ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ ଝିଅର ଶରୀରରେ ମାତ୍ରାଧିକ ହରମୋନ ନିର୍ଗତ ହେଉଥିଲା। ତାହା ରୋକିବା ପାଇଁ ଉଭୟପଟ କିଡନୀ ଉପରେ ରହିଥିବା ଆଡ୍ରେନାଲ ଗ୍ରନ୍ଥିକୁ ଅସ୍ତ୍ରୋପଚାର ପରେ ବାହାର କରାଯାଇଛି। ଏଭଳି ଅସ୍ତ୍ରୋପଚାର ଏମ୍‌କେସିଜିରେ ପ୍ରଥମ ବୋଲି ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲା ରମ୍ଭା ନିକଟସ୍ଥ ଖଣ୍ଡଦେଉଳି ଗାଁର ୯ବର୍ଷୀୟା ଝିଅ ମାତ୍ରାଧିକ ଓଜନ ଓ ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇଥିଲେ। ତାଙ୍କୁ ଗତ ୪ ତାରିଖରେ ଏମକେସିଜି ଏଣ୍ଡୋକ୍ରନୋଲାଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ପ୍ରଫେସର ଡା. ପି. ରବି କୁମାରଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ପ୍ରକାର ପରୀକ୍ଷା କରି ରୋଗ ଚିହ୍ନଟ କରିଥିଲେ। ରୋଗୀ ଜଣଙ୍କ ‘ପ୍ରାଇମେରୀ ପିଗମେଣ୍ଟେଡ ନୋଡୁଲାର୍‌ ଆଡ୍ରେନାଲ’ ନାମକ ବିରଳ ଜେନେଟିକ ରୋଗରେ ପୀଡିତ ଥିବା ଜଣାପଡିଥିଲା। ଏହି ରୋଗ ହେଲେ କିଡନୀ ଉପରେ ଥିବା ଉଭୟ ଆଡ୍ରେନାଲ ଗ୍ରନ୍ଥିରୁ ମାତ୍ରାଧିକ ହରମୋନ ନିର୍ଗତ ହୋଇଥାଏ। ଏହାର ଶୀଘ୍ର ଚିକିତ୍ସା କରା ନ ଗଲେ ହୃଦରୋଗ ଏବଂ ଷ୍ଟ୍ରୋକ ହେବା ଆଶଙ୍କା ରହିଥାଏ ବୋଲି ପ୍ରଫେସର ଡା. ରବି କୁମାର କହିଛନ୍ତି। ତେଣୁ ଅସ୍ତ୍ରୋପଚାର ପରେ ଉଭୟ ପାର୍ଶ୍ୱର ଆଡ୍ରେନାଲ ଗ୍ରନ୍ଥି ବାହାର କରାଯାଇଛି। ଏହାପରେ ରୋଗୀଙ୍କୁ ସାରା ଜୀବନ କମ ଡୋଜର ଷ୍ଟେରଏଡ ଦିଆଯିବ।
ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର ୋଇଥିବା ବେଳେ ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ ସହାୟତା କରିଥିଲେ। ଏଣ୍ଡୋକ୍ରନୋଲୋଜି ବିଭାଗର ପ୍ରଫେସର ଡା. ରବି କୁମାର, ଶିଶୁରୋଗ ସର୍ଜରି ବିଭାଗର ଡା. ମାନସ ରଞ୍ଜନ ଦାଶ, ପ୍ରଫେସର ବେଣୁଧର ପାଣିଗ୍ରାହୀ, ପ୍ରଫେସର ଜ୍ଞାନ ପ୍ରକାଶ ସିଂ ପ୍ରମୁଖ ଅସ୍ତ୍ରୋପଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?