ରଙ୍ଗଡ଼ିହି-ଜଗଦଳା ଶିଳ୍ପାଞ୍ଚଳ ରାସ୍ତା ମରଣଯନ୍ତା

କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ଉଦ୍ୟୋଗୀ ଖଣି ଓ ଶିଳ୍ପ ପ୍ରତିଷ୍ଠା କରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି, ସରକାରଙ୍କୁ ରାଜସ୍ବ ଦେଉଛନ୍ତି। ରାଜ୍ୟ ସରକାର କମ୍ପାନୀଗୁଡ଼ିକର ସୁବିଧା ପାଇଁ ବିଶେଷ କରି ଖଣି ଓ ଶିଳ୍ପାଞ୍ଚଳର ଭିତ୍ତିଭୂମିର ବିକାଶ କରିବା ଜରୁରୀ। ପ୍ରଶାସନିକ ଉଦାସୀନତା କାରଣରୁ ଏକାଧିକ କାରଖାନାକୁ ସଂଯୋଗ କରୁଥିବା ବାଂଶପାଳ ବ୍ଲକର ରଙ୍ଗଡ଼ିହି-ଫୁଲଝର, ଝୁମ୍ପୁରା ବ୍ଲକ୍‌ର ଜଗଦଳା ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ବାଂଶପାଳ ବ୍ଲକ୍‌ର ଦୁଇଟି ଶିଳ୍ପକୁ ସଂଯୋଗ କରୁଥିବା ବେଳେ ବହୁ ସଂଖ୍ୟାରେ ଗାଡ଼ି କାରଖାନାକୁ ଲୁହାପଥର ଓ ପିଲେଟ୍‌ ନେବା ଆଣିବା କରିଥାଏ। ନିମ୍ନମାନର ଓ କମ୍‌ କ୍ଷମତାସମ୍ପନ୍ନ ରାସ୍ତା ନିର୍ମାଣ ଯୋଗୁ ଭାରିଯାନ ଚଳାଚଳରେ ନଷ୍ଟ ହୋଇଯାଉଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ କମ୍ପାନୀଗୁଡ଼ିକ ବିରୋଧରେ ବଢୁଛି।
ପ୍ରକାଶ ଯେ, ଦୀର୍ଘ ୨୮ କିଲୋମିଟର ରାସ୍ତା ଉପରେ ବାଂଶପାଳ ଓ ଝୁମ୍ପୁରା ବ୍ଲକ୍‌ର ୧୦ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ରାସ୍ତାରେ ଫୁଲଝର, ଅଁରାରେ ଥିବା ୨ଟି କାରଖାନାର ଭାରିଯାନ ଚଳାଚଳ କରୁଛି। ନିମ୍ନମାନର ଓ ଭାରିଯାନ ଚଳାଚଳକୁ ଦେଖି ରାସ୍ତା ନିର୍ମାଣ ହୋଇ ନ କଥିବାରୁ ରାସ୍ତା ଭାଙ୍ଗି ଶୋଚନୀୟ ହୋଇପଡ଼ିଛି। ବାଇକ୍‌ ଓ ସାଇକେଲରେ ଯିବା ଆସିବା କରୁଥିବା ଅଞ୍ଚଳବାସୀ ପ୍ରାୟ ସବୁଦିନ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଡିଏମ୍‌ଏଫ୍‌ ଅର୍ଥରେ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କରୁଥିଲେ ହେଁ କମ୍‌ ଦିନରେ ଭାଙ୍ଗିଯାଉଛି। ପ୍ରାୟ ୧୬ କି.ମି. ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଯାତ୍ରୀବାହୀ ଗାଡ଼ି ନେଇ ଯିବାକୁ ମଧ୍ୟ ଡ୍ରାଇଭରମାନେ ଅମଙ୍ଗ ହେଉଛନ୍ତିି। ଫଳରେ ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗ କରୁଛନ୍ତି। ବର୍ଷାଦିନରେ ରାସ୍ତାରେ ଥିବା ବଡ଼ବଡ଼ ଗର୍ତ୍ତରେ ପାଣି ଜମି ବିପଦକୁ ଆମନ୍ତ୍ରଣ କରୁଛି। ଖରାଦିନରେ ଧୂଳିଧୂଆଁ ଉଡ଼ି ଗାଁ ଗଣ୍ଡାରେ ପ୍ରଦୂଷଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସ୍ଥାନୀୟ ଲୋକେ ପ୍ରତିବାଦ କଲେ ରାସ୍ତା ମରାମତି ହେଉଛି ସତ ମାତ୍ର ତାହା ଅଳ୍ପଦିନରେ ପୁଣି ଭାଙ୍ଗି ପୂର୍ବାବସ୍ଥା ହୋଇଯାଉଛି।
ରାସ୍ତାକୁ ଉଚ୍ଚ କ୍ଷମତାସମ୍ପନ୍ନ ତଥା ସୃଦୃଢ଼ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ସମିତି ସଭ୍ୟ ସୁରେଶ ବାରିକ, ୱାର୍ଡ ମେମ୍ବର ଶୁକଦେବ ନାୟକ, ରାମ ନାୟକ, ବାବନ ନାୟକ, ଇନ୍ଦ୍ରମଣି ନାୟକ, ନବ ନାୟକ, ଶୈଳ ନାୟକ, ନୀଳାମ୍ବର ନାୟକ, ମଦନ ମୁଣ୍ଡା, ଆଇରା ମୁଣ୍ଡା, ଶ୍ରାବଣୀ ନାୟକ, ତ୍ରିବେଣୀ ନାୟକ, ତରି ନାୟକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri