Posted inଖେଳ

ସ୍ନୋ ସ୍କି ରେସ୍‌ରେ ଭାଗନେବେ ରଞ୍ଜିତା

ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ସ୍କି ଫେଡେରେଶନ ଆନୁକୂଲ୍ୟରେ ସର୍ବିୟାର ଜ୍ଲାଟିବର-ଟର୍ନିକଠାରେ ସିଗୋଟା କପ୍‌ ଓ ବୋସନିଆଠାରେ ଜାହୋରିନା କପ୍‌ ଅନ୍ତର୍ଜାତୀୟ ସ୍ନୋ ସ୍କି ଚାମ୍ପିୟନଶିପ୍‌ ଆସନ୍ତା ମାସରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଆଲ୍‌ପାଇନ୍‌ ସ୍କି ବିଭାଗରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ସ୍ନୋ ଗର୍ଲ’ ରଞ୍ଜିତା ବେହେରା ଭାରତ ପକ୍ଷରୁ ମନୋନୀତ ହୋଇଛନ୍ତି। ବରଫବିହୀନ ରାଜ୍ୟ ହୋଇଥିଲେ ହେଁ ‘ସ୍ନୋ ସ୍ପୋଟର୍‌ସ’ ଜଗତରେ ଓଡ଼ିଶାକୁ ପରିଚିତ କରାଇଥିବା ରଞ୍ଜିତା ଆଗାମୀ ପ୍ରତିଯୋଗିତା ପୂର୍ବରୁ ରାଜଭବନଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରଞ୍ଜିତାଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ରାଜ୍ୟର ଗୌରବ ବଢ଼ାଇବା ପାଇଁ ଆଶୀର୍ବାଦ କରିଛନ୍ତି।
ଅନ୍ତର୍ଜାଜୀୟ ରେସ୍‌ରେ ଭାଗନେବା ପୂର୍ବରୁ ରଞ୍ଜିତା ଚଳିତ ମାସ ୨୦ରୁ ୟୁରୋପ ଆଲ୍ପସର କୋପାଓନିକ ରେଞ୍ଜ୍‌ର ସ୍କି ସ୍କୁଲରେ ଉଚ୍ଚତର ତାଲିମ ନେବାକୁ ବିଦେଶ ଯାତ୍ରା କରିବେ। ବ୍ୟୟବହୁଳ ତାଲିମ ପାଇଁ ଭାରତୀୟ ଜୀବନବୀମା ନିଗମ, ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ଏଲ୍‌ଆଇସି ହାଉସିଂ ଫାଇନାନ୍ସ ନିଗମ ଏବଂ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ରଞ୍ଜିତା କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଦେଶରେ ତାଲିମ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହନ ରାଶି ପର୍ଯ୍ୟାପ୍ତ ନ ଥିବାରୁ ମୁଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ନିକଟରେ ସହାୟତା ପାଇଁ ଅନୁରୋଧ କରିଛି। ଆର୍ଥିକ ସହାୟତା ତଥା ସରକାରୀ ପ୍ରୋତ୍ସାହନ ନ ମିଳିଲେ ବିଦେଶରେ ତାଲିମନେବା ଅସମ୍ଭବ ହୋଇପଡ଼ିବ ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ପାଲିକେଲ,୪।୯- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୨ଟି ବଲ୍‌ ଥାଇ ୪ ଉଇକେଟରେ ବିଜୟୀ ହୋଇଛି। ସ୍ଥାନୀୟ ପାଲିକେଲ ଅନ୍ତଜାତୀୟ ଷ୍ଟାଡିୟମରେ...

ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌: ପଦ୍ମିନୀଙ୍କୁ ସ୍ବର୍ଣ୍ଣ, ସ୍ବୟମ୍ସ, ବୈଭବଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)- ଅହମ୍ମଦାବାଦରେ ଅନୁଷ୍ଠିତ ୪୦ତମ ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ଖେଳାଳିମାନେ ଚମତ୍କାରିତା ପ୍ରଦର୍ଶନ...

ଗୋଟିଏ କ୍ୟାଚ୍‌ ବଦଳାଇ ଦେଲା ମ୍ୟାଚ୍‌

ଆଣ୍ଟିଗୁଆ,୬।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାରେ ଭାରତ ଇଂଲଣ୍ଡକୁ ପରାସ୍ତ ଚାମ୍ପିଅନ୍‌ ହୋଇଛି। ଭାରତୀୟ ଦଳ ୧୯୦ ରନ୍‌ର ଲକ୍ଷ୍ୟକୁ ଭାରତ ୬ ଉଇକେଟ୍‌ ହରାଇ...

୪ ସହରରେ ଖେଳାଯିବ ପିଏସଏଲ୍‌

ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ...

ବ୍ରିଟିଶ ଗ୍ରାଁପ୍ରି ଜିତିଲେ ହାମିଲଟନ

ସିଲ୍‌ଭରଷ୍ଟୋନ୍‌, ୧୯ା୭(ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ନାଟକୀୟ ଭାବେ ବ୍ରିଟିଶ ଫର୍ମୁଲା ଓ୍ବାନ ଗ୍ରଁାପ୍ରି ମୋଟର ରେସ୍‌ ଜିତିଛନ୍ତି। ୧୦ସେକେଣ୍ଡ ପେନାଲ୍ଟି ସତ୍ତ୍ୱେ ସେ ଫେରାରିର ଚାଲର୍‌ଡ...

ଟୋକିଓ ଅଲିମ୍ପିକ୍ସ: ୩ ଇଭେଣ୍ଟରେ ଭାକର ଅଂଶଗ୍ରହଣ କରିବେ, ଭାରତୀୟ ଶୁଟିଂ ଦଳରେ ଏଲାଭେନିଲ ସାମିଲ

ନୂଆଦିଲ୍ଲୀ,୫।୪(ପି.ଟି.): ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଶୁଟିଂ ଦଳରେ ବିଶ୍ୱର ଏକନମ୍ବର ଶୁଟର ଏଲାଭେନିଲ ଭାଲାରିଭାନଙ୍କୁ ସାମିଲ କରାଯାଇଛି। ସେ ୧୫ ଜଣିଆ ଅଲିମ୍ପିକ...

ପିସିବିକୁ ପରାମର୍ଶ ଦେଲେ ଭାରତରୁ କ୍ୟୁରେଟର ଡକାଅ

କରାଚୀ,୧୮।୩: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ ଡ୍ର’ ଭାବେ ଶେଷ ହୋଇଛି। ଉଭୟ ମ୍ୟାଚ୍‌ରେ ବ୍ୟାଟରଙ୍କ ରାଜୁତି ଯୋଗୁ ରାଓ୍ବାଲପିଣ୍ଡି ଏବଂ...

Advertisement
Archives

Model This Week