇଡର୍ସକୁ ୭ ଉଇକେଟରେ ପରାସ୍ତ କରିଛି। ଚେନ୍ନାଇ ବିପକ୍ଷରେ ଏହି ସିଜନରେ କୋଲକାତାର ଏହା ପ୍ରଥମ ପରାଜୟ ଥିଲା। ଚେନ୍ନାଇ ପ୍ରାୟ ଏକପାଖିଆ ମ୍ୟାଚ ଜିତିଥିଲା। ଧୋନୀ ମଧ୍ୟ ମ୍ୟାଚରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। କିନ୍ତୁ ଧୋନୀଙ୍କ ଆଗମନ ପୂର୍ବରୁ ରବିନ୍ଦ୍ର ଜାଡେଜା ଏପରି କାର୍ଯ୍ୟ କରିଥିଲେ, ଯାହା ଚେପକ ଷ୍ଟାଡିୟମରେ ହାସ୍ୟାରୋଳ ସୃଷ୍ଟି କରିଥିଲା। ଏହାର ଭିଡିଓ ଭାଇରାଲ ହେଉଛି।
ଟାର୍ଗେଟକୁ ଗୋଡାଇବାବେଳେ ଚେନ୍ନାଇ ଶିବମ ଦୁବେଙ୍କ ରୂପରେ ତୃତୀୟ ଉଇକେଟ ହରାଇଥିଲା, ଏହା ପରେ ଏମଏସ ଧୋନୀ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଧୋନୀ ୩ ବଲରେ ୧ ରନ ସ୍କୋର କରିଥିଲେ। କିନ୍ତୁ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ରବିନ୍ଦ୍ର ଜାଡେଜା ଚେପାକ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିଲେ।
ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ଜାଡେଜା ଡଗଆଉଟରୁ ବାହାରି ବ୍ୟାଟିଂ କରିବାକୁ ଲାଗିଲେ। କିନ୍ତୁ ତା’ପରେ ଜାଡେଜା ତୁରନ୍ତ ଫେରିଗଲେ ଏବଂ ଏହା ପରେ ଧୋନୀ ବ୍ୟାଟିଂ କରିବାକୁ ଯାଇଥିଲେ। ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ଜାଡେଜା ଏହି କାର୍ଯ୍ୟ କରିଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜାଡେଜା ବାହାରକୁ ଆସିବା ମାତ୍ରେ ପ୍ରଶଂସକମାନେ ଜୋରରେ ପାଟି କରିବା ଆରମ୍ଭ କରନ୍ତି। ସେ ପୁଣି ଫେରିଯାଇଥିଲେ। ତା’ପରେ ଧୋନୀ ଆସିଥିଲେ।
ଜାଡେଜା ଥରେ ପ୍ରକାଶ କରିଥିଲେ ଯେ, ଯେତେବେଳେ ସେ ମାହି ଭାଇଙ୍କ ପୂର୍ବରୁ ବ୍ୟାଟିଂ କରିବାକୁ ଯାଆନ୍ତି, ପ୍ରଶଂସକମାନେ ତାଙ୍କ ଆଉଟ୍‌ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରନ୍ତି। ଏହି କାରଣରୁ ଜାଡେଜା ପ୍ରଶଂସକଙ୍କ ସହ ମଜାକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri