Posted inଖେଳ

ରେକର୍ଡଠୁ ହାତେ ଦୂରରେ ଅଶ୍ୱିନ

କାନପୁର,୨୪।୧୧: ଏଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଖରେ ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇବା ପାଇଁ ସୁଯୋଗ ଅଛି। ଏବେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ଅଶ୍ୱିନ ୪ର୍ଥ ସ୍ଥାନରେ ଅଛନ୍ତି। ହରଭଜନଙ୍କ ପାଖରେ ୪୧୭ ଉଇକେଟ ଥିବା ବେଳେ ଅଶ୍ୱିନଙ୍କ ପାଖରେ ଅଛି ୪୧୩ ଉଇକେଟ। ଏଣୁ ହରଭଜନଙ୍କୁ ପଛରେ ପକାଇବା ପାଇଁ ଅଶ୍ୱିନଙ୍କୁ ମାତ୍ର ୫ ଉଇକେଟ ଦରକାର। ଘରୋଇ ମାଟିରେ ଅଶ୍ୱିନଙ୍କ ରେକର୍ଡକୁ ଦେଖିଲେ, ସେ ଅତି ସହଜରେ ଭଜିଙ୍କୁ ପଛରେ ପକାଇଦେବେ।

କ୍ରିକେଟର ଲମ୍ବା ଫର୍ମାଟରେ ଭାରତୀୟ ବୋଲର ଭାବେ ସର୍ବାଧିକ ଉଇକେଟ ନେବାର ରେକର୍ଡ ଏବେ ମଧ୍ୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କ ନାମରେ ଅଛି। ସେ ସର୍ବାଧିକ ୬୩୨ ଉଇକେଟ ନେଇଛନ୍ତି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବ (୪୩୪ ଉଇକେଟ)।

ଏହାବାଦ୍‌ ଅଶ୍ୱିନଙ୍କ ପାଖରେ କୁମ୍ବଲେଙ୍କ ଅନ୍ୟ ଏକ ରେକର୍ଡର ସମକକ୍ଷ ହେବାର ସୁଯୋଗ ମଧ୍ୟ ଅଛି। ଅଶ୍ୱିନ ଏପର୍ଯ୍ୟନ୍ତ ଟେଷ୍ଟରେ ୭ ଥର ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ପାଇଥିବା ବେଳେ କୁମ୍ବଲେ ୮ ଥର ୧୦ ଉଇକେଟ ଅର୍ଜନ କରିଥିଲେ। ଏହି ତାଲିକା ଶୀର୍ଷରେ ଅଛନ୍ତି ଶ୍ରୀଲଙ୍କାର ମୁଥିଆ ମୁରଲିଧରଣ। ସେ ସର୍ବାଧିକ ୨୨ ଥର ୧୦ ଉଇକେଟ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ ଚାମ୍ପିୟନ ରୋଲିନ୍ସମ୍ୟାକ୍‌ନିଲ ୫ବର୍ଷ ବାସନ୍ଦ

ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍‌ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ...

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ...

ଇଡେନ୍‌ ଗାର୍ଡେନରେ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ: ଗାଙ୍ଗୁଲି

କୋଲକାତା,୨୯।୧୦(ପି.ଟି.)- ଭାରତ ଏବେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ନିଶ୍ଚିତ ହୋଇଛି। ଐତିହାସିକ ଇଡେନ ଗାର୍ଡେନରେ ଭାରତ ପଡୋଶୀ ବାଂଲାଦେଶ ବିପକ୍ଷରେ ଏହି...

ଆଇପିଏଲ୍‌ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…

ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌। ସେ ଆଇପିଏଲ୍‌ ପ୍ରଥମ ସିଜିନରୁ ଆର୍‌ସିବି ସହ ଜଡ଼ିତ ଅଛନ୍ତି।...

ରୋହିତଙ୍କୁ ପ୍ରଭାବିତ କଲେ ୧୧ ବର୍ଷର ବୋଲର

ସିଡ୍‌ନୀ,୧୭।୧୦: ଭାରତ ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନେଟ୍‌ ଅଭ୍ୟାସରେ ଟିମ ଇଣ୍ଡିଆର ଖେଳାଳିମାନେ ଝାଳ ବୁହାଉଛନ୍ତି। ଏସବୁ ମଧ୍ୟରେ ବିସିସିଆଇ ସୋସିଆଲ...

ଦ୍ୱିତୀୟ ଟେଷ୍ଟରେ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ, ୧୧ା୧୨ (ଏପି)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ...

ସିନ୍ଧୁ ରନର୍ସ ଅପ୍‌

ବାସେଲ,୮ା୩(ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ସୁଇସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ହାରି ରନର୍ସ ଅପ୍‌ ହୋଇଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ...

ଟି-୨୦ରେ ଇତିହାସ ରଚିଲା ତାଞ୍ଜାନିଆ

ତାଞ୍ଜାନିଆର ମହିଳା ଦଳ ଟି-୨୦ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଟି -୨୦ ମ୍ୟାଚରେ ଦୁଇଥର ୨୦୦ କିମ୍ବା ଅଧିକ ରନ ଜିତିବାରେ ପ୍ରଥମ...

Advertisement
Archives

Model This Week