Posted inଖେଳ

ରାଜକୋଟ ଟେଷ୍ଟରେ ଇତିହାସ ରଚିଦେଲେ ଅଶ୍ୱିନ

ରାଜକୋଟ,୧୬।୨: ଇତିହାସ ରଚିଛନ୍ତି ଭାରତର ଭେଟେରାନ୍‌ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ। ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସେ ୫୦୦ ଉଇକେଟ ପୂରଣ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ୍‌ କ୍ରାଉଲୀଙ୍କୁ ଆଉଟ କରିବା ପରେ ଅଶ୍ୱିନ ୫୦୦ ଉଇକେଟ କ୍ଲବରେ ନିଜକୁ ସାମିଲ କରିଛନ୍ତି।

ପୂର୍ବରୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଶ୍ୱିନଙ୍କୁ କୌଣସି ଉଇକେଟ ମିଳି ନ ଥିଲା। ହେଲେ ଦ୍ୱିତୀୟ ଇନିଂସରେ ସେ ଜବରଦସ୍ତ ବୋଲିଂ କରି ୭୨ ରନ୍‌ ଦେଇ ୩ ଉଇକେଟ ନେବାରେ ସଫଳ ହୋଇଥିଲେ। ତେବେ ସେ ୫୦୦ ଉଇକେଟ କୀର୍ତ୍ତିମାନ ହାସଲ କରିବା ଠାରୁ ମାତ୍ର ଗୋଟିଏ ଉଇକେଟ ପଛରେ ଥିଲେ। ତାଙ୍କ ଉଇକେଟ ସଂଖ୍ୟା ୪୯୯ ଥିଲା। ଶେଷରେ ତାଙ୍କର ସ୍ବପ୍ନ ପୂରଣ ହୋଇଛି। ସେ ଭାରତର ଦ୍ରୁତତମ ବୋଲର ଭାବେ ୫୦୦ ଉଇକେଟ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ(୬୧୯ ଉଇକେଟ)ଙ୍କ ନାମରେ ଥିଲା।

କୁମ୍ବଲେ ୧୦୫ ମ୍ୟାଚ୍‌ରେ ୫୦୦ ଉଇକେଟ ନେଇଥିଲେ। କିନ୍ତୁ ଅଶ୍ୱିନ ୯୭ଟି ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ଅଶ୍ୱିନ ଏବେ ଟେଷ୍ଟ କ୍ରିକେଟରେ ବିଶ୍ୱର ତୃତୀୟ ସଫଳ ଅଫ୍‌ ସ୍ପିନର ପାଲଟିଛନ୍ତି। ଶୀର୍ଷରେ ଶ୍ରୀଲଙ୍କାର ପୂର୍ବତନ ବୋଲର୍‌ ମୁରଲିଧରନ୍‌(୮୦୦) ଉଇକେଟ ସହ ଅଛନ୍ତି। ଦ୍ୱିତୀୟରେ ଅଷ୍ଟ୍ରେଲିଆର ଅଫ୍‌ ସ୍ପିନର ନାଥନ ଲିଓନ(୫୧୭) ଉଇକେଟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗବତ Gen Zଙ୍କୁ ନେଇ ଦେଇଥିବା ବୟାନ ପରେ ରାଜନୀତି ହେଲା ସରଗରମ, ଏବେ RSS ମୁଖ୍ୟ କହିଲେ: ‘ଏହା ଉନ୍ନତି ପାଇଁ…’

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂରକ୍ଷଣ ସ୍ଥାୟୀ ବ୍ୟବସ୍ଥା…

ମୋ ସମୁଦିଙ୍କୁ ଫାଶୀ ଦେଇଦିଅ…କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା…

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ…

କାହିଁକି ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ୩ ଅଭିଯୁକ୍ତ? ବଡ଼ ଖୁଲାସା କଲେ…

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ହତ୍ୟା…

Gen Zକୁ ନେଇ ମୋହନ ଭାଗବତ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୮: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ Gen Zଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri