ଗାଡ଼ିରେ ଡାକି ନେଇ ମହିଳାଙ୍କୁ ଗଣବଳାତ୍କାର

ବାରିପଦା ଅଫିସ, ୧୬ା୧୦: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ୨ଜଣ ଯୁବକ ନଦୀକୂଳକୁ ନେଇ ଗଣବଳାତ୍କାର କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦମକଳବାହିନୀ ଯୋଗେ ଶୁକୃଳୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହେଉଛି। ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଘଟଣାସ୍ଥଳରେ ପୂର୍ବାଞ୍ଚଳ ଡିଆଇଜି ହିମାଂଶୁ କୁମାର ଲାଲ୍‌, ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ, ଆଇଆଇସି ଦୟାନିଧି ଦାସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ। ଏନେଇ ଥାନାରେ ଏକ ମାମଲା (ନଂ.୧୩୩/୨୧) ରୁଜୁ କରାଯାଇଛି।
ଶୁକ୍ରବାର ସନ୍ଧ୍ୟାରେ ସମ୍ପୃକ୍ତ ମହିଳା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହିଥିଲେ ା ମହିଳା ଜଣକ ବାଇକ୍‌ରେ ବସିବା ପରେ ସେମାନେ ତାଙ୍କୁ ଶୁକୃଳି-ରରୁଆଁ ରାସ୍ତାର ଭଣ୍ଡନ ନଦୀକୂଳକୁ ନେଇଯାଇଥିଲେ। ସେଠାରେ ବଳାତ୍କାର କରିବା ପରେ ମୁର୍ମୂଷୁ ଅବସ୍ଥାରେ ମହିଳାଙ୍କୁ ଛାଡି ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାମିନରେ ମୁକୁଳିଲେ ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୨୭।୭: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ...

ଫେଲ୍‌ ମାରୁଛି ସବୁ ଚେଷ୍ଟା

ଭୁବନେଶ୍ୱର,୧୬।୫: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ହେଲେ ସଂକ୍ରମଣ କମୁନାହିଁ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ...

ଜଗତ୍‌ସିଂହପୁର ଜିଲା ମହୋତ୍ସବ ବାତିଲ

ଜଗତ୍‌ସିଂହପୁର ଅଫିସ, ୧୮ା୩: ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ-୨୦୨୦ ଅନୁଷ୍ଠିତ ହେବାର ଥିଲା। ଏନେଇ ୨ଥର ପ୍ରସ୍ତୁତି ବୈଠକ...

ଦର୍ଶକଙ୍କ ମନ ମୋହିଲା ସୌରିନ, ଶୁଭାଶିଷଙ୍କ ସଙ୍ଗୀତ

ଖଇରା, ୧୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁଣ୍ଢିରାଠାରେ ଗୁରୁବାର ସନ୍ଧ୍ୟାରେ ବାରପଡ଼ା ସୁଣ୍ଢିରା ଦୋଳ ମହୋତ୍ସବ ନୃତ୍ୟଗୀତର ତାଳେ ତାଳେ ଉଦ୍‌ଘାଟିତ ହୋଇଯାଇଛି...

ପୁରୀରେ ପହଞ୍ଚିଲା ରଥ କାଠ

ନୟାଗଡ଼ ଅଫିସ/ଦଶପଲ୍ଲା,୧୨।୨: ଶୁକ୍ରବାର ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୪୯ଖଣ୍ଡ ରଥ କାଠ ୨ଟି ଟ୍ରକରେ ପୁରୀ ପହଞ୍ଚିଛି। ଦଶପଲ୍ଲାର ପ୍ରସିଦ୍ଧ ମହାବୀର ମନ୍ଦିର ସମ୍ମୁଖରେ...

ଜୁଲାଇ ଆରମ୍ଭରୁ କରୋନାର କରାଳ ରୂପ: ୭ ଦିନରେ ଚିହ୍ନଟ ହେଲେଣି ୩ହଜାରରୁ ଅଧିକ ଆକ୍ରାନ୍ତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇ ପ୍ରଥମ ସପ୍ତାହ ଅର୍ଥାତ୍‌ ୭ ଦିନ...

ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କଲା ବିଏମ୍‌ସି

ଭୁବନେଶ୍ୱର,୧୪।୨ (ବ୍ୟୁରୋ)ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ନିମନ୍ତେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସାମାଜିକ କର୍ମୀ, ଟ୍ରଷ୍ଟ ଏବଂ ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ...

ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ସ୍ବାଧୀନ ପ୍ରାର୍ଥୀଙ୍କ ସହ ସର୍ବଦଳୀୟ କମିଟିର ଆଲୋଚନା

କୋରାପୁଟ,୨୩ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗୀ ବ୍ଳକ ଅଧୀନ ଜିଲା ପରିଷଦ ଜୋନ -୧ରେ ଯାଉଥିବା କୋଟିଆ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ୨ଜଣ...

Advertisement
Archives

Model This Week