ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାଁରେ ରାଶନ କାର୍ଡ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି। ଏମିତି କି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍‌ ରାଇଟ୍‌ସରେ ଜମି ପଟ୍ଟା ହାତେଇବା ପାଇଁ ଏହି କାର୍ଡ ବ୍ୟବହାର କରାଯାଇଛି। ମାଲକାନଗିରି ଡେପୁଟି କଲେକ୍ଟର ଲଳିତ ମଣ୍ଡଲଙ୍କ ସ୍ତ୍ରୀ ବିନୋତାରାନି ମଣ୍ଡଲଙ୍କ ନାଁରେ ରାଶନ କାର୍ଡ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ପୌର ପରିଷଦ ପକ୍ଷରୁ ନୋଟିସ କରାଯାଇଛି।
ସୂଚନାଯୋଗ୍ୟ, ଯେଉଁ ବ୍ୟକ୍ତି ଦୀର୍ଘ ବର୍ଷ ଧରି ସରକାରୀ ଜାଗାରେ ରହି ଆସୁଛନ୍ତି ତାଙ୍କୁ ସରକାରୀ ନିୟମ ଅନୁଯାୟୀ ମ୍ୟୁନିସିପାଲିଟି ଲ୍ୟାଣ୍ଡ ରାଇଟ୍‌ସରେ ଜମି ପଟ୍ଟା ପ୍ରଦାନ କରାଯିବ। ତେବେ ଏହି ପଟ୍ଟା ପାଇଁ ରାଶନ କାର୍ଡଧାରୀ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବାବେଳେ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡ଼ିବ। ମାଲକାନଗିରି ଡେପୁଟି କଲେକ୍ଟରଙ୍କ ସ୍ତ୍ରୀଙ୍କ ନାଁରେ ଡିଏନ୍‌କେ ସହରାଞ୍ଚଳ ବସ୍ତିରେ ଏକ ଜାଗା ରହିଛି। ୨୦୨୦ରେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ ନିମନ୍ତେ ନିୟମ ହେବାପରେ ସର୍ଭେ କରାଯାଇଥିଲା। ଏହି ସମୟରେ ବିନୋତାରାନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ପଟ୍ଟା ପ୍ରଦାନବେଳେ ପୌର ପରିଷଦ ପକ୍ଷରୁ ରାଶନ କାର୍ଡ ମଗଯିବାରୁ ବିନୋତାରାନି ତାହା ଦାଖଲ କରିଥିଲେ। ଉକ୍ତ ସମୟରେ ସେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ଥିବା ସତ୍ତ୍ୱେ ଅଧିକ ଖଜଣା ପଇରୁ ବର୍ତ୍ତିବା ଲାଗି ରାଶନ କାର୍ଡ ଦେଇଥିଲେ। ତେବେ ରାଶନ କାର୍ଡରେ ସ୍ବାମୀଙ୍କ ନାମ ନ ରହି ବାପାଙ୍କ ନାଁ ଉଲ୍ଲେଖ ଥିବାରୁ ତାଙ୍କ ପରିଚୟ ସାମ୍ନାକୁ ଆସି ନ ଥିଲା। ଫଳରେ ବିନୋତାରାନିଙ୍କୁ ସ୍ବଳ୍ପ ଖଜଣାରେ ପଟ୍ଟା ମିଳିଥିଲା। ପରବର୍ତ୍ତୀ ସମୟରେ ସେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ନୋଟିସ କରାଯାଇଛି। ଏ ନେଇ ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀଙ୍କୁ ପଚାରିବାରୁ ସେ କହିଛନ୍ତି, ବିନୋତାରାନି ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିବା ପରେ ତାଙ୍କ ନାମରେ ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଇଛି। ସେହିପରି ଏ ବିଷୟରେ ଡେପୁଟି କଲେକ୍ଟର ଲଳିତ ମଣ୍ଡଲଙ୍କୁ ପଚାରିବାରୁ ସେ କହିଛନ୍ତି, ବିବାହ ପୂର୍ବରୁ ଶ୍ୱଶୁରଙ୍କ ନାଁରେ ରାଶନ କାର୍ଡ ଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁଯାୟୀ ବସ୍ତିବାସିନ୍ଦାଙ୍କ ସର୍ଭେ ସମୟରେ ସ୍ତ୍ରୀଙ୍କ ନାମରେ ପଟ୍ଟା ହୋଇଛି। ତେବେ ସ୍ତ୍ରୀଙ୍କୁ କରାଯାଇଥିବା ନୋଟିସ ବିଷୟରେ ଅଧିକ କିଛି ଜାଣି ନ ଥିବା ସେ କହିଛନ୍ତି। ମାଲକାନଗିରିରେ ଏମିତି ଆଉ କେତେଜଣ ସରକାରୀ ପଦବୀରେ ଥିବା ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ରାଶନ କାର୍ଡ ରହିଛି ତାହାର ତଦନ୍ତ ନିମନ୍ତେ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?