Posted inଜାତୀୟ

ରାଶନ ହେରଫେର କରି ଫିଲ୍ମ ନିର୍ମାଣ, ଇଡି ସ୍କାନରରେ ବଲିଉଡ-ଟଲିଉଡ ଅଭିନେତ୍ରୀ ଅଭିନେତା…

କୋଲକାତା,୩୦।୧୦ : ପଶ୍ଚିମବଙ୍ଗରେ ଚାଲିଥିବା ରାଶନ ସ୍କାମର ଯାଞ୍ଚ ବର୍ତ୍ତମାନ ଟଲିଉଡରୁ ବଲିଉଡ ପର୍ଯ୍ୟନ୍ତ ପହଞ୍ଚିଛି। ୨୦୧୪ରେ ମୁକ୍ତିଲାଭ କରିଥିବା ମୈଗ୍ରୋବ ନାମକ ଏକ ବଙ୍ଗଳା ଚଳଚ୍ଚିତ୍ରରେ ବଲିଉଡର ପ୍ରସିଦ୍ଧ ଆଇଟମ ଅଭିନେତ୍ରୀ ରାଖୀ ସାୱନ୍ତ ଏକ ଆଇଟମ ଡ୍ୟାନ୍ସ କରିଥିବାବେଳେ ଶିକ୍ଷକ ସ୍କାମରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଜେଲରେ ଥିବା ତାଙ୍କ ସହକର୍ମୀ ଅର୍ପିତା ମୁଖାର୍ଜୀ ମୁଖ୍ୟ ଭୂମିକାରେ ନାୟିକା ଭାବେ ଅଭିନୟ କରିଥିଲେ।

ଏହା ମଧ୍ୟ କୁହାଯାଉଛି ଏହି ଚଳଚ୍ଚିତ୍ରରେ କୋଲକାତା ଏବଂ ମୁମ୍ବାଇର ସଂଗୀତଜ୍ଞମାନେ କଣ୍ଠଦାନ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ମାତା ବକିବୁର ରେହମାନ ରାଶନ ସ୍କାମ ମାମଲାରେ ଜଡିତ ଅଛନ୍ତି। ଖୋଲା ବଜାରରେ ସରକାରୀ ରାଶନ ବିକ୍ରୟ କରି ରେହମାନ ବହୁ ସମ୍ପତ୍ତି ରୋଜଗାର କରିଥିବା ଅଭିଯୋଗ ହୋଇଛି। ବକିବୁର ଚଳଚ୍ଚିତ୍ର ବ୍ୟତୀତ ହୋଟେଲ, ରେଷ୍ଟୁରାଣ୍ଟ, ଚାଉଳ ମିଲ ସମେତ ଅନ୍ୟାନ୍ୟ ବ୍ୟବସାୟରେ ରାଶନ ସ୍କାମରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏସବୁ ଉପରେ ଇଡି ନଜର ରଖିଛି।

ପଶ୍ଚିମବଙ୍ଗର ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କୁ ଇଡି ଗିରଫ କରିଛି । ବକିବୁରଙ୍କର  ସମ୍ପତ୍ତି ଉପରେ ଚାଲିଥିବା ଅନୁସନ୍ଧାନ ବେଳେ ପଶ୍ଚିମବଙ୍ଗର ପୂର୍ବତନ ଖାଦ୍ୟ ମନ୍ତ୍ରୀ ତଥା ବର୍ତ୍ତମାନର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ ମଧ୍ୟ ଇଡି ରାଡାରରେ ଆସିଥିଲେ ଏବଂ ୨୭ ଅକ୍ଟୋବର ଇଡି ଦଳ ତାଙ୍କୁ ୨୧ ଘଣ୍ଟା ଧରି ମାରାଥନ ପଚରାଉଚରା କରିଥିଲେ। ଜ୍ୟୋତିପ୍ରିୟାଙ୍କୁ ଗିରଫ କରାଯାଇଥିଲା । ଜ୍ୟୋତିପ୍ରିୟା ବର୍ତ୍ତମାନ ଦଶ ଦିନ ପାଇଁ ଇଡି ହେପାଜତରେ ଅଛନ୍ତି। ତାଙ୍କ ଶାସନ କାଳରେ ଘଟିଥିବା ରାଶନ ସ୍କାମ ମାମଲାରେ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବାକୁ ଇଡି ଚେଷ୍ଟା କରୁଛି।

ଏହି ମାମଲାରେ ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ପଚରାଉଚରା ପାଇଁ ଇଡି ମଧ୍ୟ ଡକାଇପାରେ। ଏହା ବ୍ୟତୀତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅନ୍ୟ ଲୋକଙ୍କୁ ମଧ୍ୟ ପଚରାଉଚରା ହେବାର ସମ୍ଭାବନା ରହିଛି, ଯାହାଫଳରେ ଫିଲ୍ମଟି କେତେ ବଜେଟରେ ନିର୍ମିତ ହୋଇଛି ଏବଂ ଫିଲ୍ମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଜଣା ପଡିବ।

ଇଡି ଅନୁସନ୍ଧାନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଟଲିଉଡରୁ ବଲିଉଡକୁ ନେଇ ଉତ୍ତେଜନା ଦେଖାଦେଇଛି। ଏନେଇ ରାଜ୍ୟରେ ବହୁ ନେତା ଓ ମନ୍ତ୍ରୀଙ୍କ ନିଦ ହଜି ଯାଇଛି। ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଗିରଫ ପରେ ଅନେକ ସରକାରୀ କର୍ମଚାରୀଙ୍କ ଚିନ୍ତା ବଢ଼ିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?