କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍‌

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ଭାରତୀୟ ରେଳବାଇ ପକ୍ଷରୁ ରାଞ୍ଚିଠାରୁ ଭେଲୁପୁରମ ଭାୟା କେନ୍ଦୁଝର ଦେଇ ଏକ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ସାମୟିକ ଭାବେ ଚଳାଚଳ କରିଛି। ଦକ୍ଷିଣ-ପୂର୍ବ ରେଳବାଇର ସହକାରୀ ଟ୍ରାନ୍ସପୋର୍ଟ ମ୍ୟାନେଜର କୌଶିକ ମୁଖାର୍ଜୀଙ୍କ ଦସ୍ତଖତରେ ପ୍ରକାଶିତ ବିଜ୍ଞପ୍ତିରେ, ଏହି ସ୍ବତନ୍ତ୍ର ଟ୍ରେନ୍‌ ସର୍ବମୋଟ୍‌ ୪ଥର ଯାତାୟାତ କରିବା ସହ ଏହା ଫେବୃୟାରୀ ୩ରୁ ୨୪ ଯାଏ ଚାଲିବ ବୋଲି ଚିଠି କରିଥିଲେ। ତେବେ ଏହା ନିୟମିତ କରିବାକୁ ସାଧାରଣରେ ଦାବି ହୋଇଛି। ଏହି ଟ୍ରେନ ଶନିବାର ସକାଳ ୮.୪୫ରେ କେନ୍ଦୁଝରଗଡ଼ ରେଳଷ୍ଟେଶନରୁ ବାହାରି ମଧ୍ୟାହ୍ନ ୧୨.୩୫ରେ ଭୁବନେଶ୍ୱରରେ ପହଞ୍ଚିଛି। ତେବେ ଏହା କେନ୍ଦୁଝର ଜିଲାର କେବଳ ହରିଚନ୍ଦନପୁର ଷ୍ଟେଶନରେ ମାତ୍ର ୨ମିନିଟ୍‌ର ରହଣି ଥିବାବେଳେ ଅନ୍ୟ କୌଣସି ଷ୍ଟେଶନରେ ଏହି ଟ୍ରେନ୍‌ ରହିବ ନାହିଁ ା ଅନ୍ୟପକ୍ଷରେ ଫେରିବା ବେଳେ ଟ୍ରେନଟି ମଙ୍ଗଳବାର ସନ୍ଧ୍ୟା ୫ଟା୧୫ରେ ଭେଲୁପୁରମ ବାହାରି ବୁଧବାର କେନ୍ଦୁଝରଗଡ଼ ଷ୍ଟେଶନରେ ରାତି ୧୦.୫୦ରେ ପହଞ୍ଚିବ। ଅପ୍‌ ଟ୍ରେନ ନମ୍ବର ୦୮୦୬୮ ହୋଇଥିବା ବେଳେ ଡାଉନ ନମ୍ବର ୦୮୦୬୭ ଏକ୍ସପ୍ରେସ ଟ୍ରେନ ଅଟେ।

ସୂଚନା ଅନୁସାରେ, ଏକ୍ସପ୍ରେସ ଟ୍ରେନଟି ପରୀକ୍ଷାମୂଳକ ଭାବେ ଚଳାଚଳ କରାଯାଇଥିବା ଜଣାପଡ଼ିଛି। ଶନିବାର କେନ୍ଦୁଝରଗଡ଼ ପ୍ଲାଟ୍‌ଫର୍ମରେ ବହୁ ଯାତ୍ରୀ ଟ୍ରେନରେ ଯାତ୍ରା କରିଛନ୍ତି। ତେବେ ସାମୟିକ ଭାବେ ଏହା ଚାଲିବା ସହିତ କେନ୍ଦୁଝରରୁ ଭୁବନେଶ୍ୱର ଦୂରତା ମାତ୍ର ୪ ଘଣ୍ଟା ରହିଥିବାରୁ ଏହାକୁ ନିୟମିତ କରିବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଷ୍ଟି ଦେବାକୁ ଦାବିହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?