ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍‌ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍‌ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଖଣ୍ଡା ଧରି ବୁଲାଉଥିବା ଫଟୋ ଭାଇରାଲ ହେଉଥିବାବେଳେ କେତେବେଳେ ହର୍ସ ରାଇଡିଂ କରୁଥିବାର ନଜର ଆସିଥାନ୍ତି ।ମାତ୍ର ବର୍ତ୍ତମାନ ତାଙ୍କୁ ଆଉ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳୁଛି। ଯେଉଁ ଲୁକ୍‌କୁ ତାଙ୍କ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି। ଜାଡେଜା ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଲୁକ୍‌ ଶେୟାର କରିଛନ୍ତି । ଯେଉଁଥିରେ ସେ ସାଉଥ ଇଣ୍ଡିଆନ ସୁପରଷ୍ଟାର ଆଲ୍ଲୁ ଅର୍ଜୁନଙ୍କ ଲୁକରେ ନଜର ଆସିଛନ୍ତି । ନିକଟରେ ବକ୍ସ ଅଫିସରେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ବହୁତ ଭଲ କଲେକ୍ସନ କରିଛି ।
ଜାଡେଜା ତାଙ୍କ ନୂଆ ଲୁକରେ ପୁଷ୍ପା ଫିଲ୍ମର ହିରୋ ଆଲ୍ଲୁ ଅର୍ଜୁନଙ୍କ ପରି ନଜର ଆସିଛନ୍ତି । ଏହା ସହ ସେ ଆଲ୍ଲୁ ଅର୍ଜୁନଙ୍କ ପରି ଡାଏଲଗ ମଧ୍ୟ କହୁଛନ୍ତି। ଜାଡେଜା ଉଭୟ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଏହା ଏକ ଗ୍ରାଫିକାଲ ଫଟୋ । ସିଗାରେଟ, ବିଡି ଏବଂ ତମାଖୁ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏଥିରୁ କ୍ୟାନ୍ସର ହୁଏ’ । ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ଶେୟାର କରିବା ପରେ ଅଭିନେତା ଆଲ୍ଲୁ ଅର୍ଜୁନ ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି ।
https://www.instagram.com/ravindra.jadeja/?utm_source=ig_embed&ig_rid=233145d5-db8e-454f-8da1-a656bda9737f


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହେଲେ ମିଲ୍‌ଖା ସିଂ

ଚଣ୍ଡିଗଡ଼, ୨୫ା୫ (ପି.ଟି.)- କୋଭିଡ୍‌ରେ ପୀଡ଼ିତ କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍‌ଖା ସିଂ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପୁଅ ତଥା ବିଶିଷ୍ଟ ଗଲ୍ଫ...

କ୍ରିକେଟରଙ୍କୁ ଘରକୁ ଫେରିବାକୁ ମନା କଲେ ଉପସ୍ଥାପିକା ପତ୍ନୀ

ବ୍ରିସବେନ,୧୦।୧- ଚଳିତ ବିଗ୍‌ ବାସ ଲିଗ୍‌ର ୨୯ ମ୍ୟାଚ୍‌ରେ ବ୍ରିସବେନ ହିଟ୍‌ ୫ ଉଇକେଟରେ ହାବର୍ଟ ହରିକେନ୍ସକୁ ହରାଇ ଦେଇଛି। ମ୍ୟାଚ୍‌ରେ ୧ ଉଇକେଟ ନେବା...

ରଣବୀର କିଣିଲେ ନୂଆ ଗାଡ଼ି, ମୂଲ୍ୟ ୩ କୋଟି

ମୁମ୍ବାଇ: ନୂଆ ଗାଡ଼ି କିଣିଛନ୍ତି ରଣବୀର ସିଂହ। ଯାହାକୁ ନେଇ ଏବେ ଚର୍ଚ୍ଚା। ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ଏବେ ସୋସିଆଲ...

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ...

‘ସନ୍ଦେହ କରିବାର କିଛି ନାହିଁ’

ମେଲବୋର୍ନ,୬।୧୦: ଷ୍ଟାର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବେ ଖରାପ ଫର୍ମ କାରଣରୁ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବର୍ଷେରୁ ଅଧିକ ସମୟ ହେଲା ଅନ୍ତର୍ଜାତୀୟ...

ନିୟତିରୁ ଆରମ୍ଭ ଯାତ୍ରା

ତାଙ୍କର ମୂଳନାମ ପ୍ରଭାସିନୀ ପାଣିଗ୍ରାହୀ। ହେଲେ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ କେବେଳ ମାମା ନାମରେ ହିଁ ପରିଚିତ। ଘର ଭଦ୍ରକ ଜିଲାର ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗଁ।...

୨୦ ଜୁନରୁ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ହେବ ଆରମ୍ଭ

ମୁମ୍ବାଇ, ୧୬।୬: ଟିଭି ଧାରବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ୨୦ ଜୁନରୁ ଆରମ୍ଭ ହେବ। ଏନେଇ ଏକତା କପୁର ନିର୍ଦ୍ଦେଶ ଦେଇଥିବା ଟିମ୍‌ ପକ୍ଷରୁ...

ହିମାଙ୍କ ପାଇଁ ଜୋତା ତିଆରି କରୁଛି ଆଡିଡାସ୍‌

ନୂଆଦିଲ୍ଲୀ, ୨୮ା୪ (ପି.ଟି.)-ଭାରତର ଟପ୍‌ କ୍ୱାର୍ଟରମାଇଲର ହୀମା ଦାସଙ୍କ ପାଇଁ ଜୋତା ତିଆରି କରୁଛି ପ୍ରମୁଖ କ୍ରୀଡ଼ା ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍‌। ଏଥିରେ ହିମାଙ୍କ...

Advertisement


Archives

Model This Week