ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାଁରେ ରାଶନ କାର୍ଡ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି। ଏମିତି କି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍‌ ରାଇଟ୍‌ସରେ ଜମି ପଟ୍ଟା ହାତେଇବା ପାଇଁ ଏହି କାର୍ଡ ବ୍ୟବହାର କରାଯାଇଛି। ମାଲକାନଗିରି ଡେପୁଟି କଲେକ୍ଟର ଲଳିତ ମଣ୍ଡଲଙ୍କ ସ୍ତ୍ରୀ ବିନୋତାରାନି ମଣ୍ଡଲଙ୍କ ନାଁରେ ରାଶନ କାର୍ଡ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ପୌର ପରିଷଦ ପକ୍ଷରୁ ନୋଟିସ କରାଯାଇଛି।
ସୂଚନାଯୋଗ୍ୟ, ଯେଉଁ ବ୍ୟକ୍ତି ଦୀର୍ଘ ବର୍ଷ ଧରି ସରକାରୀ ଜାଗାରେ ରହି ଆସୁଛନ୍ତି ତାଙ୍କୁ ସରକାରୀ ନିୟମ ଅନୁଯାୟୀ ମ୍ୟୁନିସିପାଲିଟି ଲ୍ୟାଣ୍ଡ ରାଇଟ୍‌ସରେ ଜମି ପଟ୍ଟା ପ୍ରଦାନ କରାଯିବ। ତେବେ ଏହି ପଟ୍ଟା ପାଇଁ ରାଶନ କାର୍ଡଧାରୀ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବାବେଳେ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡ଼ିବ। ମାଲକାନଗିରି ଡେପୁଟି କଲେକ୍ଟରଙ୍କ ସ୍ତ୍ରୀଙ୍କ ନାଁରେ ଡିଏନ୍‌କେ ସହରାଞ୍ଚଳ ବସ୍ତିରେ ଏକ ଜାଗା ରହିଛି। ୨୦୨୦ରେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ ନିମନ୍ତେ ନିୟମ ହେବାପରେ ସର୍ଭେ କରାଯାଇଥିଲା। ଏହି ସମୟରେ ବିନୋତାରାନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ପଟ୍ଟା ପ୍ରଦାନବେଳେ ପୌର ପରିଷଦ ପକ୍ଷରୁ ରାଶନ କାର୍ଡ ମଗଯିବାରୁ ବିନୋତାରାନି ତାହା ଦାଖଲ କରିଥିଲେ। ଉକ୍ତ ସମୟରେ ସେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ଥିବା ସତ୍ତ୍ୱେ ଅଧିକ ଖଜଣା ପଇରୁ ବର୍ତ୍ତିବା ଲାଗି ରାଶନ କାର୍ଡ ଦେଇଥିଲେ। ତେବେ ରାଶନ କାର୍ଡରେ ସ୍ବାମୀଙ୍କ ନାମ ନ ରହି ବାପାଙ୍କ ନାଁ ଉଲ୍ଲେଖ ଥିବାରୁ ତାଙ୍କ ପରିଚୟ ସାମ୍ନାକୁ ଆସି ନ ଥିଲା। ଫଳରେ ବିନୋତାରାନିଙ୍କୁ ସ୍ବଳ୍ପ ଖଜଣାରେ ପଟ୍ଟା ମିଳିଥିଲା। ପରବର୍ତ୍ତୀ ସମୟରେ ସେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ନୋଟିସ କରାଯାଇଛି। ଏ ନେଇ ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀଙ୍କୁ ପଚାରିବାରୁ ସେ କହିଛନ୍ତି, ବିନୋତାରାନି ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିବା ପରେ ତାଙ୍କ ନାମରେ ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଇଛି। ସେହିପରି ଏ ବିଷୟରେ ଡେପୁଟି କଲେକ୍ଟର ଲଳିତ ମଣ୍ଡଲଙ୍କୁ ପଚାରିବାରୁ ସେ କହିଛନ୍ତି, ବିବାହ ପୂର୍ବରୁ ଶ୍ୱଶୁରଙ୍କ ନାଁରେ ରାଶନ କାର୍ଡ ଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁଯାୟୀ ବସ୍ତିବାସିନ୍ଦାଙ୍କ ସର୍ଭେ ସମୟରେ ସ୍ତ୍ରୀଙ୍କ ନାମରେ ପଟ୍ଟା ହୋଇଛି। ତେବେ ସ୍ତ୍ରୀଙ୍କୁ କରାଯାଇଥିବା ନୋଟିସ ବିଷୟରେ ଅଧିକ କିଛି ଜାଣି ନ ଥିବା ସେ କହିଛନ୍ତି। ମାଲକାନଗିରିରେ ଏମିତି ଆଉ କେତେଜଣ ସରକାରୀ ପଦବୀରେ ଥିବା ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ରାଶନ କାର୍ଡ ରହିଛି ତାହାର ତଦନ୍ତ ନିମନ୍ତେ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଟଗାଁ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧।୧୨(ଅସମାପିକା ସାହୁ): କେନ୍ଦୁଝର ଜିଲା ଘଟଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ...

ଟ୍ରକକୁ ପଛରୁ ପିଟିଲା କାର: ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

ଭଦ୍ରକ,୧।୧୨(ସନାତନ ରାଉତ)- ଭଦ୍ରକ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି l...

ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ...

କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।...

୨୦ ବର୍ଷରେ ଏଡ୍‌ସରେ ଗଲାଣି ୨୮୮ ଜୀବନ

ଭଦ୍ରକ,୧ା୧୨(ସନାତନ ରାଉତ):ଡିସେମ୍ବର ୧ ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏଡ୍‌ସ ର ମୂଳୋତ୍ପାଟନ ହୋଇପାରୁନାହିଁ।...

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ

ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri