Posted inଖେଳ

କ୍ଲିନ ବୋଲ୍ଡ ହେବା ପରେ ନେଲେ ଡିଆରଏସ୍‌

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ମୁମ୍ବାଇ ତଥା ଦ୍ୱିତୀୟ ଟେଷ୍ଟରେ ଭିନ୍ନ କାରଣରୁ ଚର୍ଚ୍ଚକୁ ଆସିଛନ୍ତି ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଅଶ୍ୱିନ ଖାତା ଖୋଲିବା ପୂର୍ବରୁ ଏଜାଜ ପଟେଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହାପରେ ସେ ଡିଆରଏସ୍‌ (ଡିସିଶନ ରିଭ୍ୟୁ ସିଷ୍ଟମ) ଲାଗି ସଙ୍କେତ ଦେଇଥିଲେ, ଯାହାକି କେବଳ ଫିଲ୍ଡରେ ଉପସ୍ଥିତ ଥିବା ଖେଳାଳି, ଅମ୍ପାୟରଙ୍କୁ ନୁହେଁ, ବରଂ ଦର୍ଶକଙ୍କୁ ଚକିତ କରିଥିଲା।

ଘଟଣା ଘଟିଥିଲା ଶନିବାର ଭାରତୀୟ ଦଳର ଇନିଂସରେ ୭୨ତମ ଓଭରରେ। ରିଦ୍ଦିମାନ ଶାହାଙ୍କ ଉଇକେଟ ପଡ଼ିବା ପରେ ୭ମ କ୍ରମରେ ବ୍ୟାଟିଂ ଆସିଥିଲେ ଅଶ୍ୱିନ। ସେ ଏଜାଜଙ୍କ ବଲକୁ ଡିଫେନ୍ସ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବଲ ତାଙ୍କ ବ୍ୟାଟକୁ ଅତିକ୍ରମ କରିବା ପରେ ବାଜିଥିଲା ଅଫ୍‌ ଷ୍ଟମ୍ପ ଶୀର୍ଷରେ। ବଲ ଟର୍ନିଂରେ ଏତେ ଚକିତ ହୋଇଯାଇଥିଲେ ଯେ, ପଛକୁ ନ ଦେଖି ଅଶ୍ୱିନ ଡିଆର୍‌ଏସ୍‌ ପାଇଁ ସଙ୍କେତ ଦେଇଥିଲେ।

ଏହା ଅମ୍ପାୟରଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା। ବଲ ଦ୍ୱାରା ହିଁ ଉଇକେଟରୁ ବେଲ ଅଲଗା ହୋଇଥିବା ଯାଞ୍ଚ କରିବା ପାଇଁ ଥାର୍ଡ ଅମ୍ପାୟରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ ଫିଲ୍ଡ ଅମ୍ପାୟର। ରିପ୍ଲେରୁ ବୋଲ୍ଡ ସ୍ପଷ୍ଟ ହେବା ପରେ କ୍ରିଜ ଛାଡ଼ି ଚାଲିଯାଇଥିଲେ ଅଶ୍ୱିନ।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri