ରଙ୍ଗଡ଼ିହି-ଜଗଦଳା ଶିଳ୍ପାଞ୍ଚଳ ରାସ୍ତା ମରଣଯନ୍ତା

କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ଉଦ୍ୟୋଗୀ ଖଣି ଓ ଶିଳ୍ପ ପ୍ରତିଷ୍ଠା କରି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି, ସରକାରଙ୍କୁ ରାଜସ୍ବ ଦେଉଛନ୍ତି। ରାଜ୍ୟ ସରକାର କମ୍ପାନୀଗୁଡ଼ିକର ସୁବିଧା ପାଇଁ ବିଶେଷ କରି ଖଣି ଓ ଶିଳ୍ପାଞ୍ଚଳର ଭିତ୍ତିଭୂମିର ବିକାଶ କରିବା ଜରୁରୀ। ପ୍ରଶାସନିକ ଉଦାସୀନତା କାରଣରୁ ଏକାଧିକ କାରଖାନାକୁ ସଂଯୋଗ କରୁଥିବା ବାଂଶପାଳ ବ୍ଲକର ରଙ୍ଗଡ଼ିହି-ଫୁଲଝର, ଝୁମ୍ପୁରା ବ୍ଲକ୍‌ର ଜଗଦଳା ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ବାଂଶପାଳ ବ୍ଲକ୍‌ର ଦୁଇଟି ଶିଳ୍ପକୁ ସଂଯୋଗ କରୁଥିବା ବେଳେ ବହୁ ସଂଖ୍ୟାରେ ଗାଡ଼ି କାରଖାନାକୁ ଲୁହାପଥର ଓ ପିଲେଟ୍‌ ନେବା ଆଣିବା କରିଥାଏ। ନିମ୍ନମାନର ଓ କମ୍‌ କ୍ଷମତାସମ୍ପନ୍ନ ରାସ୍ତା ନିର୍ମାଣ ଯୋଗୁ ଭାରିଯାନ ଚଳାଚଳରେ ନଷ୍ଟ ହୋଇଯାଉଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ କମ୍ପାନୀଗୁଡ଼ିକ ବିରୋଧରେ ବଢୁଛି।
ପ୍ରକାଶ ଯେ, ଦୀର୍ଘ ୨୮ କିଲୋମିଟର ରାସ୍ତା ଉପରେ ବାଂଶପାଳ ଓ ଝୁମ୍ପୁରା ବ୍ଲକ୍‌ର ୧୦ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ରାସ୍ତାରେ ଫୁଲଝର, ଅଁରାରେ ଥିବା ୨ଟି କାରଖାନାର ଭାରିଯାନ ଚଳାଚଳ କରୁଛି। ନିମ୍ନମାନର ଓ ଭାରିଯାନ ଚଳାଚଳକୁ ଦେଖି ରାସ୍ତା ନିର୍ମାଣ ହୋଇ ନ କଥିବାରୁ ରାସ୍ତା ଭାଙ୍ଗି ଶୋଚନୀୟ ହୋଇପଡ଼ିଛି। ବାଇକ୍‌ ଓ ସାଇକେଲରେ ଯିବା ଆସିବା କରୁଥିବା ଅଞ୍ଚଳବାସୀ ପ୍ରାୟ ସବୁଦିନ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଡିଏମ୍‌ଏଫ୍‌ ଅର୍ଥରେ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କରୁଥିଲେ ହେଁ କମ୍‌ ଦିନରେ ଭାଙ୍ଗିଯାଉଛି। ପ୍ରାୟ ୧୬ କି.ମି. ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଯାତ୍ରୀବାହୀ ଗାଡ଼ି ନେଇ ଯିବାକୁ ମଧ୍ୟ ଡ୍ରାଇଭରମାନେ ଅମଙ୍ଗ ହେଉଛନ୍ତିି। ଫଳରେ ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗ କରୁଛନ୍ତି। ବର୍ଷାଦିନରେ ରାସ୍ତାରେ ଥିବା ବଡ଼ବଡ଼ ଗର୍ତ୍ତରେ ପାଣି ଜମି ବିପଦକୁ ଆମନ୍ତ୍ରଣ କରୁଛି। ଖରାଦିନରେ ଧୂଳିଧୂଆଁ ଉଡ଼ି ଗାଁ ଗଣ୍ଡାରେ ପ୍ରଦୂଷଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ସ୍ଥାନୀୟ ଲୋକେ ପ୍ରତିବାଦ କଲେ ରାସ୍ତା ମରାମତି ହେଉଛି ସତ ମାତ୍ର ତାହା ଅଳ୍ପଦିନରେ ପୁଣି ଭାଙ୍ଗି ପୂର୍ବାବସ୍ଥା ହୋଇଯାଉଛି।
ରାସ୍ତାକୁ ଉଚ୍ଚ କ୍ଷମତାସମ୍ପନ୍ନ ତଥା ସୃଦୃଢ଼ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ସମିତି ସଭ୍ୟ ସୁରେଶ ବାରିକ, ୱାର୍ଡ ମେମ୍ବର ଶୁକଦେବ ନାୟକ, ରାମ ନାୟକ, ବାବନ ନାୟକ, ଇନ୍ଦ୍ରମଣି ନାୟକ, ନବ ନାୟକ, ଶୈଳ ନାୟକ, ନୀଳାମ୍ବର ନାୟକ, ମଦନ ମୁଣ୍ଡା, ଆଇରା ମୁଣ୍ଡା, ଶ୍ରାବଣୀ ନାୟକ, ତ୍ରିବେଣୀ ନାୟକ, ତରି ନାୟକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?