Posted inଖେଳ

ମୋ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ଥିଲା : ଜାଡେଜା

ସିଡ୍‌ନୀ,୮।୧- ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ପୂରା ଛାଇ ରହିଥିଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ବୋଲିଂ ହେଉ କି ଫିଲ୍ଡିଂ, ସବୁ ବିଭାଗରେ ତାଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟିର। ବୋଲିଂରେ ୪ ଉଇକେଟ ନେଇଥିବା ଜାଡେଜାଙ୍କ ଏକ ଡାଇରେକ୍ଟ ଥ୍ରୋରେ ଷ୍ଟିଭ ସ୍ମିଥ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଥିଲେ।

ଅଷ୍ଟ୍ରେଲିଆ ଅଲଆଉଟ୍‌ ହେବା ପରେ ୪ ଉଇକେଟ ସଫଳତା ନା ଡାଇରେକ୍ଟ ଥ୍ରୋ ମଧ୍ୟରୁ କାହାକୁ ବାରମ୍ବାର ଦେଖିବାକୁ ପସନ୍ଦ କରିବେ ବୋଲି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସିନିୟର ଅଲରାଉଣ୍ଡର ଜାଡେଜା କହିଛନ୍ତି, ଏହା ମୋ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ। ମୁଁ ଏହି ରନ୍‌ ଆଉଟ୍‌କୁ ବାରମ୍ବାର ଦେଖିବାକୁ ଚାହେଁ। ୩୦ ୟାର୍ଡ ସର୍କଲ ବାହାରୁ ଡାଇରେକ୍ଟ ଥ୍ରୋ କରି ରନ୍‌ ଆଉଟ୍‌ କରିବା ଏକ ସନ୍ତୋଷର ବିଷୟ। ୩ରୁ ୪ ଉଇକେଟ ନେବା ମୋ ପାଇଁ ଖୁସିର କଥା। କିନ୍ତୁ ଏହି ରନ୍‌ ଆଉଟ୍‌ ମୋର ସାରା ଜୀବନ ମନେ ରହିବ।

ଜାଡେଜାଙ୍କ ରକେଟ୍‌ ଥ୍ରୋ ଦ୍ୱାରା ସ୍ମିଥଙ୍କୁ ରନ୍‌ଆଉଟ୍‌ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହାକୁ କ୍ରିକେଟ ପ୍ରଶଂସକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଗାତାର ୮ ବର୍ଷ ଧରି ବିଫଳ, ଏବେ କୋହଲିଙ୍କୁ ଆର୍‌ସିବି ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍‌: ଗମ୍ଭୀର

ଆବୁଧାବି,୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍‌ ପାଇଁ ଯୋଗ୍ୟତା ହାସଲ କରିଥିଲା। ହେଲେ ଶୁକ୍ରବାର ଖରାପ ବ୍ୟାଟିଂ ଯୋଗୁ...

ଦକ୍ଷିଣ ଆଫ୍ରିକାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌ ସ୍ଥଗିତ

ଜୋହାନ୍ସବର୍ଗ, ୧ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦକ୍ଷିଣ ଆଫ୍ରିକା ଏହାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କ୍ରିକେଟ ଦକ୍ଷିଣ...

ହକି ବିଶ୍ୱକପ୍‌ ୨୦୨୩: ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କଲା ସ୍ପେନ୍‌

ଭୁବନେଶ୍ବର,୨୨।୧(ବ୍ୟୁରୋ): ହକି ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ଟିମ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ପେନ୍‌। ମାଲେସିଆ ଓ ସ୍ପେନ ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା...

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ,୩।୫(ପି.ଟି.): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ତୃତୀୟ ସଂସ୍କରଣରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଆସନ୍ତା ବର୍ଷ ଫେବୃୟାରୀ ୫ ତାରିଖରେ ଭାରତ ତା’ର...

‘ଅପେକ୍ଷାର ଫାଇଦା ଅଛି’

ବେଙ୍ଗାଲୁରୁ,୧୪।୨: ଚଳିତ ଆଇପିଏଲ ସିଜନ ଲାଗି ଜୋଫ୍ରା ଆର୍ଚ୍ଚର ଉପଲବ୍ଧ ହେବେ ନାହିଁ। ଏହାସତ୍ତ୍ୱେ ଇଂଲଣ୍ଡ ପେସରଙ୍କୁ ୮ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ।...

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

କିଙ୍ଗ୍‌ଷ୍ଟନ,୨।୯: ଟେଷ୍ଟ କ୍ରିକେଟରେ ଉଇକେଟକିପର ଭାବେ ୫୦ ଉଇକେଟ ନେବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ...

ରଣ୍‌ଜୀ ଟ୍ରଫି: କ୍ବାର୍ଟର ଫାଇନାଲ ମୁକାବିଲା; ଓଡ଼ିଶାକୁ ବିଦା କରିଥିଲା ବୁମ୍‌ରାଙ୍କ ବୋଲିଂ

କଟକ ଅଫିସ,୧୯ା୨-  ଦୁଇ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ଗତ ୨୦୧୬-୧୭ ସଂସ୍କରଣରେ ରାଜ୍ୟ ଦଳ କ୍ବାର୍ଟରରେ...

ମେସିଙ୍କ ଲୁହର ମୂଲ୍ୟ କୋଟିଏ: ଯେଉଁ ଟିସୁ ପେପରରେ ଲୁହ ପୋଛି ଥିଲେ ତା’ର ମୂଲ୍ୟ ଜାଣିଲେ…

ଫୁଟବଲ୍‌ ଜଗତରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ନାମ କିଏ ବା ନ ଜଣେ। ନିକଟରେ ବାର୍ସିଲୋନାରୁ ଲିଓନେଲ ମେସିଙ୍କ ବିଦାୟ ଘୋଷଣା ସମସ୍ତ ଫୁଟବଲ...

Advertisement
Archives

Model This Week