Posted inଖେଳ

ରଣଜୀ ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୭ା୨(ପି.ଟି):ଐତିହାସିକ ଇଡେନ ଗାର୍ଡେନ୍ସରେ ଗୁରୁବାର ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର ଦୃଢ ସ୍ଥିତିରେ ରହିଛି। ସୌରାଷ୍ଟ୍ର ପାଇଁ ଗ୍ରୀନ୍‌ ଟ୍ରାକ ପ୍ରସ୍ତୁତ କରିବା ବେଙ୍ଗଲ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଦୁଇ ବାମହାତୀ ପେସ୍‌ ବୋଲର ଜୟଦେବ ଉନାଡକଟ ଓ ଚେତନ ସାକାରିୟାଙ୍କ ଘାତକ ବୋଲିଂ ବଳରେ ବେଙ୍ଗଲକୁ ମାତ୍ର ୧୭୪ ରନରେ ସୀମିତ ରଖିଥିଲା ସୌରାଷ୍ଟ୍ର। ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ ଉଇକେଟ ହରାଇ ୮୧ ରନ୍‌ ସଂଗ୍ରହ କରିଛି। ଟସ୍‌ ଜିତି ବୋଲିଂ କରିଥିବା ସୌରାଷ୍ଟ୍ର ପକ୍ଷରୁ ଉନାଡକଟ, ସାକାରିୟା ଓ ଚିରାଗ ଜାନି ଘାତକ ବୋଲିଂ କରିଥିଲା। ଟପ୍‌ ଅର୍ଡରରେ ସୁମନ୍ତ ଗୁପ୍ତା(୧), ଅଭିମନ୍ୟୁ ଈଶ୍ୱରନ୍‌(୦) ଓ ସୁଦୀପ ଘରାମି(୦) ଦୁଇ ଓଭର ମଧ୍ୟରେ ପ୍ୟାଭିଲିୟନ୍‌ ଫେରିଥିଲେ। ବେଙ୍ଗଲ ୬୬ ରନରେ ୬ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ସ୍ପିନ ବୋଲିଂ ଅଲରାଉଣ୍ଡର ଶାହବାଜ ଅହମଦ(୬୯) ଓ ଉଇକେଟ କିପର ଅଭିଷେକ ପୋରେଲ(୫୦)ଙ୍କ ମଧ୍ୟରେ ସପ୍ତମ ଉଇକେଟରେ ୧୦୧ ରନ୍‌ର ଭାଗିଦାରି ହେବାରୁ ଦଳ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ବେଙ୍ଗଲ ୫୪.୧ ଓଭରରେ ୧୭୪ ରନରେ ଅଲଆଉଟ ହୋଇଥିଲା। ଜୟଦେବ ଉନାଡକଟ ଓ ଚେତନ ସାକାରିୟା ୩ଟି ଲେଖାଏ ଉଇକେଟ ନେଇଥିବା ବେଳେ ଚିରାଗ ଜାନି ଓ ଧର୍ମେନ୍ଦ୍ର ସିଂ ଜାଡେଜା ୨ଟି ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ସୌରାଷ୍ଟ୍ର ହାତରେ ୮ ଉଇକେଟ ଥିବା ବେଳେ ଦଳ ୯୩ ରନ୍‌ ପଛରେ ରହିଛି। ଓପନର ତଥା ଉଇକେଟ କିପର ହାର୍ଭିକ୍‌ ଦେଶାଇ ୩୮ ଓ ନାଇଟ ଓ୍ବାଚମ୍ୟାନ ଚେତନ ସାକାରିୟା ୨ ରନ୍‌ରେ କ୍ରିଜରେ ଉପସ୍ଥିତ ଅଛନ୍ତି। ଜୟ ଗୋହିଲ୍‌ ୬ ଓ ବିଶ୍ୱରାଜ ଜାଡେଜା ୨୫ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି। ଆକାଶ ଦୀପ୍‌ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର
ବେଙ୍ଗଲ ପ୍ରଥମ ଇନିଂସ-୫୪.୧ ଓଭରରେ ୧୭୪/୧୦(ଶାହବାଜ ଅହମଦ-୬୯, ଅଭିଷେକ ପୋରେଲ୍‌-୫୦, ଆକାଶ ଘଟକ-୧୭, ଚେତନ ସାକାରିୟା-୩/୩୩, ଜୟଦେବ ଉନାଡକଟ-୩/୪୪, ଧର୍ମେନ୍ଦ୍ର ସିଂ ଜାଡେଜା-୨/୧୯)। ସୌରାଷ୍ଟ୍ର ପ୍ରଥମ ଇନିଂସ-୧୭ ଓଭରରେ ୮୧/୨ (ହାର୍ଭିକ ଦେଶାଇ-୩୮*, ବିଶ୍ୱରାଜ ଜାଡେଜା-୨୫, ମୁକେଶ କୁମାର-୧/୨୩, ଆକାଶ ଦୀପ୍‌-୧/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?