Posted inଖେଳ

ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ

ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ ହୋଇଯାଇଛି ଭାରତୀୟ ଦଳ। ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ଉଭୟ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରେ ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ବ୍ୟତୀତ ଇଶାନ୍ତ ଶର୍ମାଙ୍କୁ ତୃତୀୟ ବୋଲର ଭାବେ ସ୍ଥାନ ଦିଆଯାଇଛି।

ଆଶା ଅନୁଯାୟୀ, ଡବ୍ଲ୍ୟୁଟିସି ଫାଇନାଲରେ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ସହ ଶୁବମାନ ଗିଲ ଓପନିଂ କରିବେ। ଏମାନଙ୍କ ପରେ ଚେତେଶ୍ୱର ପୂଜାରା, ଅଧିନାୟକ କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ମିଡ୍‌ଲ ଅର୍ଡର ସମ୍ଭାଳିବେ। ଉଇକେଟକିପର ଦାୟିତ୍ୱ ସମ୍ବାଳିବେ ରିଷଭ ପନ୍ତ।

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା, ଶୁବମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ରିଷଭ ପନ୍ତ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ କ୍ରିକେଟ ଟିମର ରୋମାଣ୍ଟିକ ହିରୋ ସଲିମ ଦୁରାନିଙ୍କ ପରଲୋକ, ଶୋକ ପ୍ରକାଶ କଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୨।୪: ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନିଙ୍କ ପରଲୋକ ହୋଇଛି। ସେ ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଲିମ ଦୁରାନି ଭାରତୀୟ...

କଳାବ୍ୟାଣ୍ଡ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି

ଲଣ୍ଡନ,୭ା୬: ବିଶ୍ବ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଛି। ଆଜିର ମ୍ୟାଚ୍‌ରେ ଦୁଇ ଦଳ ଭାରତ-ଅଷ୍ଟ୍ରେଲିଆର ଖେଳାଳିମାନେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା...

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ସବା କରିମ

ନୂଆଦିଲ୍ଲୀ,୩ା୫(ପି.ଟି.)-ପୂର୍ବତନ ଭାରତ ଉଇକେଟକିପର ଓ ଜାତୀୟ ଚୟନକର୍ତ୍ତା ସବା କରିମ ରବିବାର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ୟାଲେଣ୍ଟ ସର୍ଚ୍ଚ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି।...

ରୋହିତ୍‌-ମୟଙ୍କ ଓପନିଂ ଯୋଡି ରଚିଲେ ଇତିହାସ

ବିଶାଖାପାଟନମ୍‌,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲ୍‌ ଯୋଡି ପ୍ରଥମ ଉଇକେଟ ପାଇଁ ୩୧୭ ରନର...

କୋଭିଡ୍‌ ହେଲ୍ପ ଲାଇନ୍‌ରେ କାର୍ଯ୍ୟ କରୁଛନ୍ତି ଭିନିଥ୍‌

ନୂଆଦିଲ୍ଲୀ, ୧୨ା୪ (ପି.ଟି.)-କେରଳ ରାଜ୍ୟର ଲୋକପ୍ରିୟ ଫୁଟ୍‌ବଲର ସି.ଏସ୍‌, ଭିନିଥ୍‌ ସରକାରଙ୍କ ଏକ ହେଲ୍‌ପଲାଇନ୍‌ ସେଣ୍ଟରରେ ଯୋଗ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ କିଭଳି ସାମ୍ନା କରିବାକୁ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା: ରାହୁଲଙ୍କୁ ନେଇ ଦ୍ୱନ୍ଦ୍ୱ, ରୋହିତ ଫେରିବା ସମ୍ଭାବନା, ଈଶ୍ୱରନ ଡାର୍କ ହର୍ସ

ନୂଆଦିଲ୍ଲୀ,୧୨।୯ (ପି.ଟି.)- ଆସନ୍ତାମାସ ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଘୋଷଣା ହେବ। ଚୟନକର୍ତ୍ତାମାନେ ବୈଠକରେ...

ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିବା ଖେଳାଳିଙ୍କ ସ୍ତ୍ରୀ ଜଣେ ଅଭିନେତ୍ରୀ

ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ମନୀଷ ପାଣ୍ଡେ ଗତ ବର୍ଷ ଡିସେମ୍ବରରେ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ।  ଦକ୍ଷିଣ ଭାରତୀୟ...

କ୍ରିକେଟରେ ଧୋନି ସବୁଠାରୁ ବଡ଼ ଚେହେରା: ଗାଭାସ୍କର

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଲିଟିଲ ମାଷ୍ଟର ଭାବରେ ଜଣାଶୁଣା ସୁନୀଲ ଗାଭାସ୍କର...

Advertisement
Archives

Model This Week