କ୍ୱାର୍ଟର୍ସ ଦୁଆର ମାଡୁନାହାନ୍ତି ବନରକ୍ଷୀ

ନୂଆଗାଁ,୩୦।୧୦ (ଧନେଶ୍ୱର ସାହୁ): ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ସ ରହିଛି। ନିଜ କାର୍ଯ୍ୟକ୍ଷେତ୍ର ନିକଟରେ ସରକାରୀ କର୍ମଚାରୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ କେତେଜଣ କର୍ମଚାରୀ ଏହାର ଫାଇଦା ନେବା ବଦଳରେ ସେହି କ୍ୱାର୍ଟର୍ସର ଦୁଆର ମାଡ଼ୁ ନାହାନ୍ତି ।ଏହାକୁ ନେଇ ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲିଠାରେ ଥିବା ମକରାପଲି ବନରକ୍ଷୀଙ୍କ କ୍ୱାର୍ଟର୍ସକୁ ନେଇ ବିବାଦ ଆରମ୍ଭ ହୋଇଛି । କ୍ୱାର୍ଟର୍ସ ନିର୍ମାଣ କରାଯାଇଥିଲେ ମଧ୍ୟ ବନରକ୍ଷୀ କ୍ୱାର୍ଟର୍ସରେ ରହୁ ନ ଥିବା ଅଭିଯୋଗ ହେଉଛି।
ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଓ ଓଡ଼ଗାଁ ବନାଞ୍ଚଳକୁ ଲାଗି ରହିଛି ଗଞ୍ଜାମ ଜିଲା ସୀମା । ନୂଆଗାଁ ବ୍ଲକ କାପ୍ତାପଲି ପଞ୍ଚାୟତ ଓ ଓଡ଼ଗାଁ ବନାଞ୍ଚଳ ଅଧୀନରେ ଥିବା ମକରାପଲିକୁ ଘେରି ରହିଛି ବିଶାଳ ଘଞ୍ଚ ଜଙ୍ଗଲ । ସେହି ଜଙ୍ଗଲରେ ପୂରି ରହିଛି ଶାଳ, ପିଆଶାଳ, କୁରୁମ, ଶିଶୁ ଭଳି ଅନେକ ମୂଲ୍ୟବାନ ଗଛ । ସେଗୁଡିକର ସୁରକ୍ଷା ପାଇଁ ବାହାଡାଝୋଲା ଫରେଷ୍ଟ ସେକ୍ସନ ଅଧୀନରେ ମକରାପଲି ବନରକ୍ଷୀଙ୍କୁ ନିୟୋଜିତ କରାଯାଇଛି । ତେଣୁ ଜଙ୍ଗଲକୁ ସୁରକ୍ଷା ଦେବା ସୁବିଧା ଦୃଷ୍ଟିରୁ ମକରାପଲି ବନରକ୍ଷୀଙ୍କ ନିମନ୍ତେ ମହିପୁର ବନାଞ୍ଚଳ ଗୁମୀ ଫରେଷ୍ଟ ସେକ୍ସନର କାପ୍ତାପଲି ବନରକ୍ଷୀ କ୍ୱାର୍ଟର୍ସ ପରିସରରେ ୨୦୨୧-୨୨ ଆର୍ଥତ୍କ ବର୍ଷରେ କାମ୍ପା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ କ୍ୱାର୍ଟର୍ସ ନିର୍ମାଣ କରାଯାଇଛି । ଉକ୍ତ କ୍ୱାର୍ଟର୍ସକୁ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ଓଡ଼ଗାଁ ରେଞ୍ଜର ନିଖିଲେଶ ମଲିକ ୨୦୨୩ ଏପ୍ରିଲ ୧୩ରେ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନକୁ ୬ ମାସ ବିତି ଯାଇଥିଲେ ମଧ୍ୟ ବନରକ୍ଷୀ ସେଠାରେ ରହିବା ତ ଦୂରର କଥା ଉକ୍ତ କ୍ୱାର୍ଟର୍ସ ଦୁଆର ମାଡି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମକରାପଲି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନରକ୍ଷୀ ବାହାଡାଝୋଲାଠାରେ ରହୁଥିବାରୁ ଏହାର ସୁଯୋଗ ନେଇ କାଠ ଚୋରା ଚାଲାଣକାରୀ ଓ ଶିକାରୀମାନେ ଅବାଧରେ ଜଙ୍ଗଲ ଲୁଟୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଅଧିକାଂଶ ସମୟରେ ମୂଲ୍ୟବାନ କାଠ ଓ ବନ୍ୟଜନ୍ତୁ ମାଂସ ବାହାଡାଝୋଲା ଆଖପାଖ ଅଞ୍ଚଳ ଓ ଗଞ୍ଜାମ ଜିଲାକୁ ରପ୍ତାନି ହେଉଥିବା ଅଭିଯୋଗ ହେଉଛି ।
ଏ ସଂକ୍ରାନ୍ତରେ ମକରାପଲି ବନରକ୍ଷୀ ସୁନୀଲ କୁମାର ନାୟକଙ୍କୁ ପଚାରିିବାରେ ସେ କ୍ୱାର୍ଟର୍ସରେ ରହୁ ନ ଥିବା ସ୍ବୀକାର କରିବା ସହ ଯେଉଁଠାରେ କ୍ୱାର୍ଟର୍ସ ନିର୍ମାଣ କରାଯାଇଛି ସେଠାରେ ମୋବାଇଲ ନେଟଓ୍ବର୍କ ନାହିଁ । ତା’ଛଡା ବାହାଡାଝୋଲାରେ ରହିଲେ ମୁଁ ଠିକ୍‌ ଭାବେ ନିଜ ଦାୟିତ୍ୱ ତୁଲାଇ ପାରୁଛି ବୋଲି କହିଛନ୍ତି। ମୁଁ ଏଠାରେ ନୂଆ କରି ଯୋଗ ଦେଇଛି । ଏ ବାବଦରେ ବନରକ୍ଷୀଙ୍କୁ ପଚାରି ବୁଝିବି ବୋଲି କହିଛନ୍ତି ବାହାଡାଝୋଲା ଫରେଷ୍ଟର ମନୋଜ କୁମାର ସେଠୀ । ନୟାଗଡ଼ ଡିଏଫ୍‌ଓ ଷଡ଼ଙ୍ଗୀ ଓ ଓଡ଼ଗାଁ ରେଞ୍ଜର ନିଖିଲେଶ ମଲିକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଡିଏଫ୍‌ଓଙ୍କୁ ମେସେଜ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ପ୍ରତ୍ୟୁତ୍ତର ମିଳି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ସ୍ଥାନିତ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?