Posted inଜାତୀୟ

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର ୧ରୁ ୨ ମିନିଟ୍‌ର ଇନ୍ଧନ ଥିଲା ବୋଲି ଦିଲ୍ଲୀର ଜଣେ ପୋଲିସ ଅଧିକାରୀ କହିଛନ୍ତି। ତେବେ ଏୟାରଲାଇନ୍ସ ଉକ୍ତ ଖବରକୁ ଖଣ୍ଡନ କରି ବିମାନରେ ଯଥେଷ୍ଟ ତେଲ ଥିଲା ବୋଲି କହିଛି। ଦିଲ୍ଲୀ ପୋଲିସ ଡିସିପି ସତୀଶ କୁମାର ଏକ୍ସ’ରେ କରିଥିବା ଏକ ପୋଷ୍ଟରେ ଅଯୋଧ୍ୟାରୁ ଦିଲ୍ଲୀ ଯାତ୍ରାର ଦୁଃଖଦ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ୬ଇ ୨୭୦୨ ବିମାନଟି ଅପରାହ୍ନ ୩.୨୫ରେ ଅଯୋଧ୍ୟା ଛାଡ଼ି ୪ଟା ୩୦ରେ ଦିଲ୍ଲୀରେ ପହଞ୍ଚତ୍ବାର ଥିଲା। ତେବେ ଦିଲ୍ଲୀ ବିମାନବନ୍ଦରଠାରେ ପାଗ ଖରାପ ଏବଂ ବିମାନରେ ୪୫ ମିନିଟ୍‌ ପାଇଁ ଇନ୍ଧନ ଥିବା ପାଇଲଟ୍‌ ୪ଟା ୧୫ ସମୟରେ ଘୋଷଣା କରିଥିଲେ। ଇତିମଧ୍ୟରେ ସେ ଦୁଇଥର ଅବତରଣ ଉଦ୍ୟମ କରି ବିଫଳ ହୋଇଥିଲେ। ଘୋଷଣାର ୭୫ ମିନିଟ ପରେ ଅପରାହ୍ନ ୫ଟା ୩୦ରେ ବିମାନକୁ ଚଣ୍ଡିଗଡ଼ରେ ଅବତରଣ ଉଦ୍ୟମ କରାଯାଉଥିବା କୁହାଯାଇଥିଲା। ଶେଷରେ ୬ଟା ୧୦ ମିନିଟରେ ଏହା ଚଣ୍ଡିଗଡ଼ରେ ଅବତରଣ କରିଥିଲା। ସେତେବେଳକୁ ବିମାନରେ ମାତ୍ର ୧ ବା ୨ ମିନିଟ୍‌ର ଇନ୍ଧନ ଥିଲା ବୋଲି ଜଣେ କ୍ରିଉ ସଦସ୍ୟଙ୍କଠାରୁ ଜାଣିବାକୁ ପାଇଥିବା କୁମାର କହିଛନ୍ତି। ଉକ୍ତ ପୋଷ୍ଟରେ ଡିଜିସିଏ, ବିମାନ ଚଳାଚଳ ମନ୍ତ୍ରଣାଳୟ, ଦିଲ୍ଲୀ ଏୟାରପୋର୍ଟ ଏବଂ ଇଣ୍ଡିଗୋକୁ ଟ୍ୟାଗ୍‌ କରାଯାଇଛି। ସବୁ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁପାଳନ ହୋଇଥିଲା ନା ଏହା ଅଳ୍ପକେ ବର୍ତ୍ତିଗଲା, ତଦନ୍ତ କରାଯାଉ ବୋଲି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?