Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲରେ କେ ଏଲ୍‌ ରାହୁଲଙ୍କୁ କରାଯାଉ ଭାରତର ଉଇକେଟକିପର: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍‌ର ଇନିଂସ ଖେଳିବା ଦଳକୁ ବିଜେତା କରିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ। ଏକ ସମୟରେ ତାଙ୍କୁ ଦଳରୁ ବାଦ ଦିଆଯାଉ ବୋଲି କହୁଥିବା ସମାଲୋଚକମାନେ ଏବେ ତାଙ୍କର ପ୍ରଶଂସା କରିବାକୁ ପଛାଉନାହାନ୍ତି। ଏହିକ୍ରମରେ ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ଜୁନ୍‌ରେ ‘ଦ ଓଭାଲ’ରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ତାଙ୍କୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି। ତାଙ୍କର ଉପସ୍ଥିତିରେ ଦଳର ବ୍ୟାଟିଂ ଲାଇନ୍‌-ଅପ୍‌ ମଜଭୂତ ହେବ ବୋଲି ସେ କହିଛନ୍ତି।

ଇଂଲଣ୍ଡରେ ରାହୁଲଙ୍କ ଭଲ ରେକର୍ଡ ରହିଛି। ହେଲେ ଖରାପ ଫର୍ମକୁ ନେଇ ତାଙ୍କୁ ସ୍ବଦେଶରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ୍‌ରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ହେଲେ ସେ ଫର୍ମକୁ ଫେରିବା ପରେ ଶାସ୍ତ୍ରୀ କହିଛନ୍ତି, ରାହୁଲ ଡବ୍ଲ୍ୟୁଟିସି ଫାଇନାଲରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିପାରିବେ। କାରଣ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ କେ ଏସ୍‌ ଭରତ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି। ରାହୁଲ ଉଇକେଟକିପିଂକଲେ ତାଙ୍କର ବ୍ୟାଟିଂ ମଜଭୂତ ହେବ। ସେ ୫ମ ଏବଂ ୬ଷ୍ଠ ସ୍ଥାନରେ ବ୍ୟାଟିଂ କରିପାରନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଏସ୍‌ଜି ସହ ରହିବେ ନେମାର

ପ୍ୟାରିସ,୧।୯(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଫରଓ୍ବାର୍ଡ ନେମାର ଜୁନିୟରଙ୍କ ସହ ଚୁକ୍ତି କରିବାରେ ବିଫଳ ହୋଇଛି ଲା ଲିଗା ଲିଗ୍‌ ଚାମ୍ପିୟନ ବାର୍ସିଲୋନା। ଫଳରେ ସେ ଗତ...

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା...

ପୂର୍ବତନ ୟୁଫା ମୁଖ୍ୟଙ୍କୁ ପଚରାଉଚରା

ପ୍ୟାରିସ,୧୮।୬(ପିଟି)- ପୂର୍ବତନ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ ମୁଖ୍ୟ ମାଇକେଲ ପ୍ଲାଟିନିଙ୍କୁ ଫ୍ରାନ୍ସ ପୋଲିସ ଗିରଫ କରିବା ସହ କାତାରରେ ହେବାକୁ ଯାଉଥିବା ପରବର୍ତ୍ତୀ ଫିଫା ବିଶ୍ୱକପ୍‌...

ଏହି ଅଭିନେତ୍ରୀଙ୍କ ଫଟୋରେ କମେଣ୍ଟ ଦେଇ ଫସିଲେ କ୍ରିକେଟର୍‌ ଲୋକେଶ ରାହୁଲ

ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ କେଏଲ୍‌ ରାହୁଲ ପଞ୍ଜାବୀ ଅଭିନେତ୍ରୀ ତଥା ମଡେଲ ସୋନମ ବାଜଓ୍ବାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାହୁଲ ସୋନମଙ୍କ ଏକ ଫଟୋ କମେଣ୍ଟ...

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- କେରଳ ମ୍ୟାଚ୍‌ ଡ୍ର

ଭାସ୍କୋ,୧୬।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଇଷ୍ଟ ବେଙ୍ଗଲ୍‌ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା...

ନିସର୍ଗ କ୍ଷତିଗ୍ରସ୍ତଙ୍କୁ ଘର ତିଆରି କରିବାରେ ସହାୟତା କଲେ ଏହି ଭାରତୀୟ କ୍ରିକେଟର୍‌

ମୁମ୍ବାଇ, ୧୮।୬- ଚଳିତ ମାସ ପ୍ରାରମ୍ଭରେ ଘୂର୍ଣ୍ଣିଝଡ଼ ‘ନିସର୍ଗ’ ଯୋଗୁ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ରାଇଗଡ଼ ଜିଲାର ସମୁଦ୍ର କୂଳିଆ ଅଞ୍ଚଳ...

ଜାତୀୟ ସବ୍‌ଜୁନିୟର ମହିଳା ହକି: ଓଡ଼ିଶାର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୧।୩(କ୍ରୀଡ଼ା ପ୍ରତିନିଧି)- ଝାଡ଼ଖଣ୍ଡର ସିମ୍‌ଡେଗାରେ ବୁଧବାର ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ଓଡ଼ିଶା ବୃହତ୍‌ ବିଜୟ ସହ...

ଆଇପିଏଲ୍‌- ୧୪: ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ନୂଆଦିଲ୍ଲୀ,୨୮।୪(ପି.ଟି.): ରିଦିମ୍‌କୁ ଫେରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ...

Advertisement
Archives

Model This Week